ଢୋଲମାନ୍ଦଳ ଠାରେ ରାଧାକୃଷ୍ଣ ସତସଙ୍ଗ ସମିତି ପକ୍ଷରୁ ଆଲୋଚନା ଚକ୍ର

୮ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ବଲାଙ୍ଗିର :- ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଳକ ଅନ୍ତର୍ଗତ ଢୋଲମାନ୍ଦଳ ଠାରେ ରାଧାକୃଷ୍ଣ ସତସଙ୍ଗ ସମିତି ପକ୍ଷରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ପଞ୍ଚାୟତ ସ୍ତରୀୟ ସତସଙ୍ଗ ଆଲୋଚନା ଚକ୍ର ରେ ସଂକୀର୍ତ୍ତନ କଳାକାର ମାନଙ୍କ ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନା ଚକ୍ର ରେ ଜୀବନ୍ୟାସ ଓ ବନ୍ଦେ ଲୋକକଳା ଓ ଲୋକ ସଂସ୍କୃତିକ ମହାସଂଘ ପଶ୍ଚିମ ଓଡ଼ିଶାର ସଂପାଦକ ମିନକେତନ ପ୍ରଧାନ ,ଓ ଗୁରୁ ଶ୍ରୀ ଉସ୍ତ ବର୍ଗେ ଅତିଥି ଭାବେ ଯୋଗଦେଇ ଥିଲେ । ଏଥିରେ କିପର ସଂକୀର୍ତ୍ତନ କଳାକାର ମାନେ କିପରି ଲୋକକଳା ବଞ୍ଚିବା ସହ ସରକାରୀ ସହୟତା ମିଳିପାରିବ ସେନେଇ ଆଲୋଚନା କରାଯାଇଥିଲା । ଏଥିରେ ସତସଙ୍ଗ ସଭାପତି ମହେଶ୍ଵର ଧରୁଆ , ସଂପାଦକ ନାରାୟଣ ମାଝୀ ,କିଶୋର ମାଝୀ ,ଗୁଣଧର ମାଝୀ ,ରଘୁମଣି ବନଛୋର , ଭଜମନ ଧରୁଆ , ଦିୱ।ନ ଧରୁଆ ଙ୍କ ସହିତ ପଞ୍ଚାୟତ ସ୍ତରୀୟ କଳାକାର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।ସତସଙ୍ଗ ସମିତି ଙ୍କ ପଞ୍ଜିକୃତ କରିବାକୁ ଆବଶ୍ୟକ କାଗଜ ପତ୍ର ଉପରେ ସଂପାଦକ ଶ୍ରୀ ପ୍ରଧାନ ବୁଝାଇ ଥିଲେ । କାର୍ଯ୍ୟକ୍ରମ ଚାଳୁଥିବା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ର ବିଜେପି ବିଧାୟକ ପ୍ରାର୍ଥୀ ଲକ୍ଷ୍ମଣ ବାଗ ପହଞ୍ଚିଥିଲେ । ସତସଙ୍ଗ ଭଲି କାର୍ଯ୍ୟ କ୍ରମ ଆୟୋଜନ ସହ ଲୋକକଳା କାର କର୍ମକର୍ତ୍ତା ଏକାଠି ହୋଇଥିବା ଖୁସି ବ୍ୟକ୍ତ କରିଥିଲେ । ଅନୁଷ୍ଠାନ‌ର ସଂପାଦକ ଶ୍ରୀ ପ୍ରଧାନ ଙ୍କ ଅଭିଭାଷଣ ଓ ଉଦ୍ୟମ କୁ ବେଶ ପ୍ରଶଂସା କରିଥିଲେ । ପୂର୍ବରୁ ପୁରୀ ଠାରେ ସଂକୀର୍ତ୍ତନ ଓ କଳାକାର ମହୋତ୍ସବ ଓ ପାଟଣାଗଡ଼ ବ୍ଳକ ଲକ୍ଷ୍ମୀମୁଣ୍ଡା ଠାରେ ଆୟୋଜିତ ନୂତନ ବର୍ଷ କଳାକାର ମହୋତ୍ସବ ରେ ଭାଗ ନେଇଥିବା କଳାକାର ମାନଙ୍କୁ ମାନପତ୍ର ଓ ମାଁ ପାଟଣେଶ୍ଵରୀ ଟ୍ରଫି ଶ୍ରୀ ବାଗ ଉପସ୍ଥିତ କଳାକାର ମାନଙ୍କୁ ବଣ୍ଟନ କରିବା ସହ ମୋ ତରଫରୁ ଯଥାସମ୍ଭଵ ସାହାର୍ଯ୍ୟ କରିବି ବୋଲି ପ୍ରତିଶୃତୀ ଦେଇଥିଲେ । ଢୋଲମାନ୍ଦଳ ପଞ୍ଚାୟତ ଶତାଧିକ ମହିଳା ପୁରୁଷ ଲୋକ କଳାକାର ଯୋଗଦେଇଥିବା ବେଳେ ସତସଙ୍ଗ ସଭାପତି ମହେଶ୍ଵର ଧରୁଆ ଧନ୍ୟବାଦ‌ ଅର୍ପଣ କରିଥିଲେ ।

Exit mobile version