ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇଲେ ଦଶପଲ୍ଲା ବିଧାୟକ

୧୦ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସଦରମହକୁମା ଅଧୀନରେ ଥିବା ନୂଆଗାଁ ପ୍ରାଇମେରୀ ସ୍କୁଲ ପଡିଆରେ ନୂଆଗାଁ ଗ୍ରାମପଞ୍ଚାୟତ ସ୍ତରୀୟ ଆମ ଓଡିଶା-ନବୀନ ଓଡିଶା ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଅନଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମ ପଞ୍ଚାୟତର ମହିଳା, ଜନସାଧାରଣ ଓ ବରିଷ୍ଠ ନାଗରିକ ଦୁଇ ହଜାରରୁ ଉର୍ଦ୍ଧ୍ବ ସଂଖ୍ୟାରେ ଯୋଗ ଦେଇଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ବିଭିନ୍ନ ଜନହିତକାରୀ ଯୋଜନା ସମ୍ବନ୍ଧରେ ଅବଗତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଦଶପଲ୍ଲା ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ଶ୍ରୀ ରମେଶ ଚନ୍ଦ୍ର ବେହେରାଙ୍କ ସହ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟ ବେହେରା , ଜିଲ୍ଲାପରିଷଦ ୧୭ ନଂ ଜୋନ୍ ସଭ୍ୟା ପ୍ରତିମା ଦଲ ବେହେରା , ନୂଆଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସୁଦେବ ନାୟକ , ସିଡିପିଓ ଶୁଭ୍ର କେସରୀ ମଲ୍ଲିକ ,ନୂଆଗାଁ ସରପଞ୍ଚ ଅମିତା ପରିଡା , ନାଏବ ସରପଞ୍ଚ ବସନ୍ତ ପ୍ରଧାନ ଓ ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ମଧ୍ୟରେ ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ଖୋଲା ଯାଇଥିଲା ପିଠା ଷ୍ଟଲ l ବିଧାୟକ ଶ୍ରୀ ବେହେରା ବୁଲି ଦେଖିବା ସହିତ ପିଠା ଖାଇଥିଲେ l ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରୀ ବେହେରା ସଭାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବିଭିନ୍ନ ଜନ ହିତକର କାର୍ଯ୍ୟକ୍ରମ ବିଷୟରେ କହିବା ସହିତ ନୂଆଗାଁ ଗ୍ରାମପଞ୍ଚାୟତ ବିକାଶ ସମ୍ବନ୍ଧରେ ଆଲୋଚନା କରିଥିଲେ । ସମସ୍ତ ଅତିଥି ମାନଙ୍କ ଦ୍ଵାରା ଆମ ଗ୍ରାମ ପଞ୍ଚାୟତ ବିକାଶ ପୁସ୍ତକ ଉନ୍ମୋଚନ ହୋଇଥିଲା । ଯାହାକି ଆମ ପଞ୍ଚାୟତ ବିକାଶ ପୁସ୍ତକରେ ସ୍ଥାନ ପାଇଛି । ଆମ ଓଡିଶା ନବୀନ ଓଡିଶାରେ ୧୬ଟି ପ୍ରକଳ୍ପ ପାଇଁ ୫୦ଲକ୍ଷ , ବିଜୁ ସ୍ୱାସ୍ଥ୍ୟ କଲ୍ଯାଣ ଯୋଜନା ପାଇଁ ୧୦୮୩ ପରିବାରକୁ ବିଜୁ ସ୍ୱାସ୍ଥ୍ୟ କଲ୍ଯାଣ ଯୋଜନା ଅନ୍ତର୍ଭୁକ୍ତ ହେବ ସହିତ ୧୩୩ ହିତାଧି କରି ଉପକୃତ , ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ସହାୟତା ଯୋଜନାରେ ୨ଟି ପ୍ରକଳ୍ପ ପାଇଁ ୮ ଲକ୍ଷ ,କାଳିଆ ଯୋଜନାରେ ୮୯୭ ପରିବାର ଅନ୍ତର୍ଭୁକ୍ତ ,ସାମାଜିକ ସୁରକ୍ଷା ଭାତ୍ତାରେ ୪୨୭ ହିତାଧିକାରୀ , ମିଶନ ଶକ୍ତିରେ ୮୯ ଗୋଷ୍ଠୀଙ୍କୁ ୭୨୬.୫ ଲକ୍ଷ ବିନା ସୁଧରେ ରୁଣ , ରେସନ କାର୍ଡ ୧୧୩୪ ପରିବାର , ମମତା ଯୋଜନାରେ ୬୫୭ ଗର୍ଭବତୀ ମହିଳାଙ୍କୁ ମମତା ସହାୟତା । ଲକ୍ଷ୍ମୀ ଯୋଜନାରେ ଫେବୃଆରୀ ମାସରୁ ଲକ୍ଷ୍ମୀ ବସ ସେବା । ଏ ସମସ୍ତ ଜନହିତ କର ଯୋଜନା ବିଷୟରେ ଉପସ୍ଥିତି ଥିବା ଜନ ସାଧାରଣଙ୍କୁ ଅବଗତ କରାଯାଇଥିଲା ।

Exit mobile version