ରେଙ୍ଗାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

୮ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ପାଟଣାଗଡ :- ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ପର୍ଲିମାଲ ପଂଚାୟତ ରେଙ୍ଗାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ପାଳିତ ସୋଇ ଯାଇଛି । ବେଲପଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଅଭିନଵ ମିଶ୍ର ମୂଖ୍ୟ ଅତିଥି , ସମ୍ମାନିତ ଅତିଥି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଚତୁର୍ଭୁଜ ମିର୍ଧା ,ମୁଖ୍ୟବକ୍ତା ଶ୍ରୀଯୁକ୍ତ ଘନଶ୍ୟାମ ପ୍ରଧାନ ସହକାରୀ ଶିକ୍ଷକ ପର୍ଲିମାଲ ହାଇସ୍କୁଲ ,ସମ୍ମାନିତ ଅତିଥି..AIF ର ରାଜ୍ୟ ପ୍ରୋଗ୍ରାମ ମ୍ୟାନେଜେର ବିନୋଦ ଜାଭିଅର..AIF ର ଜିଲ୍ଲା ସଂଯୋଜକ ତାରାପ୍ରଦ ପଧାନ. ପ୍ରଧାନଶିକ୍ଷକ ଅନୁଜ ସିଂ ମାଝି ପ୍ରମୁଖ ଯୋଗଦେଇ ଦୀପ ପ୍ରଜ୍ଜ୍ୱଳନ କରିବା ସହ କାର୍ଯ୍ୟକ୍ରମ କୁ ଆରମ୍ଭ କରିଥିଲେ ।ଛାତ୍ରଛାତ୍ରୀ ମାନଙ୍କ କର୍ତ୍ତବ୍ୟ ଓ ଭବିଷ୍ୟତ ଗଠନ ଓ ଶିକ୍ଷା ହିଁ ଜୀବନ ର ସବୁକିଛି ବୋଲି ସମସ୍ତ ଅତିଥି ମାନେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନୁଷ୍ଠିତ ବାର୍ଷିକ କ୍ରୀଡା ପ୍ରତିଯୋଗୀ ରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଓ ଟ୍ରଫି ଦେଇ ଅତିଥି ମାନେପ୍ରଦାନ କରିଥିଲେ । ଶିକ୍ଷକ ବିବୈକାନନ୍ଦ ପଣ୍ଡା ,ଭ୍ରମର ଭୂଏ ,ଦୁର୍ଯ୍ୟୋଧନ ବରିହା ,ଶିକ୍ଷୟୀତ୍ରୀ ବଲ୍ଲଭି ବିଶ୍ଵାଳ ,ରୁପେଶ ଠାକୁର ପ୍ରମୁଖ ସହଯୋଗ କରିଥିବା ବେଳେ ଶିକ୍ଷକ ଭ୍ରମର ଭୂଏ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version