Home ଓଡ଼ିଶା ବାଲି ବୋଝେଇ ଟିପ୍ପର ଧକ୍କାରେ ଛାତ୍ର ଆହତ: ମୁଖ୍ୟ ରାସ୍ତାରେ ବାଲି ପରିବହନକୁ ନେଇ ଉତ୍ତେଜନା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ପୋଲିସର ପ୍ରତିଶ୍ରୁତି ପରେ ପରିସ୍ଥିତି ସ୍ବାଭାବିକ ୮ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ହିଞ୍ଜିଳିକାଟୁ :- ହିଞ୍ଜିଳି ଥାନା ପିତଳ ବଜାର ସାହି ମୁଖ୍ୟ ରାସ୍ତାରେ ଗୁରୁବାର ସକାଳେ ବିଦ୍ୟାଳୟ ମୁହାଁ ଜଣେ ଛାତ୍ରକୁ ଏକ ବାଲି ବୋଝେଇ ଟିପ୍ପର (ଓଡ଼ି ୦୯ ସି ୦୬୬୩) ଧକ୍କା ଦେଇଥିଲା। ଫଳରେ ଛାତ୍ର ଜଣକ ଆହତ ହୋଇ ନିଶ୍ଚିତ ମୃତ୍ୟୁ ମୁହଁରୁ ବର୍ତ୍ତି ଯାଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ଜଣାପଡ଼ିଛି। ଆହତ ଜଣକ ହେଲେ ୮ମ ଶ୍ରେଣୀର ଛାତ୍ର ସୁଧାଂଶୁ ପଣ୍ଡା। ଏହି ଅଭାବନୀୟ ଘଟଣା ପରେ ଗ୍ରାମବାସୀଙ୍କ ମଧ୍ୟରେ କିଛି ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଟିପ୍ପରକୁ ଅଟକାଇ ପ୍ରବଳ ହୋ ହାଲ୍ଲା କରିଥିଲେ। ଗ୍ରାମର ଜନଗହଳି ପୂର୍ଣ୍ଣ ରାସ୍ତାରେ ବାଲି ବୋଝେଇ ଟ୍ରକ,ଟିପ୍ପର ଓ ହାଇୱା ଆଦି ଭାରୀ ଯାନ ଯିବା ଆସିବା ନ କରିବା ପାଇଁ ଅଭିଯୋଗ କରି ତାତି ଉଠିଥିଲେ। ପରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବା ଆଶଙ୍କା ପ୍ରକାଶ କରି କିଛି ନେତ୍ରୁ ସ୍ଥାନୀୟ ବ୍ୟକ୍ତି ହିଞ୍ଜିଳି ଓ ଆସିକା ପୋଲିସକୁ ତୁରନ୍ତ ସୁଚନା ଦେଇଥିଲେ। ଖବର ପାଇ ଆସିକା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। ପରେ ଲୋକଙ୍କ ସହ ଆଲୋଚନା କରି ପିତଳ ଗ୍ରାମ ମୁଖ୍ୟ ରାସ୍ତା ଦେଇ ଏଣିକି ବାଲି ଵୋଝେଇ ଗାଡ଼ି ଚଳାଚଳ ହେବ ନାହିଁ ବୋଲି ପୋଲିସ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା। ପ୍ରକାଶ ଥାଉକି ଶେରଗଡ଼ ତହସିଲ ପିତଳ ରାଜସ୍ବ ମଣ୍ଡଳ ତଥା ହିଞ୍ଜିଳି ଥାନା ସନ୍ତୋଷପୁର ବାଲି ଶଯ୍ୟାରୁ ଦୈନିକ ଶହେରୁ ଉର୍ଦ୍ଧ୍ବ ଟ୍ରକ ଓ ଟିପ୍ପର ଯୋଗେ ବାଲି ପରିବହନ ହେଉଥିବା ଜଣାପଡ଼ିଛି। ବାଲି ପରିବହନ ବେଳେ ମୁଖ୍ୟ ରାସ୍ତା କଡ଼ରେ ପଞ୍ଚାୟତ କାର୍ଯ୍ୟାଳୟ,ବାତ୍ୟା ଆଶ୍ରୟସ୍ଥଳୀ,ଦଣ୍ଡ କାଳୀ ମନ୍ଦିର, ଜଗନ୍ନାଥ ମନ୍ଦିର,ପିତଳ ବଜାର, ପିତଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର,ଅଙ୍ଗନବାଡ଼ି କେନ୍ଦ୍ର ସମେତ ଉଚ୍ଚ ବିଦ୍ୟାଳୟ ଓ ଚଷା ପିତଳ ନିମ୍ନ ପ୍ରାଥମିକ ବିଦ୍ୟାଳୟ ଅବସ୍ଥିତ ରହିଛି। ଏପରି ସ୍ଥଳେ ରୋଗୀ, କୋମଳମତି ଶିଶୁ ଓ ବଜାର ସଉଦା ଲାଗି ମୁଖ୍ୟ ରାସ୍ତାରେ ଲୋକଙ୍କ ସବୁ ସମୟରେ ପ୍ରବଳ ଭିଡ଼ ଓ ଗହଳ ଚହଳ ଲାଗି ରହୁଛି। ଗତ କିଛି ଦିନ ଧରି ସଂପୃକ୍ତ ମୁଖ୍ୟ ରାସ୍ତା ଦେଇ ଦୈନିକ ଶହେରୁ ଅଧିକ ଟ୍ରକ ଓ ଟିପ୍ପର ବାଲି ପରିବହନ ହେଉଥିବା ଯୋଗୁଁ ସାଧାରଣ ଜୀବନଯାତ୍ରା ଅସୁରକ୍ଷିତ ବୋଲି ଗ୍ରାମରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ସ୍ଥାନୀୟ ଅଞ୍ଚଳ ବାସୀଙ୍କ ବୃହତ୍ତର ସ୍ବାର୍ଥ ସହ ଆଇନ ଶୃଙ୍ଖଳା ପରିସ୍ଥିତି ରକ୍ଷା ଦୃଷ୍ଟିରୁ ଗ୍ରାମର ପିଙ୍କୁ ପରିଡ଼ା, ନିରାକାର ସାହୁ, ସଞ୍ଜୟ ପ୍ରଧାନ, ହୃଦାନନ୍ଦ ସାହୁ ଓ ପ୍ରଶାନ୍ତ ପ୍ରଧାନ ପ୍ରମୂଖ ଜିଲ୍ଲା ପ୍ରଶାସନ,ଖଣିଜ ବିଭାଗ ଓ ଜଙ୍ଗଲ ଓ ପରିବେଶ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। Categories: ଓଡ଼ିଶା, ଗଞ୍ଜାମ, ଦେଶ, ହୋମ୍ Related Content ମହାପ୍ରଭୁଙ୍କ ଅଧରଚୁମ୍ବୀ ତୁମ୍ବାକୃତି ମାଟିହାଣ୍ଡିରେ ଅର୍ପଣ ହେଲା ଅଧରପଣା by Proprietor Abhimanyu Maharana July 27, 2026 ଇଣ୍ଡିଆନ ଆଇଡୋଲ ସିଜିନ ୧୬ ର ବିଜେତା - ଜ୍ୟୋତିର୍ମୟୀ ନାୟକ by Proprietor Abhimanyu Maharana July 26, 2026 ବିନା ଉଦଘାଟନରେ ୨ଟି ଓଭରବ୍ରିଜ କାର୍ଯ୍ୟକ୍ଷମ by Proprietor Abhimanyu Maharana July 26, 2026 ଫୁଲନଖରା ନିଆଳି ମାଧବ ୬୦ ନମ୍ୱର ରାଜ୍ୟ ରାଜପଥ ମରଣଯନ୍ତା ପାଲଟିଛି : ୪ ଲେନ ରାସ୍ତା ପାଇଁ ଦାବୀ by Proprietor Abhimanyu Maharana July 26, 2026 ୭୦ତମ ପୁଣ୍ୟତିଥିରେ ପୁଣ୍ୟ ଶ୍ଳୋକ ଙ୍କୁ ଶ୍ରଦ୍ଧାଞ୍ଜଳି by Proprietor Abhimanyu Maharana July 26, 2026 ବେଦାନ୍ତ ଆଲୁମିନିୟମର କୋଇଲା ଖଣି ସୁନ୍ଦରଗଡ ଜିଲ୍ଲାରେ ନିକ୍ଷୟ ମିତ୍ର ପଦକ୍ଷେପ ଜରିଆରେ ଯକ୍ଷ୍ମା ରୋଗୀମାନଙ୍କୁ ସହାୟତା କରୁଛି by Proprietor Abhimanyu Maharana July 26, 2026