
୯ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ଦଶପଲ୍ଲା :- ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଗତ ଜାନୁଆରୀ ୨ ତାରିଖରୁ ପ୍ରସ୍ତୁତିପର୍ବ ଆରମ୍ଭ ହୋଇଥିବା ବେଳେ ଆଜି ଦଶପଲ୍ଲାର ଆରାଧ୍ୟ ଦେବ ମହାବୀର ମନ୍ଦିର ପ୍ରାଙ୍ଗଣରୁ ରୀତିନୀତି ଅନୁଯାୟୀ ସ୍ଵତ୍ରୀୟ ବ୍ରାହ୍ମଣ ମାନଙ୍କ ବେଦମନ୍ତ୍ର ଉଚ୍ଚାରଣ ପୂର୍ବକ ପୂଜାର୍ଚ୍ଚନା କରାଯାଇ ପୁରୀ ଅଭିମୁଖେ ବାହାରିଲା ପ୍ରଥମ ପର୍ଯ୍ୟାୟ ରଥକାଠ । ଏହି ପର୍ଯ୍ୟାୟରେ ଦଶପଲ୍ଲା ସ୍ଥିତ ପୋଖରୀଗୋଛା ଅଞ୍ଚଳରୁ ୨ ଟ୍ରିପ ଓ ଚଢ଼େୟାପଲ୍ଲୀ ଅଞ୍ଚଳରୁ ଗୋଟିଏ ଟ୍ରିପ୍ ରଥ କାଠ ଯାଉଥିବା ବେଳେ ।ସମୁଦାୟ ୩ ଟ୍ରିପ୍ ରଥକାଠ ରେ ଧଉରା ଓ ଅସନ ମିଶି ୧୦୨ ଖଣ୍ଡ କାଠ ଯାଉଥିବା ଜଣାପଡ଼ିଛି। ସୂଚନାଥାଉକି ଚଳିତ ବର୍ଷ ୩ ରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ କାଠ ଦରକାର ହେଉଥିବାବେଳେ ପୂର୍ବବର୍ଷରୁ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ୫୩ ଖଣ୍ଡ କାଠ ବଳକା ରହିଥିବା ଜଣାପଡ଼ିଛି।ତେଣୁ ଚଳିତ ବର୍ଷ ଆଉ ୮୧୨ ଖଣ୍ଡ କାଠର ଆବଶ୍ୟକତା ଥିବାବେଳେ ଆଜି ପ୍ରଥମ ପର୍ଯ୍ୟାୟରେ ଦଶପଲ୍ଲା ରୁ ୧୦୨ ଖଣ୍ଡ କାଠ ୩ ଗୋଟି ଟ୍ରକ୍ ମାଧ୍ୟମରେ ପୁରୀ ଅଭିମୁଖେ ଯାତ୍ରା କରିଛି ।

