ମା’କାଳୀକା ଦେବୀଙ୍କର ୭ ତମ ବାର୍ଷିକ ଯଜ୍ଞ ଉଦଯାପିତ

୧୦ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ଭାପୁର :- ନୟାଗଡ ଜିଲ୍ଲା ଭାପୁର ବ୍ଲକ କରବର ପଞ୍ଚାୟତ ମାଣିତ୍ରୀ ଓ ଗୁଡ଼ୁପଡ଼ା ଗ୍ରାମରେ ଆୟୋଜିତ ହୋଇଥିବା ମା’କାଳୀକା ଦେବୀଙ୍କର ୭ତମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ମହାଡ଼ମ୍ବର ସହକାରେ ପାଳିତ ହୋଇଯାଇଛି।ଶୁକ୍ରବାର ଶୁଭାଧିବାସ,ଅଙ୍କୁରାରୋପଣ ହେବା ଶହ ଶହ ଶହ ମହିଳା ପୁରୁଷ ଶ୍ରଦ୍ଧାଳୁଙ୍କୁ ନେଇ କଳସ ଯାତ୍ରା ହୋଇଥିବା ବେଳେ ଶନିବାର ଦେବୀପୂଜା,ଚଣ୍ଡୀ ଆହୁତି ସହ ପୂର୍ଣ୍ଣାହୂତି କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଦୁଇଦିନ ଧରି ଚାଲିଥିବା ଏହି ବିଶ୍ଵଶାନ୍ତି ମହାଯଜ୍ଞରେ ବହୁ ବିଦ୍ୱାନ ପଣ୍ଡିତଙ୍କ ବେଦ ଓ ମନ୍ତ୍ର ପାଠରେ ଗ୍ରାମ୍ୟ ପରିବେଶ ପ୍ରକମ୍ପିତ ହେବା ସହ ସଂସାରରୁ ଦୁଃଖ, କଷ୍ଟ, ରୋଗ ବ୍ୟାଧି ଦୂର ହେବା ସହ ସମଗ୍ର ବିଶ୍ଵର କଲ୍ୟାଣ କାମନା କରିଥିଲେ। ଏହି ଅବସରରେ ନୟାଗଡ଼ ଜିଲ୍ଲା ବିଜେଡ଼ି ଉପ ସଭାପତି ଗୟାଧର ପରିଡା, କରବର ପଞ୍ଚାୟତର ପୂର୍ବତନ ସରପଞ୍ଚ ଲୋକନାଥ ପଢ଼ିଆରୀ ସମେତ ସ୍ଥାନୀୟ ନେତୃବୃନ୍ଦ ପ୍ରମୁଖ ଯୋଗଦେଇ ମା’ କାଳୀକା ଦେବୀଙ୍କ ଆଶିର୍ବାଦ ଲାଭ କରିବା ସହିତ ସମସ୍ତଙ୍କ ମଙ୍ଗଳ କାମନା କରିଥିଲେ।

Exit mobile version