Home ଓଡ଼ିଶା ଭତ୍ତା ବଢ଼ିଲା ୫୦୦ଟଙ୍କା by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୧୧ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ଭୁବନେଶ୍ଵର :- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସାମାଜିକ ସୁରକ୍ଷା ଯୋଜନା ଅଧୀନସ୍ଥ ସମସ୍ତ ହିତାଧିକାରୀଙ୍କ ମାସିକ ପେନସନ୍ ୫୦୦ଟଙ୍କା ବୃଦ୍ଧି କରିଛନ୍ତି | ଏହାଦ୍ଵାରା ମଧୁବାବୁ ପେନସନ୍ ଯୋଜନା ଓ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ହିତାଧିକାରୀ ମାସକୁ ଅନ୍ୟୁନ ୧୦୦୦ ଟଙ୍କା ପାଇବେ। ଯେଉଁମାନେ ୭୦୦ ଟଙ୍କା ପାଉଥିଲେ ସେମାନେ ପାଇବେ ୧୨୦୦ ଟଙ୍କା, ଯେଉଁମାନେ ୯୦୦ ଟଙ୍କା ପାଉଥିଲେ ସେମାନେ ପାଇବେ ୧୪୦୦ ଟଙ୍କା| ହିତାଧିକାରୀମାନେ ଚଳିତ ଫେବ୍ରୁଆରି ମାସରୁ ବନ୍ଧିତ ହାରରେ ପେନସନ୍ ପାଇବେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ବିଭିନ୍ନ ଅଞ୍ଚଳର ଲୋକମାନେ ଏହି ପେନସନ ରାଶି ବୃଦ୍ଧି କରିବାକୁ ଅନୁରୋଧ କରିଥିଲେ | ଲୋକଙ୍କ ଅନୁରୋଧକୁ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ସାମାଜିକ ସୁରକ୍ଷା ପେନସନ ପରିମାଣକୁ ବୃଦ୍ଧି କରିଛନ୍ତି | ନିକଟରେ ମୁଖ୍ୟମନ୍ତ୍ରୀ ମଧୁବାବୁ ପେନସନ୍ ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି କରିଥିଲେ । ଗତ ବର୍ଷ ଅଗଷ୍ଟରେ ୪,୧୩ ଲକ୍ଷ ବୃଦ୍ଧି ପାଇଥିଲା ଏବଂ ଏବେ ଆଉ ୪ ଲକ୍ଷ ଅନ୍ତର୍ଭୁକ୍ତ ହେବା ପରେ ବର୍ତମାନ ସମୁଦାୟ ୩୬.୭୫ଲକ୍ଷ ହିତାଧିକାରୀ ଏହି ଯୋଜନାର ଲାଭ ପାଉଛନ୍ତି । ମଧୁବାବୁ ପେନସନ୍ ଓ ଜାତୀୟ ସାମାଜିକ ସହାୟତା ହିତାଧିକାରୀ ପାଇବେ ଅଧିକ ୫୦୦ ଟଙ୍କା [ ବାର୍ଷିକ ଖର୍ଚ୍ଚ ହେବ ୩୬୮୩କୋଟି । ଭି କେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ଦାବି ହୋଇଥିଲା ମଧୁବାବୁ ପେନସନ୍ ଯୋଜନାର ହିତାଧିକାରୀ ମାନଙ୍କୁ ଫେବ୍ରୁଆରି ମାସର ଭତ୍ତା ଟଙ୍କା ୨୦ରୁ ୨୫ତାରିଖ ମଧ୍ୟରେ ଦେବାକୁ କୁହାଯାଇଛି। ଏହାସହ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ହିତାଧିକାରୀଙ୍କ ଆକାଉଣ୍ଟରେ ୫୦୦ଟଙ୍କା ଲେଖାଏ ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି | ପୂର୍ବରୁ ଉପରୋକ୍ତ ଦୁଇଟି ଯୋଜନାରେ ହିତାଧିକାରୀମାନେ ଯଥାକ୍ରମେ ୫୦୦ଟଙ୍କା, ୭୦୦ଟଙ୍କା ଓ ୯୦୦ଟଙ୍କା ପାଉଥିଲେ| ଏବେ ସେମାନେ ଯଥାକ୍ରମେ ୧୦୦୦ଟଙ୍କା, ୧୨୦୦ଟଙ୍କା ଓ ୧୪୦୦ଟଙ୍କା ପାଇବେ । ଏହି ବନ୍ଧିତ ପେନସନ ପାଇଁ ରାଜ୍ୟ ସରକାର ବାର୍ଷିକ ୩୬୮୩ କୋଟି ଟଙ୍କା ଖର୍ଚ୍ଚ କରିବେ । ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ସାମାଜିକ ସୁରକ୍ଷା ପେନସନ ବ୍ୟବସ୍ଥା କରିଛନ୍ତି | ଏଥିରେ ବରିଷ୍ଠ ନାଗରିକ, ବିଧବା, ଭିନ୍ନକ୍ଷମ, ଅବିବାହିତା ମହିଳା, ସୁସ୍ଥ ହୋଇଥିବା କୁଷ୍ଠ ରୋଗୀ, ଓଡ଼ିଶା ରାଜ୍ୟ ଏଡ୍ସ ସେଲ୍ ଦ୍ବାରା ଚିହ୍ନଟ ଏଡ୍ସ ରୋଗୀ, ଛାଡ଼ପତ୍ର ପାଇଥିବା ମହିଳା, କିନ୍ନର, କୋଭିଡ୍ ଦ୍ବାରା ହୋଇଥିବା ଅନାଥ ପିଲା ଓ ବିଧବାଙ୍କ ସହିତ ଅନ୍ୟାନ୍ୟ ଦୁର୍ବଳ ଶ୍ରେଣୀର ବ୍ୟକ୍ତିଙ୍କୁ ସାମିଲ କରାଯାଇଛି। ଏଥିସହିତ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ହିତାଧିକାରୀମାନଙ୍କୁ ମଧ୍ୟ ରାଜ୍ୟ ସରକାର ଅତିରିକ୍ତ ସହାୟତା ଦେଉଛନ୍ତି | ଏହି ଯୋଜନାରେ ଛୋଟ ପିଲା ଠାରୁ ୭୯ ବର୍ଷ ପର୍ଯ୍ୟନ୍ତ ହିତାଧିକାରୀମାନେ ମାସକୁ ୫୦୦ ଟଙ୍କା ପାଇଥାନ୍ତି | ୮୦ ବର୍ଷ ବା ଅଧିକ ବୟସର ଲୋକ ମାସକୁ ୭୦୦ ଟଙ୍କା ପାଆନ୍ତି| ଭିନ୍ନକ୍ଷମ ବ୍ୟକ୍ତିଙ୍କ କ୍ଷେତ୍ରରେ ୪୦ରୁ ୫୯% ଅକ୍ଷମତା ଥିବା ଲୋକ ମାସକୁ ୫୦୦ଟଙ୍କା Categories: ଓଡ଼ିଶା, ଦେଶ, ମହାନଗର, ହୋମ୍ Related Content ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଅଗଷ୍ଟ ମାସର ସାରସ୍ୱତ ଆସର ଅବସରରେ ଦେଶାତ୍ମବୋଧକ କବିତା ପାଠ by Proprietor Abhimanyu Maharana August 22, 2026 ବୃଦ୍ଧାଶ୍ରମରେ ବରିଷ୍ଠ ନାଗରିକ ଦିବସ ପାଳିତ by Proprietor Abhimanyu Maharana August 22, 2026 ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟରେ ରୋଟାରୀ କ୍ଲବ୍ ପକ୍ଷରୁ ୱାଟର ପ୍ୟୁରିଫାୟର ପ୍ରଦାନ by Proprietor Abhimanyu Maharana August 22, 2026 ୫ ମ ବାର୍ଷିକ ଗୁରୁ ସାକ୍ଷାତ ପରଂବ୍ରହ୍ମ, ଗୁରୁ ପୂଜନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana August 22, 2026 ଜିଲ୍ଲା ଏସ୍ପି ଓ ରେଞ୍ଜ ଆଇଜି ଏବଂ ଡିଆଇଜିଙ୍କ ସହ ଡିଜିପିଙ୍କ ଭିଡିଓ କନ୍ଫରେନ୍ସିଂ ବୈଠକ by Proprietor Abhimanyu Maharana August 22, 2026 ପରମ୍ପରାରୁ ବାହାରି ଉତ୍କର୍ଷତା ନିର୍ମାଣ : ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ର କଣ୍ଟ୍ରୋଲ୍ ରୁମରେ ମହିଳା ଶକ୍ତି କଣ୍ଟ୍ରୋଲ ରୁମକୁ ଶକ୍ତି ଯୋଗାଉଛନ୍ତି ବେଦାନ୍ତର ୧୦୦% ମହିଳା ଅପରେଟର by Proprietor Abhimanyu Maharana August 22, 2026