ବରପାଲି ପୋଲିସ ଚୋରା ନିଶା ବେପାରୀଙ୍କୁ ଗିରଫ କଲା – ବରଗଡ଼

ଓଡିଶା ତାଜା ନ୍ୟୁଜ୍ (୨୫ ଜୁଲାଇ ଶନିବାର) ବରଗଡ଼ :- ବରପାଲି ପୋଲିସ ଚୋରାରେ କଫ ସିରଫ, ନିଶା ବଟିକା ଚାଲାଣ କରୁଥିବା ୪ ଜଣକୁ ଗିରଫ କରିଥିବା ଜିଲ୍ଲା ଏସପି ପଦ୍ମିନୀ ସାହୁ ସୂଚନା ଦେଇଛନ୍ତି। ଅଭିଯୁକ୍ତମାନେ ଶୁକ୍ରବାର ସଂସ୍ଥା ଛକ ଠାରେ ଅଟକି ବରଗଡ଼, ସୋହେଲା,ଲୁହୁରିଚଟି ଅଞ୍ଚଳ କୁ କଫ ସିରଫ ଚୋରା ଚାଲାଣ ପାଇଁ ଯୋଜନା କରୁଥିବା ବେଳେ ପୋଲିସ ହାବୁଡ଼ରେ ପଡ଼ିଥିଲେ ।

ଅଭିଯୁକ୍ତ ମାନଙ୍କ ଠାରୁ ୩୨୯୦ ବୋତଲ ସିଲ୍ କଫ ସିରଫ, ଭାଙ୍ଗି ଥିବା ୭୦ ବୋତଲ କଫ ସିରଫ,୪ଟି ମୋବାଇଲ ଫୋନ,୨ ଟି ଚାରି ଚକିଆ ଗାଡ଼ି ଏବଂ ନଗଦ୨୧୮୦ ଟଙ୍କା ଜବତ କରାଯାଇଥିବା ଏସପି ପଦ୍ମିନୀ ସାହୁ ଶନିବାର ଜିଲ୍ଳା ପୋଲିସ ମୁଖ୍ୟାଳୟର ସମ୍ମିଳନୀ କକ୍ଷରେ ସୂଚନା ଦେଇ ଥିଲେ। (ବରଗଡ଼ ରିପୋର୍ଟ / ସତ୍ୟନାରାୟଣ ପ୍ରଧାନ)

Exit mobile version