୧୧କେଭି ବିଦୁ୍ୟତ୍‌ ତାରରେ ଜଳିଗଲେ ଯୁବକ

୧୧ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) କରଞ୍ଜିଆ :-> ଶନିବାର ସକାଳେ୧୧ କେଭି ବିଦ୍ୟୁତ ତା’ର ସଂସ୍ପର୍ଶରେ । ମୟୂରଭଂଜ ଜିଲ୍ଲା ରରୁଆ ଥାନା ସିଙ୍ଗଡ଼ା ନିକଟ ବଡ଼ବିଲ ଗାଁର ଜଣେ ଯୁବକ ଜିଅନ୍ତା ଜଳି ଯାଇଛନ୍ତି । ମୃତ ବ୍ୟକ୍ତି ହେଲେ ନରହରି ମହାନ୍ତ(୨୭) ସିଙ୍ଗଡ଼ା ଫାଣ୍ଡି ଅଧିକାରୀଙ୍କ ସୂଚନା ଅନୁସାରେ ବଡ଼ବିଲ ଗାଁର ପୂର୍ଣ୍ଣଚନ୍ଦ୍ର ମହାନ୍ତଙ୍କ ପୁଅ ନରହରି ଶନିବାର ସକାଳ ପ୍ରାୟ ୬ଟାରେ ୧୧କେଭି ବିଦ୍ୟୁତ ଖୁଣ୍ଟକୁ ଚିଥିଲେଛ ଏହା ପରେ ସେ ବିଦ୍ୟୁତ ତା’ର ସଂସ୍ପର୍ଶରେ ଆସି ଜଳିଯାଇଥିଲେ ।ତେବେ ମୃତ୍ୟୁର କାରଣ ଜଣାପଡ଼ି ନାହିଁଛ ପୁଲିସ ମୃତଦେହ ଉଦ୍ଧାର କରିଛି । ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛିଛବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ୧/୨ ବର୍ଷ ହେବ ନରହରିଙ୍କ ବାହାଘର ହୋଇଥିଲା । ଗତକାଲି (ଶୁକ୍ରବାର) ନରହରିଙ୍କ ଶ୍ୱଶୁର ଘର ଲୋକେ ତାଙ୍କ ଘରକୁ ଆସିଥିଲେ ।

ଏଥି ପାଇଁ ରାତିରେ ସେ ଖୁସିରେ ଥିଲେ । ରାତ୍ରି ଭୋଜନରେ ମାଂସ-ଭାତ ଖାଇଥିଲେ । ନରହରି ଶନିବାର ଭୋର ସକାଳୁ ଉଠିଥିଲେ । ପ୍ରାୟ ୪କିମି ସାଇକେଲ ଚଳାଥିଲେ । ଶେଷର ଜଙ୍ଗଲିଆ ରାସ୍ତାରେ ଯାଇଥିବା ୧୧କେଭି ବିଦୁ୍ୟତ୍‌ ଖୁଣ୍ଟକୁ ଚଢ଼ି ଜୀବନ ହାରିଥିଲେ

Exit mobile version