ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ବିନୋଦ ପଶାୟତ ଙ୍କୁ ସମ୍ବର୍ଦ୍ଧନା

୯ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ସମ୍ବଲପୁର :->  ପଦ୍ମଶ୍ରୀ ସମ୍ନାନ ପାଇଁ ମନୋନୀତ କବି ବିନୋଦ ପାଶୟତ ଙ୍କୁ ବାରିକ ସମାଜ ବଲାଙ୍ଗୀର ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି I ଆଜି ଦିବା ୧୧ ଘଟିକା ସମୟରେ ଶ୍ରୀ ପଶାୟତଙ୍କ ସେନପାର୍କ ସ୍ଥିତ ବାସଭବନ କୁ ଯାଇ ଉପଢୌକନ, ପୁଷ୍ପ ଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ I ବାରିକ ସମାଜ ବଲାଙ୍ଗୀର ର ସଭାପତି କଙ୍ଗାଲୁ ବାରିକ,

କାର୍ଯ୍ୟକାରୀ ସଭାପତି ଶଙ୍କର ବାରିକ, ଉପ ସଭାପତି ନବୀନ ପଶାୟତ, ନନ୍ଦ କିଶୋର ବାରିକ, ସେଲୁନ ସଂଘ ସଭାପତି ଶିଶିର ବେହେରା, ଉପଦେଷ୍ଟା ଇଶ୍ୱର ପଶାୟତ, ପଞ୍ଚାନନ ପଶାୟତ ପ୍ରମୁଖ ପଦ୍ମଶ୍ରୀ ଶ୍ରୀ ପଶାୟତ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ଏହି ଅବସରରେ ନିଖିଳ ଉତ୍କଳ ବାରିକ ସମିତି ରାଜ୍ୟ ଉପ ସଭାପତି ହୀରାଲାଲ ବେହେରା ଏବଂ ସମ୍ବଲପୁର ବାରିକ ସମାଜର ସଭାପତି ସନ୍ତୋଷ ବାରିକ ଉପସ୍ଥିତ ଥିଲେ I

Exit mobile version