Home ଓଡ଼ିଶା ଶ୍ରୀ ଶ୍ରୀ ପତିତପାବନ ଦେବଙ୍କ ଦ୍ୱିତୀୟ ଜନ୍ମଉତ୍ସବ ଓ ବିଶ୍ଵଶାନ୍ତି ମହାଯଜ୍ଞ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ପୁରୀରୁ ଜ୍ୟୋତି ଓ ପଦଯାତ୍ରାରେ ବିରାଟ ଶଗଡ଼ ଯାତ୍ରା ୧୦ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ନିରାକାରପୁର :- ଖୋର୍ଦ୍ଧା ଜିଲ୍ଲା ବଡ଼ପୋଖରିଆ ଶ୍ରୀ ଶ୍ରୀ ପତିତପାବନ ଦେବଙ୍କ ଦ୍ୱିତୀୟ ବାର୍ଷିକ ଜନ୍ମ ଉତ୍ସବ ଓ ବିଶ୍ଵଶାନ୍ତି ମହାଯଜ୍ଞ ୧୧ ତାରିଖ ରୁ ଆରମ୍ଭ ହୋଇ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି। ଆଜି ଏହି ଅବସରରେ ଗ୍ରାମବାସୀ ଙ୍କ ସହଯୋଗରେ ସିରୁଳି ମହାବୀର ପୁରୀ ଠାରୁ ଜ୍ୟୋତି ଓ ପଦଯାତ୍ରା ମହାସମାରୋହରେ ବଡ଼ପୋଖରୀଆରେ ପହଞ୍ଚିଛି। ଏହି ବିରାଟ ଶୋଭାଯାତ୍ରାରେ ବହୁ ସଂଖ୍ୟାରେ ଶଗଡ଼ ଗାଡ଼ି ଓ ବିରାଟ ଜଗନ୍ନାଥଙ୍କ ସୁସଜ୍ଜିତ ପ୍ରତିମୂର୍ତ୍ତି ଯାଉଥିବାର ଦୃଶ୍ୟ ଅତି ମନୋରମ ଥିଲା। ଶହ ଶହ ଭକ୍ତ ଙ୍କ ହରିବୋଲ , ହୁଳହୁଳି ଶବ୍ଦରେ ପ୍ରକମ୍ପିତ ହୋଇଥିଲା ଜଗନ୍ନାଥ ସଡ଼କ।ଏହି କାର୍ଯ୍ୟକ୍ରମରେ ରବିବାର ଦିନ ଦାରୁ ଉଦଯାପନ, ଛାତ୍ରପଡା ରୁ ଆଜ୍ଞାମାଳ ବିଜେ, ଶୁଭ ଅଧିବାସ ଓ ଅଙ୍କୁରା ରୋପଣ ଅନୁଷ୍ଠିତ ହେବ। ପରେ ଦୈନଦିନ ହୋମ, ଯଜ୍ଞ,ପୂଜା ଅର୍ଚ୍ଚନା ଚାଲିବ ସହିତ ୧୬ ତାରିଖ ରେ ପୂର୍ଣ୍ଣାହୁତି ଅନୁଷ୍ଠିତ ହେବ। Categories: ଓଡ଼ିଶା, ଖୋର୍ଦ୍ଧା, ଦେଶ, ହୋମ୍ Related Content କୋରାପୁଟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ୱରାଜ୍ୟ ସୀସାଙ୍କ ବିୟୋଗ by Proprietor Abhimanyu Maharana June 26, 2026 Dabur India Limited inducts the importance of Wonder Herb – Pudina by Proprietor Abhimanyu Maharana June 26, 2026 ଚମତ୍କାର ଔଷଧି - ପୁଦିନାର ମହତ୍ୱକୁ ସାମିଲ କରିଛି ଡାବର ଇଣ୍ଡିଆ ଲିମିଟେଡ by Proprietor Abhimanyu Maharana June 25, 2026 ନିଶା ନିବାରଣ ସଚେତନତା ରଥ ଜିଲ୍ଲାପାଳଙ୍କ ଦ୍ୱାରା ଉଦ୍ଘାଟିତ by Proprietor Abhimanyu Maharana June 25, 2026 ସୁଜାତାଙ୍କ ଯୋଗଦାନ ଦଳକୁ ଶକ୍ତିଶାଳୀ କରିବ : ବିଜେଡି by Proprietor Abhimanyu Maharana June 25, 2026 ପଂଚାୟତରେ ସୁଶାସନ ଗ୍ରାମାଞ୍ଚଳରେ ପରିବର୍ତନ by Proprietor Abhimanyu Maharana June 25, 2026