Home ଓଡ଼ିଶା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ବିଦାୟ କାଳୀନ ସମ୍ୱର୍ଦ୍ଧନା by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୧୦ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ହିଞ୍ଜିଳିକାଟୁ :- ଓଡ଼ିଶା ପ୍ରଶାସନିକ ସେବାର ବରିଷ୍ଠ ବର୍ଗ ଅଧିକାରୀ ତଥା ହିଞ୍ଜିଳିକାଟୁ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନାଙ୍କୁ ଏକ ଭାବ,ଭାବାବେଗ ଓ ଅବିସ୍ମରଣୀୟ ମୁହୂର୍ତ୍ତରେ ଶୁକ୍ରବାର ବିଦାୟ କାଳୀନ ସମ୍ୱର୍ଦ୍ଧନା ଦିଆଯାଇଛି। ଗତ ୨୦୨୧ ସାଲ ଏପ୍ରିଲ ୨୨ ତାରିଖରେ ଶ୍ରୀ ଜେନା ହିଞ୍ଜିଳିକାଟୁ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ଏଠାରେ ଅବସ୍ଥାପିତ ହେବା ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କେବଳ ଗୋଟିଏ ଗୁରୁତ୍ତ୍ଵପୂର୍ଣ୍ଣ ଉପଦେଶ”ଟେକ୍ କେର୍ ଅଫ ମାଇଁ ପିପୂଲ୍ ” ତାଙ୍କ ହୃଦୟରେ ଗଭୀର ରେଖାଙ୍କିତ କରିଥିଲା। ତା ପର ଠାରୁ ସେ ହିଞ୍ଜିଳିକାଟୁ ବ୍ଲକରେ ନିଜ ଦକ୍ଷତା ଓ ପାରଦର୍ଶିତା ବଳରେ ଜଣେ ଲୋକପ୍ରିୟ,ବନ୍ଧୁବତ୍ସଳ,ଦକ୍ଷ ପ୍ରଶାସନିକ ଅଧିକାରୀ ଓ ମୁଖ୍ୟମନ୍ତ୍ରୀଙ୍କ ବ୍ଳକର ଜଣେ ଦୂରଦୃଷ୍ଟି ସମ୍ପନ୍ନ ଓ ବିଚକ୍ଷଣ ପ୍ରଶାସନିକ ଅଧିକାରୀ ଭାବେ ଶ୍ରେଷ୍ଠତ୍ଵ ପ୍ରତିପାଦନ କରିଥିଲେ। ତାଙ୍କ କୃତ କାର୍ଯ୍ୟ ପାଇଁ ସେ ହିଞ୍ଜିଳିକାଟୁ ବ୍ଲକ ସକାଶେ ଉଭୟ ରାଜ୍ୟ ଓ ଦେଶରେ ଶ୍ରେଷ୍ଠ ବ୍ଲକ ଭାବେ ସମ୍ମାନ ଜନକ ଜାତୀୟ ପଞ୍ଚାୟତ ପୁରସ୍କାର ଓ ପ୍ରଶଂସାପତ୍ର ଅର୍ଜ୍ଜନ କରିଥିଲେ। ନିଜ କାର୍ଯ୍ୟ ନିର୍ବାହ ସମୟରେ ୨୫ ଟି ରୂପାନ୍ତରଣ ଉଚ୍ଚ ବିଦ୍ୟାଳୟ,ପଞ୍ଚାୟତ ରାଜ ଅନୁଷ୍ଠାନ ପାଇଁ ନିର୍ବାଚନ ପରିଚାଳନା, ସ୍ୱଚ୍ଛ ଭାରତ ଅଭିଯାନ, ଟିକସ ଆଦାୟ ଓ ସୁଦୃଢ଼ୀକରଣ, ନରେଗା ଯୋଜନାରେ ଅସମ୍ପୂର୍ଣ୍ଣ ପ୍ରକଳ୍ପ ପାଇଁ ପଦକ୍ଷେପ, ଗ୍ରାମାଞ୍ଚଳ ଆବାସ କାର୍ଯ୍ୟାରମ୍ଭ, ମୋ ଘର ଯୋଜନା,ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ଅନୁଦାନ ପାଣ୍ଠିରେ କଲେଜ ଓ ମନ୍ଦିର ରୂପାନ୍ତରଣ ପ୍ରକିୟା ଆରମ୍ଭ ଆଦି କାର୍ଯ୍ୟ ସଫଳତାର ସହ ସମ୍ପାଦନା କରିଥିଲେ।ଏଭଳି ବହୁ ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ ସକାଶେ ୨୧-୨୨ ଆର୍ଥିକ ବର୍ଷରେ ମନରେଗାରେ ପ୍ରଥମ ପୁରସ୍କାର, ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୂର୍ମ୍ମୁଙ୍କ ଠାରୁ ଶ୍ରେଷ୍ଠ ବ୍ଲକ ଭାବେ ଜାତୀୟ ପଞ୍ଚାୟତ ପୁରସ୍କାର, ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର, ସୁସ୍ଥ ପଞ୍ଚାୟତ ଓ ସୁସ୍ଥ ଓ ସବୁଜ ପଞ୍ଚାୟତ ପୁରସ୍କାର, ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଇନସେଣ୍ଟିଭ ପୁରସ୍କାର, ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଉର୍ଜାରେ ମନରେଗା, ପରିମଳ, ସର୍ବଶ୍ରେଷ୍ଠ ପ୍ରଦର୍ଶନ ଓ ଜିପିଡିପି କ୍ଷେତ୍ରରେ ଶ୍ରେଷ୍ଠ ବ୍ଲକ ଭାବେ ୪ ଟି ପୁରସ୍କାର ସହ ସାମାଜିକ ଗଣମାଧ୍ୟମ ପରିଚାଳନା ନିମନ୍ତେ ଶ୍ରେଷ୍ଠ ବ୍ଲକ ଭାବେ ପୁରସ୍କାର ଲାଭ କରିଥିଲେ। ନିଜ ଅମାୟିକ ବ୍ଯବହାର ଓ ବିନମ୍ର ସ୍ଵଭାବ, ଅସୀମ ଧୈୟ୍ଯ, ନିଷ୍ଠା,ନିପୁଣ କାର୍ଯ୍ୟ ସମ୍ପାଦନା ଶୈଳୀ,ତ୍ୱରିତ ପଦକ୍ଷେପ, ବିକାଶ ଡିଗରେ ପ୍ରତିବଦ୍ଧତା ଓ ସୁପରିଚାଳନା ନିମନ୍ତେ ନିରନ୍ତର ପ୍ରଚେଷ୍ଟା ଏକ ସଫଳ ବ୍ୟକ୍ତିତ୍ଵ ଭାବେ ସମସ୍ତଙ୍କ ଶ୍ରଦ୍ଧାଭାଜନ ଥିଲେ। ତାଙ୍କ ସଫଳତାର ସ୍ମୃତି ରୋମନ୍ଥନ କରି ମୂଖ୍ୟମନ୍ତ୍ରୀଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ରାଜ୍ୟ କୃଷି ବିପଣନ ମଣ୍ଡଳୀ ଉପଦେଷ୍ଟା ସୁରେନ୍ଦ୍ର ନାଥ ପ୍ରଧାନ, ବ୍ଲକ ଅଧ୍ୟକ୍ଷା ସରସ୍ଵତୀ ସେଠୀ, ଜିଲ୍ଲା ଯୋଜନା ବୋର୍ଡ ବିଶେଷଜ୍ଞ ସଦସ୍ୟ ଏନ୍ ରଘୁନାଥ, ଓଆରଏଚଡିସି ଅଧ୍ୟକ୍ଷ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓ, ଶେରଗଡ଼ ବିଡିଓ ଶିବାଶିଷ ବରାଳ,ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠୀ, ଅତିରିକ୍ତ ତହସଲଦାର ସୁରଜ ନାୟକ ବେହେରା,ଏବିଡ଼ିଓ ଅରୁଣ କୁମାର ପ୍ରଧାନ ପ୍ରମୁଖ ବିଦାୟୀ ଅଧିକାରୀ ଶ୍ରୀ ଜେନାଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ପ୍ରଦାନ, ଉତ୍ତରୋତ୍ତର କାମନା କରି ଏକ ଭାବ ବିହ୍ୱଳ ପରିବେଶରେ ବିଦାୟ କାଳୀନ ସମ୍ୱର୍ଦ୍ଧନା ଜ୍ଞାପନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ,ସରପଞ୍ଚ ସଭ୍ୟ, ବ୍ଲକ ସହକାରୀ ଯନ୍ତ୍ରୀ କେଦାର ପଣ୍ଡା,ପିଇଓ ସଂଘ ସଭାପତି ସୁଶାନ୍ତ କୁମାର ପାତ୍ର, ସହକାରୀ ଯନ୍ତ୍ରୀ ଡ଼ଃ ହର୍ଷ ମାଧବ କର, ସି ଡ଼ିପିଓ ଗାଙ୍ଗୀ ସୁବୁଦ୍ଧି, ଯୋଗାଣ ନିରୀକ୍ଷକ ପୁରଞ୍ଜୟ ସାହୁ,ବିଏଫଟି ବୃନ୍ଦାବନ ଗୌଡ଼, ପିଇଓ, ଜିଆରଏସ୍ ଓ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । Categories: ଓଡ଼ିଶା, ଗଞ୍ଜାମ, ଦେଶ, ହୋମ୍ Related Content ସାଧାରଣ ଚିକିତ୍ସାଳୟ ରେ ଅସାଧାରଣ ଅବ୍ୟବସ୍ଥା - ରୋଗୀ ସେବା ବ୍ୟାହତ by Proprietor Abhimanyu Maharana September 16, 2026 ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026