କରୋନା କୁ ପ୍ରତିହତ କରିବା ପାଇଁ ନିଜ ନିର୍ବାଚନ ମଣ୍ଡଳୀ ରେ ତତ୍ପର ହୋଇ ଉଠିଛନ୍ତି ବରୀ – ବିଧାୟିକା ସୁନନ୍ଦା

ଓଡିଶା ତାଜା ନ୍ୟୁଜ୍ (୨୫ ଜୁଲାଇ ଶନିବାର) ବରୀ :- ବରୀ ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ତାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ସମୟରେ ଆଜି ବରୀ ବ୍ଲକ୍ ଅନ୍ତର୍ଗତ ଚନ୍ଦନପୁର, ରତ୍ନଗିରି, ବରୀ ଓ କିମ୍ଭିରିଆପାଳ ପଞ୍ଚାୟତରେ କରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରୁଥିବା କେତେକ ବ୍ୟକ୍ତିବିଶେଷ ଙ୍କୁ ଭେଟି କରୋନା ସଂକ୍ରମଣ ଓ

ପରବର୍ତ୍ତୀ ସମୟରେ ସେମାନଙ୍କର ଅନୁଭୂତି ସହ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କୁ ସାକାର କରିବା ପାଇଁ ପ୍ଲାଜମା ଦାନ ବିଷୟରେ ବୁଝାଇଥିଲେ । ପ୍ଲାଜମା ଦାନ କରି ଅନ୍ୟର ଜୀବନ ବଞ୍ଚାଇବାରେ ସହାୟକ ହେବାକୁ ଅନୁରୋଧ କରିଥିଲେ ।

କରୋନା ସଂକ୍ରମିତଙ୍କ ମଧ୍ୟରେ ବରୀ ପଞ୍ଚାୟତର ସମିତି ସଭ୍ୟା ଶ୍ରୀମତୀ ବିଜୟାଲକ୍ଷ୍ମୀ ସେଠୀ,ଚନ୍ଦନପୁର ପଞ୍ଚାୟତର ଶ୍ରୀମତୀ ଉଷାରାଣୀ ସାହୁ,ରତ୍ନଗିରି ପଞ୍ଚାୟତର ଶ୍ରୀମତୀ କନକଲତା ପ୍ରଧାନ, ଶ୍ରୀଯୁକ୍ତ ଅଜୟ କୁମାର ଜେନା,ଶ୍ରୀଯୁକ୍ତ ସଞୟ କୁମାର ଜେନା, କିମ୍ଭିରୀଆପାଳ ର ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ସାହୁ ଓ ଦୀନବନ୍ଧୁ ସାହୁ ପ୍ରଭୁତି ଙ୍କୁ ଭେଟି ଥିଲେ ବରୀ ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ।

Exit mobile version