୮ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) କଟକ :- କଟକ ସଦର ବ୍ଲକ୍ କଂଗ୍ରେସ କମିଟିର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ କଟକ ସଦର ବ୍ଲକ୍ ଅନ୍ତର୍ଗତ ଆମଣ ପଞ୍ଚାୟତର ବିଶ୍ବାଳପଡା ସ୍ଥିତ ଗ୍ରାମେଶ୍ବର ମନ୍ଦିର ପ୍ରାଙ୍ଗଣରେ କଂଗ୍ରେସର ବନ୍ଧୁ ମିଳନ ଓ କର୍ମୀ ସମ୍ମିଳନୀ କାର୍ଯ୍ୟକ୍ରମ ବରିଷ୍ଠ କଂଗ୍ରେସ ନେତା ଶ୍ୟାମସୁନ୍ଦର ଖଟୁଆ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଟକ ସଦର ବ୍ଲକ୍ କଂଗ୍ରେସ କମିଟି ସଭାପତି ରାମଚନ୍ଦ୍ର ଗୋଛାୟତ ଯୋଗଦାନ କରି କଟକ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ସ୍ଥିତି କୁ ମଜଭୁତ କରିବା ସହିତ ଆସନ୍ତା ନିର୍ବାଚନରେ କଂଗ୍ରେସ କୁ ବିଜୟୀ କରିବା ପାଇଁ ଆହ୍ୱାନ ଦେଇଥିଲେ।
ଉକ୍ତ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅବସରରେ ରଞ୍ଜିତା ସାହୁ ଙ୍କ ସମେତ ଅନେକ ଯୁବକ କଂଗ୍ରେସ ଦଳରେ ଯୋଗଦାନ କରିଥିଲେ। ସେମାନଙ୍କୁ ଦଳୀୟ ଉତ୍ତରୀୟ ଓ ପୁଷ୍ପମାଲ୍ୟ ଦେଇ ଶ୍ରୀ ଗୋଛାୟତ ସ୍ବାଗତ କରିଥିଲେ। ସେହିପରି ଚାରି ନମ୍ବର ଜୋନର ନୂତନ ଭାବେ ସଭାପତି ନିଯୁକ୍ତ ହୋଇଥିବା ସମୀର ଖଟୁଆ ଓ ଅନ୍ୟାନ୍ୟ ନେତୃବୃନ୍ଦ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ କଂଗ୍ରେସ ସଭାପତି କୃଷ୍ଣ ଚନ୍ଦ୍ର ଭୋଇ, ପୂର୍ବତନ ସରପଂଚ ପୁନାନନ୍ଦ ଭୋଇ, ଜିଲ୍ଲା କଂଗ୍ରେସର ସାଧାରଣ ସମ୍ପାଦକ ନିହାର ରଞ୍ଜନ ନନ୍ଦ, ଉଗ୍ରସେନ ଭୂୟାଁ,ଭରତ କୁମାର ନାୟକ,ମାଧବ ବେହେରା, ମହମ୍ମଦ କାସିମ, କାଳନ୍ଦୀ ଭୋଇ, ବିଜୟ କୁମାର ବେହେରା, ରମାକାନ୍ତ ଖଟୁଆ, ଗିରିଶ ସାମନ୍ତରାୟ, ଆଦିତ୍ୟ କୁମାର ସାହୁ, ତ୍ରିଲୋଚନ ଭୋଇ, କାହ୍ନୁ ଚରଣ ସାହୁ, ବୈକୁଣ୍ଠ ମହାନ୍ତି, ବୈଷ୍ଣବ ରାଉତ, କେଦାର ସାହୁ, ଯଦୁମଣି ସାମଲ, ଅଶୋକ ନାୟକ, ଶଙ୍କର ଭୋଇ, କାର୍ତ୍ତିକ ମହାନ୍ତି,ମିଟୁ ବେହେରା, ନିରଞ୍ଜନ ଦାସ, ଋଷି କାଣ୍ଡି, ରବିନାରାୟଣ ନାୟକ, ଅବଦୁଲ ଖାଁ ଓ ଆର୍ତ୍ତତ୍ରାଣ ସାହୁ ପ୍ରମୁଖ ବହୁ କଂଗ୍ରେସ କର୍ମକର୍ତ୍ତା ଯୋଗଦାନ କରିଥିଲେ। ଶେଷରେ ବରିଷ୍ଠ କଂଗ୍ରେସ ନେତା ପୁନାନନ୍ଦ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

