ବାଙ୍କି ଅଞ୍ଚଳ ପାଲଟିଛି ଦେଶୀ ମଦ ର ରନ୍ଧାଶାଳ, ଅବକାରୀ ବିଭାଗ ଚଢାଉ ବେଳେ ୩୮୦୦ ଲିଟର ପୋଚ ସହ ୪୫୦ ଲିଟର ଦେଶୀ ମଦ ଜବତ

ଓଡିଶା ତାଜା ନ୍ୟୁଜ୍ (୨୫ ଜୁଲାଇ ଶନିବାର) କଟକ ଜିଲା :- କଟକ ଜିଲା ବାଙ୍କୀ ଥାନା ଅଂଚଳ ଏବେ ଚୋରା ଦେଶୀ ମଦ ରନ୍ଧାଶାଳ ପାଲଟି ଥିବା ବେଳେ ଏହି ଅଂଚଳରେ ଏତେ ମାତ୍ରାରେ ମଦ ରଂଧା ହେବା ଘଟଣା କଟକ ଜିଲ୍ଲା ପୋଲିସ ର ଭୂମିକାକୁ ନେଇ ପ୍ରଶ୍ନ ଉଠିଛି, ମଦ ରନ୍ଧା ହେବା ଖବର ପୋଲିସ ଜାଣିକି ଚୁପ ରହୁଛି, ନା ସଲାସୁତୁରାରେ ଚାଲିଛି ମଦ ରନ୍ଧା, ବାରମ୍ବାର ଗଣମାଧ୍ୟମରେ ମଦ ରନ୍ଧା ନେଇ ଖବର ପ୍ରକାଶ ପାଉଥିବାବେଳ କେମିତି ପୋଲିସ ନିରବଦ୍ରଷ୍ଟ୍ରା ସାଜୁଛି, ପୋଲିସ ର ଭୂମିକାକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଚି, ଆଜି ଅବକାରୀ ବିଭାଗ ଏହି ବ୍ଲକ ର ପଶାଣିଆ ଗ୍ରାମର ଗହୀର ବିଲ ମଧ୍ୟରେ ଚଢାଉ କରି ୩୮୦୦ ଲିଟର ମଦ ରନ୍ଧା ପାଇଁ ପ୍ରସ୍ତୁତ ଥିବା ପୋଚ ଏବଂ ୪୫୦ ଲିଟର ଚୋରା ଦେଶୀ ରନ୍ଧା ମଦ ଜବତ କରିଛି,

ଶୁକ୍ରବାର ସକାଳେ ବାଙ୍କୀ ଅବକାରୀ ବିଭାଗ ସହିତ ଆଠଗଡ, ନରସିଂହପୁର ଓ ଅବକାରୀ ମୋବାଇଲ ସ୍କ୍ୱାର୍ଡର ମିଳିତ ସହଯୋଗରେ ଚଢ଼ାଉ କରାଯାଇଥିଲ ବେଳେ ଅଭୁଯୁକ୍ତ କି ମଦ ମାଫିଆଙ୍କୁ ଗିରଫ କରିବାରେ ବିଭାଗ ସଫଳ ହୋଇନାହିଁ । ସୂଚନା ଯୋଗ୍ୟ ଯେ, ଦୀର୍ଘଦିନ ଧରି ପଶାଣିଆ ଗ୍ରାମରେ ମଦ କାରବାର ପ୍ରବଳ ମାତ୍ରାରେ ରନ୍ଧା ହୋଇ ଆସୁଥିବାର ଅଭିଯୋଗ ହୋଇ ଆସୁଥିଲା । ଆଜି ପଶାଣିଆ ଗ୍ରାମର ଗହିର ମଧ୍ୟରେ ୮ ଗୋଟି ମଦ ରନ୍ଧା ସ୍ଥାନ ଉପରେ ଏହି ଚଢାଉ କରାଯାଇ ପୋଚ ଓ ମଦ ଜବତ କରାଯାଇଥିବା ବାଙ୍କୀ ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି, (ରିପୋର୍ଟ ଲଷ୍ମୀଧର ଖୁଣ୍ଟିଆ)

Exit mobile version