ଅବକାରୀ ବିଭାଗ ତରଫରୁ ୪୦ ଲିଟର ଦେଶୀ ମଦ ଜବତ , ଦୁଇ ଜଣ ଗିରଫ

୧୦ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ଭୁବନ :- ଭୁବନ ବ୍ଲକ  ଅନ୍ତର୍ଗତ ସୁରପ୍ରତାପପୁର ଅଞ୍ଚଳରେ ଆଜି ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ବେଆଇନ ଭାବେ ଦେଶୀ ମଦ ବିକ୍ରୟ ଅଭିଯୋଗରେ ନିର ମଲିକ (୪୦) ଙ୍କ ଠାରୁ ୨୧ ଲିଟର ଏବଂ ଦାମ ମହାନ୍ତି (୭୦) ଙ୍କ ଠାରୁ ୧୯ ଲିଟର ସମୁଦାୟ ୪୦ ଲିଟର ଦେଶୀ ମଦ ଜବତ କରିବା ସହ ଉଭୟ ଙ୍କୁ ଗିରଫ କରାଯାଇଥିଲା । ଅବକାରୀ କମିଶନର ନରସିଂହ ଭୋଳ,  ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀ  ଓ ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକ ଙ୍କ ନିର୍ଦ୍ଦେଶ କ୍ରମେ ଭୁବନ ଅବକାରୀ  ବିଭାଗ ଓ ଭୁବନ ଥାନା ପୋଲିସ ମିଳିତ ଭାବେ ଚଢ଼ାଉ କରିଥିଲେ l ଭୁବନ  ଅବକାରୀ  ଏସ ଆଇ ସୌରଭ ମିଶ୍ର,ଏ ଏସ ଆଇ ବିଶ୍ଵ ରଞ୍ଜନ ନାଥ , କନଷ୍ଟେବଳ ଗୋଲାପ ସାହୁ ,ପ୍ରେମାନନ୍ଦ ବେହେରା, ପ୍ରଫୁଲ୍ଲ କୁମାର ସାମଲ ପ୍ରମୁଖ ଏହି ଚଢାଉ ରେ ସାମିଲ ଥିଲେ ।

Exit mobile version