Home ଓଡ଼ିଶା ଓଡ଼ିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷଙ୍କ ବାରିପଦା ଡିଭିଜନ କାର୍ଯ୍ୟାଳୟ ପରିଦର୍ଶନ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୧୧ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ଭୁବନେଶ୍ଵର :- ଓଡ଼ିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ଗତକାଲି ଶୁକ୍ରବାର ବାରିପଦା ଓଏଲଆଇସି ଡିଭିଜନ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ସେ ବିଭାଗୀୟ ଯନ୍ତ୍ରୀମାନଙ୍କସହିତ ଡିଭିଜନ ଅନ୍ତର୍ଗତ ବିଭିନ୍ନ ଅଂଚଳରେବିଜୁ କୃଷକ ବିକାଶ ଯୋଜନାରେ ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ, ଗଭୀର ସେଚକୂପ ମାଧ୍ୟମରେ ଜଳସେଚନ ଆଦି ବିଭିନ୍ନ କାର୍ଯ୍ୟକ୍ରମସଂପର୍କରେ ଅବଗତ ହୋଇଥିଲେ । ବିଭାଗୀୟ ଯନ୍ତ୍ରୀମାନଙ୍କୁ ବିଭିନ୍ନ ଅଂଚଳର ଚାଷୀମାନଙ୍କ ପାଖକୁ ଯାଇ ସେମାନେ ପ୍ରକଳ୍ପ ଯୋଗେ କିପରି ଉପକୃତ ହେଉଛନ୍ତି, ସେ ସମ୍ପର୍କରେ ତଦାରଖ କରିବା ସହିତ କ୍ଷେତ୍ରସ୍ତରରେ କୃଷକମାନଙ୍କର ଯେଉଁସବୁ ସମସ୍ୟା ରହୁଛି, ତାହାକୁ ଅଗ୍ରାଧିକାର ଭିତ୍ତିରେ ସମାଧାନ କରିବାକୁ କହିଥିଲେ । ଏହି ପରିଦର୍ଶନ ପରିପ୍ରେକ୍ଷୀରେ ଶ୍ରୀ ପତ୍ରୀ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ଜଳସେଚନ ଉପଯୋଗୀ ହେଉଥିବା ଅଂଚଳ ଗୁଡିକରେ ଚାଷ ଜମିକୁ ଆବଶ୍ୟକଜଳସେଚନ ସୁବିଧା କରି କୃଷିର ଉନ୍ନତି ପୂର୍ବକ କୃଷକମାନଙ୍କର ଆୟ ବୃଦ୍ଧି ପାଇଁ ଗୁରୁତ୍ୱ ଦେଇଆସିଛନ୍ତି । କୃଷି କ୍ଷେତ୍ରରେ ମହିଳା କୃଷକମାନଙ୍କ ଭାଗିଦାରିତାକୁ ଗୁରୁତ୍ୱ ଦିଆଯାଉଛି । ‘୫-ଟି’ ଉପକ୍ରମ ଆଧାରରେ ନିର୍ମାଣାଧିନ ପ୍ରକଳ୍ପଗୁଡିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବା, କାର୍ଯ୍ୟକ୍ଷମ ପ୍ରକଳ୍ପଗୁଡିକର ରକ୍ଷଣାବେକ୍ଷଣ, ଯେଉଁଠି ଉଠା ଜଳସେଚନ ପ୍ରକଳ୍ପଗୁଡିକୁ ବିଦ୍ୟୁତ୍ ଯୋଗାଣର ସମସ୍ୟା ରହୁଛି,ଶକ୍ତି ବିଭାଗର ସମନ୍ୱୟରେସେସବୁକୁ ସମାଧାନ କରିବାସହ କୃଷି, ମତ୍ସ୍ୟ ଓ ପ୍ରାଣୀପାଳନ ବିଭାଗ ଆଦି ବିଭାଗର ସହଯୋଗରେ କୃଷି ବିବିଧିକରଣକୁ ପ୍ରୋତ୍ସାହିତ କରି ବିଭିନ୍ନ ଅର୍ଥକାରୀ ଫସଲ କରିବା, ସହଭାଗୀ ଜଳସେଚନରେ ସହଯୋଗ କରିବାଏବଂ ପାଣି ପଂଚାୟତଗୁଡିକର ସୁପରିଚାଳନାରେ ଆବଶ୍ୟକ ସହାୟତା କରିବାକୁକ୍ଷେତ୍ରସ୍ତରରେ କାର୍ଯ୍ୟକରୁଥିବା ଯନ୍ତ୍ରୀମାନଙ୍କୁ ଶ୍ରୀ ପତ୍ରୀ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ । ଏହି ପରିଦର୍ଶନ ସମୟରେ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଚନ୍ଦୁ ମୁର୍ମୁ,ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ହରେକୃଷ୍ଣ ସିଂ, ବିନୋଦ କୃଷ୍ଣ ମହାନ୍ତି ଓ ମଧୁମାଳତୀ ବେସ୍ରା, ଏଷ୍ଟିମେଟର ଶ୍ରୀ ସରୋଜ କୁମାର ନାୟକ, ସହକାରୀ ଯନ୍ତ୍ରୀ ଶ୍ରୀ ସୁକଦେବ ଭୋଇ ଓ ଶ୍ରୀ ଅଭୟ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । Categories: ଓଡ଼ିଶା, ଦେଶ, ମହାନଗର, ହୋମ୍ Related Content ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଅଗଷ୍ଟ ମାସର ସାରସ୍ୱତ ଆସର ଅବସରରେ ଦେଶାତ୍ମବୋଧକ କବିତା ପାଠ by Proprietor Abhimanyu Maharana August 22, 2026 ବୃଦ୍ଧାଶ୍ରମରେ ବରିଷ୍ଠ ନାଗରିକ ଦିବସ ପାଳିତ by Proprietor Abhimanyu Maharana August 22, 2026 ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟରେ ରୋଟାରୀ କ୍ଲବ୍ ପକ୍ଷରୁ ୱାଟର ପ୍ୟୁରିଫାୟର ପ୍ରଦାନ by Proprietor Abhimanyu Maharana August 22, 2026 ୫ ମ ବାର୍ଷିକ ଗୁରୁ ସାକ୍ଷାତ ପରଂବ୍ରହ୍ମ, ଗୁରୁ ପୂଜନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana August 22, 2026 ଜିଲ୍ଲା ଏସ୍ପି ଓ ରେଞ୍ଜ ଆଇଜି ଏବଂ ଡିଆଇଜିଙ୍କ ସହ ଡିଜିପିଙ୍କ ଭିଡିଓ କନ୍ଫରେନ୍ସିଂ ବୈଠକ by Proprietor Abhimanyu Maharana August 22, 2026 ପରମ୍ପରାରୁ ବାହାରି ଉତ୍କର୍ଷତା ନିର୍ମାଣ : ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ର କଣ୍ଟ୍ରୋଲ୍ ରୁମରେ ମହିଳା ଶକ୍ତି କଣ୍ଟ୍ରୋଲ ରୁମକୁ ଶକ୍ତି ଯୋଗାଉଛନ୍ତି ବେଦାନ୍ତର ୧୦୦% ମହିଳା ଅପରେଟର by Proprietor Abhimanyu Maharana August 22, 2026