Home ଓଡ଼ିଶା ରାଜ୍ୟ ସରକାରଙ୍କ ବ୍ୟାଗ ବଣ୍ଟାକୁ ବିଜେପିର ବିରୋଧ , ବ୍ୟାଗ ପୋଡି by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୯ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ବାଲୁଗାଁ :- ବାଲୁଗାଁ ଏନଏସିର ଏକ ଡିଲର ପଏଣ୍ଟ ସମ୍ମୁଖରେ ରାଜ୍ୟ ସରକାରଙ୍କ ଚାଉଳ ବଣ୍ଟାକୁ ନେଇ ଆମ ଓଡିଶା ନବୀନ ଓଡିଶା ଓ 5ଟି ଲେଖାଥିବା ବ୍ୟାଗ କୁ ବିଜେପି ପକ୍ଷରୁ ଜୋରଦାର ବିରୋଧ କରାଯାଇ ବ୍ୟାଗ ଗୁଡିକୁ ପୋଡି ଥିଲେ l ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଓଡିଶା ପ୍ରଦେଶର 3 କୋଟି 26 ଲକ୍ଷ ଲୋକଙ୍କୁ ମାଗଣାରେ ଚାଉଳ ଦିଆ ଯାଉଛି l ପୁରା ଯୋଜନାରେ ଯାହା ଖର୍ଚ୍ଚ ହେବ ସବୁ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି l ଯୋଜନା ଲୋକଙ୍କ ପାଇଁ ଯୋଜନାକୁ କେନ୍ଦ୍ର ସରକାର ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି l କିନ୍ତୁ ରାଜ୍ୟ ସରକାର ଉକ୍ତ ଯୋଜନାକୁ ଚୋରି କରିବାର ପ୍ରକ୍ରିୟା କରୁଛନ୍ତି ତମେ ଚାଉଳ ଦିଅ ଆମେ ବ୍ୟାଗ ଦେବୁ l କେନ୍ଦ୍ର ସରକାର ଦେଉଥିବା ଚାଉଳକୁ ହଇଜାକ କରି ରାଜ୍ୟ ସରକାର ଚାଉଳ ରାଜନୀତିକୁ ନେଇ ଦୁଇଟା ନିର୍ବାଚନ ଜିତିଛନ୍ତି | ଆଗକୁ ଏ ସୁଯୋଗ ଦିଆଯିବ ନାହିଁ | ରାଜ୍ୟ ସରକାର ଯେଉଁ ଖାଦ୍ୟ ସୁରକ୍ଷା ଯୋଜନା ରେ ଲୋକଙ୍କୁ ଚାଉଳ ଦେଉଛନ୍ତି ସେମାନଙ୍କୁ ବ୍ୟାଗ ଦିଅନ୍ତୁ ଆମର କିଛି ଅଭିଯୋଗ ନାହିଁ | କେନ୍ଦ୍ର ଦେଉଥିବା ଚାଉଳ ପାଉଥିବା ହିତାଧିକାରୀଙ୍କୁ ଯଦି ବ୍ୟାଗ ଦିଆଯାଏ କିମ୍ବା ଏ ବ୍ୟାଗ ବଣ୍ଟା ଆଗକୁ ଜାରି ରଖନ୍ତି ତେବେ ରାଜ୍ୟ ସାରା ଡିଲର ପଏଣ୍ଟ ରେ ଜୋରଦାର ବିରୋଧ କରିବ ଓ ଆବଶ୍ୟକ ପଡିଲେ ତାଲା ଵି ପକେଇବୁ ବୋଲି ଚେତାବନୀ ଦେଇଛନ୍ତି ବରିଷ୍ଠ ବିଜେପି ନେତା ପୃଥ୍ଵୀରାଜ ହରିଚନ୍ଦନ | Categories: ଓଡ଼ିଶା, ଖୋର୍ଦ୍ଧା, ଦେଶ, ହୋମ୍ Related Content ସାଧାରଣ ଚିକିତ୍ସାଳୟ ରେ ଅସାଧାରଣ ଅବ୍ୟବସ୍ଥା - ରୋଗୀ ସେବା ବ୍ୟାହତ by Proprietor Abhimanyu Maharana September 16, 2026 ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026