Home ଓଡ଼ିଶା ନିଆଁରେ ଶରୀରରେ ୮୦ ପ୍ରତିଶତ ଜଳିଗଲା ସାହାର୍ଯ୍ୟ ଅପେକ୍ଷାରେ ଲିପନୀ ରାଇକା by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୧୦ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ଆର,ଉଦୟଗିରି :- ମୋହନା ବ୍ଲକ ଅନ୍ତର୍ଗତ ଲୁହାଗୁଡି ପଞ୍ଚାୟତର ଚୁଲାମ୍ବ ଗ୍ରାମରେ ରହିଥିବା ପାଲ ରାଇକା । ସେ ଜଣେ ଆଦିବାସୀ । ଖଟିଲେ ଯାହା ଦୁଇପଇସା ରୋଜଗାର କରେ ସେହି ଟଙ୍କା ଘରର ଚୁଲି ଜଳେ ତାଙ୍କ ୬ ପ୍ରାଣୀ କୁଟୁମ୍ବ ଚଳନ୍ତି । କିନ୍ତୁ କପାଳ ଲିଖନ କେ କରିବ ଆନ ସ୍ଥିତି ପାଲଙ୍କ ପାଇଁ ଆସି ଠିଆ ହେଲା । ତାଙ୍କ ୭ ବର୍ଷର ଝିଅ ଲିପନୀ ଗତ ଡିସେମ୍ବର ୮ ତାଖରେ ଚୁଲି ନିଆଁ ସଂସ୍ପର୍ଶରେ ଆସି ଅଧା ପୋଡିଗଲେ । ସୌଭାଗ୍ୟବଶତଃ ଲିପନୀ ସମ୍ମୁଖ ଭାଗ ଓ ମୁଣ୍ଡରେ ନିଆଁ ନଲାଗି ଶରୀରରେ ଗଛ ଭାବରେ ୮୦ ପ୍ରତିଶତ ପୋଡି ଯାଇଥିଲା । ପାଲ ରାଇକା ନିଜ ପାଖରେ ଥିବା ସମସ୍ତ ଟଙ୍କା ଧରି ଚେରମୂଳ ଔଷଧରେ ଚିକିତ୍ସା କରିଥିଲେ । ହେଲେ ପୋଡା ଘା’ ଭଲ ହେବା ପରିବର୍ତେ ଦିନକୁ ଦିନ ଅଧିକ ଯନ୍ତ୍ରଣାଦାୟକ ହୋଇଛି । ପାଲଙ୍କ ପରିବାର କହିଥିଲେ । ତାଙ୍କ ପତ୍ନୀ ଜୟନ୍ତୀ, ୩ଜିଅ ଓ ଗୋଟିଏ ପୁଅ । ଘଟଣା ଦିନ ସକାଳ ୭ଟାରେ ପାଲ ରାଇକା ଏବଂ ତାଙ୍କ ସ୍ତ୍ରୀ ବୁଲି କାମ ପାଇଁ ଘରୁ ବାହାରି ଚାଲିଗଲେ। ଘରେ ସାନ ଝିଅ ଲିପନୀ ଏକୁଟିଆ ଥିଲା । ସେ ଶୋଇଥିବାବେଳେ ଚୁଲି ନିଆଁ ତାର ପଛପଟେ ଲାଗି ଯାଇଥିଲା । ଲିପନୀର ଶରୀର ୮୦ ପ୍ରତିଶତ ଜଳି ଯାଇଥିଲା । ପିଲା ଲିପନୀକୁ ତୁଲାମ୍ବରୁ ନେଇ ପ୍ରଥମିକ ଚିକିତ୍ସା କରାଇଥିଲେ । ସେଠାରେ ଡାକ୍ତର ଦେଇଥିବା ଏକ ମଲମ ନିଜ ସାଥିରେ ନେଇ ଆସିଥିଲେ । ପ୍ରତିଦିନ ତାହା ପୋଡା ଘା ରେ ଲଗାଇ ସରି ଯାଇଥିଲେ ମଧ୍ୟ ଅର୍ଥ ଅଭାବରୁ ଆଉ ମଲମଟିଏ ତାଙ୍କ ପରିବାର କିଣିପାରୁ ନାହାନ୍ତି । ଫଳରେ ବିନା ଚିକିତ୍ସାରେ ଲିପନୀ ଜଳାପୋଡାରେ ଛଟପଟ ହେଉଛି । କେବଳ ମା ମା ବୋଲି ଚିକାର କରିବା ଛଡା ଆଉ କିଛି କହିପାରୁନି । ସେପଟେ ବାପା ଓ ମା ର ଛାତି ଫାଟିଯାଉଛି କୁନିଝିଅର ଚିକାର ଶୁଣି । ଅର୍ଥାଭାବ ଲିପନୀର ଚିକିତ୍ସାରେ ବାଧକ ସାଜାଛି । ଘଟଣାର ୨୬ ଦିନ ପରେ ବହୁ କଷ୍ଟରେ ଟଙ୍କା ଯୋଗାଡ କରି ଏକ ଗାଡିରେ ଲିପନୀକୁ ଫେବ୍ରୁଆରୀ ୪ ତାରିଖରେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭତ୍ତି କରିଛନ୍ତି । ହେଲେ ଲିପନୀକୁ ଚିକିତ୍ସା କରିବା ପାଇଁ ବହୁ ଅର୍ଥ ଦରକାର ବୋଲି ଡାକ୍ତର କହୁଛନ୍ତି । ଡାକ୍ତର କଥା ଶୁଣି ପାଲ ମୁଣ୍ଡରେ ଚଡକ ପଡିଗଲା ଭଲି ଲାଗିଲା କାରଣ ଏତେ ଟଙ୍କା କେଉଁଠୁ ଆଣିଯେ ଝିଅର ଚିକିତ୍ସା କରିବି ବୋଲି ମୁଣ୍ଡରେ ହାତ ଦେଇ ବସିଛନ୍ତି । ଲିପନୀ ପାରଳାଖେମଣ୍ଡି ମୁଖ୍ୟ ଚିକିତ୍ସାଳୟର ମହିଳା ଓ ଶିଶୁ ବିଭାଗ ନୂତନ କୋଠା ନଂ ୯ ବେବ୍ ରେ ରହି ଚିକିତ୍ସିତ ହେଉଛନ୍ତି । ଝିଅ ଚିକିତ୍ସା ପାଇଁ ସେ ଜନସାଧାରଣଙ୍କ ସାହାଯ୍ୟ ଭିକ୍ଷା କରିଛନ୍ତି । କୌଣସି ବ୍ୟକ୍ତି ବା ଅନୁଷ୍ଠାନ ଏହି ଗରିବ ଆଦିବାସୀ ପରିବାରକୁ ଆଥିକ ସହାୟତା କରିବାକୁ ଚାହୁଁଥିଲେ ପାଲ ରାଇକା, SBI ମୋହନା ଶାଖା ଖାତା ନଂ ୩୩୭୯୬୫୪୨୦୨୩ ଆଇଏଫ୍ଏସ୍ସି କୋଟ – SBN0012115ରେ ଆଥିକ ସହଯୋଗ କରାବାକୁ ନିବେଦନ କରାଯାଇଛି । ଏହି ଗରିବ ଆଦିବାସୀ ଝିଅଙ୍କ ପାଇଁ ସରକାରଙ୍କ ଯୋଜନା ଗୁଡିକ ଅକାମିଆ ହୋଇପଡିଛି ମନେ ହେଉଛି । Categories: ଓଡ଼ିଶା, ଗଜପତି, ଦେଶ, ହୋମ୍ Related Content ସାଧାରଣ ଚିକିତ୍ସାଳୟ ରେ ଅସାଧାରଣ ଅବ୍ୟବସ୍ଥା - ରୋଗୀ ସେବା ବ୍ୟାହତ by Proprietor Abhimanyu Maharana September 16, 2026 ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026