Home ଓଡ଼ିଶା କରବର ପଂଚାୟତରେ ୧୫ ପ୍ରକଳ୍ପ ପାଇଁ ୫୦ଲକ୍ଷ ଟଙ୍କା ମଞ୍ଜୁର by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ଭାପୁର ବ୍ଲକରେ ଆମ ଓଡିଶା ନବୀନ ଓଡିଶାର ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ୧୦ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ଭାପୁର :- ନୟାଗଡ଼ ଜିଲ୍ଲା ଭାପୁର ବ୍ଲକରେ ଆମ ଓଡିଶା ନବୀନ ଓଡିଶା ଅନ୍ତର୍ଗତ ବିକାଶ ମୂଳକ ଯୋଜନାର ପଂଚାୟତ ସ୍ତରୀୟ ସଚେତନ କାର୍ଯ୍ୟକ୍ରମ ଜାରି ରହିଛି l ଏହି କ୍ରମରେ ଶନିବାର କରବର ପଂଚାୟତରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ ମୁଖ୍ୟ ଅତିଥି ଭାବେ ଶିବିରକୁ ଉଦଘାଟନ କରିବା ସହ କରବର ପଂଚାୟତରେ ମୁଖ୍ୟ ମନ୍ତ୍ରୀ ନବୀନ ପଟନାୟକଙ୍କ ପ୍ରଦତ୍ତ ଯୋଜନା ଗୁଡିକର ସଫଳ ରୂପାୟନ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରିବା ସହ ଆମ ଓଡ଼ିଶା ନବୀନ ଓଡିଶା ପୁସ୍ତକକୁ ଉନ୍ମୋଚନ କରିଥିଲେ l ଉକ୍ତ ସଚେତନତା କାର୍ଯ୍ୟକ୍ରମରେ କରବର ପଞ୍ଚାୟତର ସରପଞ୍ଚ ଉଷାରାଣୀ ସାହୁ, ସମିତି ସଭ୍ୟ ତପନ କୁମାର ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ଧଳ, ବ୍ଲକ ବିଜେଡ଼ି ସଭାପତି ଶିବ ପ୍ରସାଦ ଷଡ଼ଙ୍ଗୀ,ସମାଜସେବୀ ସନ୍ତୋଷ କୁମାର ତ୍ରିପାଠୀ, ଅଖିଳ ସେଠୀ, ଅମ୍ବିକା ସୁବୁଦ୍ଧି, କାହ୍ନୁ ଚରଣ ସ୍ବାଇଁ ପ୍ରମୁଖ ମଂଚାସୀନ ହେବା ସହ ବିକାଶ ମୂଳକ ଯୋଜନା ସମ୍ପର୍କରେ ଉଦବୋଧନ ଦେଇଥିଲେ l କରବର ପଞ୍ଚାୟତରେ ୧୩୨୫ ଗୋଟି ପରିବାରଙ୍କୁ ବିଜୁ ସ୍ୱାସ୍ଥ୍ୟ ଯୋଜନା, ମୁଖ୍ୟ ମନ୍ତ୍ରୀ ସ୍ୱତନ୍ତ୍ର ସହାୟତାରେ ୨ଟି ପ୍ରକଳ୍ପରେ ୧୨ଲକ୍ଷ ବିନିଯୋଗ, କାଳିଆ ଯୋଜନା ରେ ୧୦୫୮ ପରିବାର ଅନ୍ତର୍ଭୁକ୍ତ, ୮୬୧ ଜଣଙ୍କୁ ଭତ୍ତା, ୧୨୦ଟି ମିଶନ ଶକ୍ତି ଗୋଷ୍ଠୀଙ୍କୁ ୧୪୬୪ ଲକ୍ଷ ଟଙ୍କା ବିନା ସୁଧରେ ଋଣ ପ୍ରଦାନ, ୩୧୨ ଗର୍ଭବତୀ ମହିଳାଙ୍କୁ ମମତା ସହାୟତା, ୧୩୨୫ ପରିବାରଙ୍କୁ ରେସନ୍ କାର୍ଡ, ଆମ ବ୍ୟାଙ୍କ ଏବଂ ଲକ୍ଷ୍ମୀ ଯୋଜନାରେ ପଂଚାୟତକୁ ଅନ୍ତର୍ଭୁକ୍ତ ଆଦି ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଯାଇ ଥିଲା l ଉକ୍ତ ସଚେତନତା କାର୍ଯ୍ୟକ୍ରମରେ ହଜାରରୁ ଊର୍ଦ୍ଧ୍ଵ ମହିଳା ମାନେ ଉପସ୍ଥିତ ଥିଲେ। Categories: ଓଡ଼ିଶା, ଦେଶ, ନୟାଗଡ଼ ନିଉଜ୍, ହୋମ୍ Related Content ସାଧାରଣ ଚିକିତ୍ସାଳୟ ରେ ଅସାଧାରଣ ଅବ୍ୟବସ୍ଥା - ରୋଗୀ ସେବା ବ୍ୟାହତ by Proprietor Abhimanyu Maharana September 16, 2026 ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026