୭ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ନୟାଗଡ :- ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ ରଞ୍ଜନ କୁମାର ଦାସ ଆଜି ନୟାଗଡ଼ ଗସ୍ତରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ର ସମୀକ୍ଷା କରିବା ସହ ବିଭିନ୍ନ ସେଚ୍ଛା ସେବୀ ଅନୁଷ୍ଠାନ ଦ୍ବାରା ପରିଚାଳିତ ସାମାଜିକ ପ୍ରକଳ୍ପ ପରିଦର୍ଶନ ରେ ଯାଇ ଥିଲେ l 
ନୟାଗଡ଼ ନୂଆ ବସ୍ ଷ୍ଟାଣ୍ଡ ନିକଟରେ ଥିବା “ସେବା” ସ୍ବେଛାସେବୀ ସଂଗଠନ ଦ୍ବାରା ପରିଚାଳିତ ବୌଦ୍ଧିକ ଅକ୍ଷମତା ଯୁକ୍ତ ଶିଶୁ ମାନଙ୍କ ପାଇଁ ସ୍ବତନ୍ତ୍ର ବିଦ୍ୟାଳୟ , ଅସହାୟ ମହିଳା ମାନଙ୍କ ପାଇଁ ଥିବା ଜାଗୃତି ଗୃହ, ମସ୍ତିଷ୍କ ପକ୍ଷାଘାତ ଶିଶୁ ମାନଙ୍କ ପାଇଁ ଭୌତିକ ଚିକିତ୍ସା ଓ ପୁନର୍ବାସ କେନ୍ଦ୍ର,ମାନସିକ ଅନଗ୍ରସର ଶିଶୁ ମାନଙ୍କ ପାଇଁ ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ର ଓ ନୂତନ ଭାବେ ଖୋଲିବାକୁ ଯାଉଥିବା ଜିଲ୍ଳା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ପରିଦର୍ଶନ କରି ସେଠାରେ ରହୁଥିବା ଛାତ୍ର ଛାତ୍ରୀ, ମହିଳା ଅନ୍ତେଃବାସୀ ଓ କର୍ମଚାରୀ ମାନଙ୍କ ସହ ଭାବ ବିନିମୟ କରୁଥିଲେ l ପ୍ରଥମେ ସମସ୍ତ ଅନ୍ତେଃବାସୀ ଓ କର୍ମଚାରୀ ତାଙ୍କୁ ଫୁଲ ଚନ୍ଦନ ଦେଇ ସ୍ଵାଗତ କରି ଥିଲେ l ପରିଦର୍ଶନ ସମୟରେ ସେବାର ଉପ ସଭାପତି ସଞ୍ଜୟ କୁମାର ସୁବୁଦ୍ଧି ଓ ସାଧାରଣ ସମ୍ପାଦକ ଅମରେନ୍ଦ୍ର କୁମାର ଦାସ ପରିଜା ଅନୁଷ୍ଠାନ ର ପରିଚାଳନା ସମ୍ବନ୍ଧ ରେ ଆଲୋଚନା କରିଥିଲେ l ରାଜସ୍ବ ଆୟୁକ୍ତ ଙ୍କ ସହ ଜିଲ୍ଲା ପ୍ରଶାସନର ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳଙ୍କ ସହ ଉପଜିଲ୍ଲାପାଳ, ତହସିଲ୍ ଦାର ଉପସ୍ଥିତ ଥିଲେ l

