ଫାଇଲେରିଆ ବା ବାତଜ୍ଵର ନିରାକରଣ ନିମନ୍ତେ ଏକକାଳୀନ ସାମୁହିକ ଔଷଧ ସେବନ’ କାର୍ଯ୍ୟକ୍ରମ ର ଶୁଭାରମ୍ଭ

୧୦ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ନୟାଗଡ଼ :- ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଆଦର୍ଶ ବିଦ୍ୟାଳୟ ପରିସରରେ ଆଜି ଫାଇଲେରିଆ ବା ବାତଜ୍ଵର ନିରାକରଣ ନିମନ୍ତେ ‘ଏକକାଳୀନ ସାମୁହିକ ଔଷଧ ସେବନ’ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଯାଇଛି। ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ତାରକ ପ୍ରଶନ୍ନ ତ୍ରିପାଠୀଙ୍କ ସଭାପତିତ୍ୱରେ ଆୟୋଜିତ ଏକ ସଚେତନତାସଭାରେ ମୂଖ୍ୟ ଅତିଥି ଭାବେ ଦଶପଲ୍ଲା ବ୍ଲକ ଚେୟାରମ୍ୟାନ ସୁନନ୍ଦା ସାହୁ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଦଶପଲ୍ଲା ବିଡ଼ିଓ, ଏବିଡିଓ, ଏବିଓ, ଆଦର୍ଶ ବିଦ୍ୟାଳୟର ଅଧକ୍ଷ ଓ ରୋଟାରୀ କ୍ଲବର ଉପ ପ୍ରାନ୍ତପାଳ ରୋଟାରିଆନ ଧିରେନ୍ଦ୍ର ପଟ୍ଟନାୟକ ଉପସ୍ଥିତ ଥିଲେ । ଫାଇଲେରିଆ ଓ ଏହାର ନିରାକରଣ କୁ ନେଇ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ‘ଡି.ଇ.ସି’ ବଟିକା ସହ ‘ଆଲ୍‌ବେଣ୍ଡାଜୋଲ’ ବଟିକା ଅତିଥି ମାନେ ପ୍ରଥମେ ଖାଇଥିଲେ ପରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଜଳଖିଆ ଦିଆଯାଇଥିଲା ଏବଂ ପ୍ରଶିକ୍ଷିତ ସ୍ବାସ୍ଥ୍ୟ କର୍ମୀ ମାନେ ସେମାନଙ୍କୁ ଔଷଧ ଖୁଆଇ ଦେଇଥିଲେ।ଏହି କାର୍ଯ୍ୟକ୍ରମର ବ୍ୟାପକ ସଚେତନତା ପାଇଁ ରୋଟାରୀ କ୍ଲବ ନୟାଗଡ଼ କାର୍ଯ୍ୟ କରୁଥିବାରୁ ଅତିଥି ମାନେ ରୋଟାରୀକୁ ଭୂୟସୀ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ଡାକ୍ତର ସନ୍ଦୀପ ସ୍ବାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ମଶାବା‌ହିତ ରୋଗ ପରାମର୍ଶଦାତା ଆଲୋକ କୁମାର ପଟେଲ ଏବଂ ମନୋଜ କୁମାର ମହାପାତ୍ର ସହଯୋଗ କରିଥିଲେ ।

Exit mobile version