୮ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ପାଟଣାଗଡ :- ପାଟଣାଗଡ ର ସନ୍ତୋଷ କୁମାର ପାତ୍ର ନାମକ ଜନୈକ ଯୁବକ ରାମପୁର ସ୍ଥିତ ତାଙ୍କ ରୟତି ଜମି ଉପରେ ଓପିଟିସିଏଲ ପକ୍ଷରୁ ୩୩ କେଭି ବିଦ୍ୟୁତ୍ ତାର ଜମି ଉପରେ ଟାଣିଲେ ସେ ଉକ୍ତ ସମୟରେ ଅଧିକାରୀ ମାନଙ୍କ ଉପସ୍ଥିତିରେ ଆତ୍ମହୁତି ଦେବେବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି । ଶ୍ରୀ ପାତ୍ରଙ୍କ କହିବା ମୁତାବକ ପାଟଣାଗଡ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଗତ ୫ ତାରିଖ ଦିନ ପତ୍ର ସଂଖ୍ୟା ୪୧୧ ମାଧ୍ୟମରେ ଏସଂକ୍ରାନ୍ତରେ ତାଙ୍କୁ ଅବଗତ ମଧ୍ୟ କରାଯାଇଅଛି । ତେବେ ସେଥିପାଇଁ କେତେ ପରିମାଣ ଜମି ଆବଶ୍ୟକ ସେ ସମ୍ପର୍କରେ ତାଙ୍କୁ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ଦିଆଯାଇନାହିଁ ।
ଏସଂକ୍ରାନ୍ତରେ ସେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଦ୍ଵାରସ୍ଥ ହେବା ପରେ ଉଚ୍ଚ ନ୍ୟାୟାଳୟ ବଲାଙ୍ଗୀର ଜିଲ୍ଲା ପାଲାଙ୍କୁ ନୋଟିସ ମାଧ୍ୟରେ ଅବଗତ କରାଇଥିଲେ ମଧ୍ୟ ସେ କୌଣସି ସୁଫଲ ପାଇନାହାନ୍ତି । ବିଦ୍ୟୁତ୍ ତାର ଟାଣିବା ପାଇଁ ଆସନ୍ତା ୯ ତାରିଖ ୧୦ ଘଣ୍ଟା ସମୟ ଧାର୍ଯ୍ୟ କରାଯାଇଥିବା ପତ୍ର ମାଧ୍ୟମରେ ତାଙ୍କୁ ଅବଗତ ମଧ୍ୟ କରାଯାଇଅଛି । ତେବେ ଏକ ତରଫା ଭାବେ ଏହି କାର୍ଯ୍ୟ କରାଗଲେ ସେ ଉକ୍ତ ସମୟରେ ସମସ୍ତ ସରକାରୀ ଅଧିକାରିଙ୍କ ଉପସ୍ଥିତରେ ଆତ୍ମହୁତି ଦେବାପାଇଁ ପାଟଣାଗଡ ତହସିଲଦାର ଙ୍କୁ ଲିଖିତ ଭାବରେ ଅବଗତ ମଧ୍ୟ କରାଇଛନ୍ତି । ଏହାପରେ ମଧ୍ୟ ସେ ନ୍ୟାୟ ପାଇବାରୁ ବଞ୍ଚିତ ହୋଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

