ସନ୍ତୋଳ ନଗରୀରେ ସାଧୁ ଗୋସ୍ୱାମୀଙ୍କ ୭୬ ତମ ବାର୍ଷିକ ଉତ୍ସବ ପାଳିତ

୧୦ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) କଟକ :-> କଟକ ସଦର ଥାନା ଅନ୍ତର୍ଗତ ସନ୍ତୋଳ ନଗରୀ ଗ୍ରାମର ସାଧୁ ଗୋସ୍ୱାମୀଙ୍କ ପୀଠରେ ପବିତ୍ର ତ୍ରୀବେଣୀ ଅମାବାସ୍ୟା ଉପଲକ୍ଷେ ପୂଜ୍ୟ ସାଧୁ ଗୋସ୍ୱାମୀଙ୍କ ୭୬ ତମ ବାର୍ଷିକ ମହୋତ୍ସବ ପାଳିତ ହୋଇଥିଲା । ଏହି ଉପଲକ୍ଷେ କଳସ ଯାତ୍ରା, ବେଢ଼ା ପରିକ୍ରମା, ପ୍ରଭୁଙ୍କ ଷୋଡ଼ଶ ଉପଚାର ପୂଜା ସହିତ ଯଞ ଅନୁଷ୍ଠିତ ହୋଇ ପୂର୍ଣ୍ଣାହୁତ ଦିଆଯାଇଥିଲା ।

ସନ୍ଧ୍ୟାରେ ନିଆଳୀ ବିଧାୟକ ତଥା କଟକ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଡାକ୍ତର ପ୍ରଫେସର ପ୍ରମୋଦ କୁମାର ମଲ୍ଲିକ ମୁଖ୍ୟ ଅତିଥି , ବାରଙ୍ଗ ବ୍ଲକ ବିଜେଡି ସଭାପତି ଗୋଲଖ ଚନ୍ଦ୍ର ପାତ୍ର, ସରପଞ୍ଚ ନରୋତ୍ତମ ଦାସ, ସମିତି ସଭ୍ୟ କୃଷ୍ଣ ଚନ୍ଦ୍ର ମଲ୍ଲିକ, ସମାଜସେବୀ ନଳୀନକାନ୍ତ ପଟ୍ଟନାୟକ,

 

ପ୍ରଶାନ୍ତ ଦାସ,ମନୋଜ ରଥ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆଧ୍ୟାତ୍ମିକ ଭଜନ ପରିବେଷଣ କରାଯାଇଥିଲା ଏହାକୁ ଶୁଣିବା ପାଇଁ

ଆଖପାଖ ଅଞ୍ଚଳର ଲୋକଙ୍କ ସମାଗମ ହୋଇଥିଲା । ଶେଷରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ସାଧୁ ଗୋସ୍ୱାମୀ ପୂଜା କମିଟିର ସମସ୍ତ କର୍ମକର୍ତ୍ତା, ସଦସ୍ୟମାନେ ଦୁଇଦିନ ଧରି କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିଥିଲେ ।

Exit mobile version