୧୦ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ରଣପୁର :- ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ପଞ୍ଚାୟତର ଯାତ୍ରାପଡିଆଠାରେ ରାଜସୁନାଖଳା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ରାଉତ ଓ଼ ମଣ୍ଡଳ ଉର୍ନ୍ନୟନ ଅଧିକାରୀ ସୁଧୀରକୁମାର ନାୟକଙ୍କ ମିଳିତ ଆବାହକତ୍ୱରେ ଏବଂସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନଙ୍କ ସଭାପତିତ୍ୱରେ ଶନିବାର ଦିନ ପଞ୍ଚାୟତସ୍ତରୀୟ ” ଆମଓଡ଼ିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ! ଏହି ପଞ୍ଚାୟତସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ଜିଲ୍ଲା ଯୋଜନା ବୋର୍ଡ଼ ଅଧକ୍ଷ ତଥା ବିଧାୟକ ସତ୍ୟନାରାୟଣ ପ୍ରଧାନ, 
ମୁଖ୍ୟବକ୍ତାଭାବେ ଜିଲ୍ଲାପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଓ଼ ସମ୍ମାନୀତ ଅତିଥିଭାବେ ସଭ୍ୟ ତପନ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ଜଗତନ୍ନାଥ ଜଗନ୍ନାଥଙ୍କ ପ୍ରତିମୃତ୍ତିରେ ଫୁଲ, ଚନ୍ଦନ ଓ଼ ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ଶୁଭ ଉଦଘାଟନ କରିଥିଲେ ! ଏହି ଆମ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମରେ ପଞ୍ଚାୟତରୁ ମହିଳା ସୟଂ ସହାୟକ, ମିଶନ ଶକ୍ତି ଓ଼ ପଞ୍ଚାୟତର 5ହଜାରରୁ ଉର୍ଦ୍ଧ ମହିଳାମାନେ ଯୋଗଦେଇ ଥିଲେ ! ଏହି କାର୍ଯ୍ୟକ୍ରମରେ ବିଧାୟକ ସତ୍ୟନାରାୟଣ ପ୍ରଧାନ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଜନହିତକର ଯୋଜନା ଗୁଡିକୁ ବିଷୟରେ ଉପସ୍ଥିତ ମହିଳାମାନଙ୍କୁ ସୂଚନା ଦେଇଥିବାବେଳେ ମୁଖ୍ୟବକ୍ତା ଜିଲ୍ଲାପରିଷଦ ଅଧକ୍ଷ ଶ୍ରୀ ପଟ୍ଟନାୟକ ଆସନ୍ତା ସାଧାରଣ ନିର୍ବାଚନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ଼ ବିଜେଡି ଦଳର ପ୍ରାର୍ଥୀଙ୍କୁ ବହୁ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରିବାକୁ ପରାମର୍ଶ ଦେଇଥିଲେ ! ! ଏହି ପଞ୍ଚାୟତସ୍ତରୀୟ ସଚେତନତା ଶିବିର (ଆମ ଓଡିଶା, ନବୀନ ଓଡିଶା )କାର୍ଯ୍ୟକ୍ରମକୁ ପଞ୍ଚାୟତ ଜି ଆର ଏସ ପୁରଞ୍ଜନ ବେହେରା, ରାଘବ ନନ୍ଦ ବେହେରା ଓ଼ ପଞ୍ଚାୟତର ସମସ୍ତ ୱାର୍ଡ ମେମ୍ବର ସଭ୍ୟ /ସଭ୍ୟମାନେ ଉପସ୍ଥିତ ରହି ସହଯୋଗ କରି ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିଥିଲେ !

