ମିଶନ ଶକ୍ତି କାଫେ ଉଦଘାଟିତ

୯ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ପଡ଼ିଆ :- ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ କାର୍ଯ୍ୟାଳୟ ପରିସର ନିକଟରେ ୨୭ ଲକ୍ଷ ୫୧ ହଜାର ବ୍ୟୟରେ ନିର୍ମିତ ମିଶନ ଶକ୍ତି କାଫେ ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଡ଼ିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ଯମୁନା ମୁଷାକି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପଡ଼ିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଭିମନ୍ୟୁ କବି ଶତପଥୀ, ବିଜେଡ଼ି ବ୍ଲକ ସଭାପତି ଏମ୍ ଡି ଫାରୁକ୍, ସାଂସଦ ପ୍ରତିନିଧି ସି ଏଚ ରାବିଟ, ବିଧାୟକ ପ୍ରତିନିଧି କୋଟାମ ବାଲାୟା, ସ୍ଥାନୀୟ ସରପଞ୍ଚ ଗଙ୍ଗା କାରାମ ପ୍ରମୁଖ ଉପସ୍ଥିତ ଥିଲେ । ଏଥିସହ ମିଶନ ଶକ୍ତି ଏମଵିକେ,ସିଆରପି ଓ ମିଶନ ଶକ୍ତି ମହିଳା ମାନେ ଉପସ୍ଥିତ ଥିଲେ । କାଫେ ପରିଚାଳନା ଦାୟିତ୍ଵ ( ମିଶନ ଶକ୍ତିର ବିଏଲଏଫ ) ଧରିତ୍ରୀଙ୍କୁ ପରିଚାଳନା ଦାୟିତ୍ଵ ଦିଆଯାଇଥିବା ବ୍ଲକ ପ୍ରୋଜେକ୍ଟ କୋର୍ଡିନେଟର ରାଜେଶ ସର୍ଦ୍ଦାର କହିଛନ୍ତି ।

Exit mobile version