ଆସନ୍ତା ୨୦ ରେ ଆମଣାକୁଦ, କୁଦପାଟଣାସ୍ଥିତ ଶ୍ରୀ ଶନିଦେବଙ୍କ ପ୍ରଥମ ବାର୍ଷିକ ଉତ୍ସବ ପାଳନ କରାଯିବ

୭ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ବାଲିପାଟଣା :- ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ବ୍ଲକ ଅନ୍ତର୍ଗତ ଆମଣାକୁଦ ପଞ୍ଚାୟତର କୁଦପାଟଣା ସ୍ଥିତ ଗ୍ରହରାଜ୍ ଶ୍ରୀ ଶ୍ରୀ ଶନିଦେବଙ୍କ ପ୍ରଥମ ବାର୍ଷିକ ଗ୍ରହଯୋଗ ମହୋତ୍ସବ ଚଳିତ ମାସ ଶୁକ୍ଳ ପକ୍ଷ ୨୦ ତାରିଖ ମଙ୍ଗଳ ବାର ଦିନ ମହାସମାରୋହରେ ଅନୁଷ୍ଠିତ ହେବ l ଏହି ଉତ୍ସବ ଲାଗି ଜଳ ଯାତ୍ରା, ମଣ୍ଡଳ କରଣ, ସୁର୍ଯ୍ୟ ପୂଜା, ଘଟ ମଣ୍ଡଳ।ଦି ଅର୍ଚ୍ଚନ, ଅଗ୍ନି ସ୍ଥାପନ, ଗ୍ରହଜୋଗ, ସନ୍ଧ୍ୟା ଆଳତି, ପୁଷ୍ପାଞ୍ଜଳି, ପୂର୍ଣ୍ଣାହୂତି ସମେତ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଓ ପ୍ରସାଦ ସେବନ ଆଦି କାର୍ଯ୍ୟକ୍ରମ ରହିଛି ।ଏହି ଉତ୍ସବରେ ବହୁସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ଯୋଗ ଦେବାକୁ ଅନୁଷ୍ଠାନର ଶନି ଭକ୍ତ ମଣ୍ଡଳୀ ପକ୍ଷରୁ ନିବେଦନ କରାଯାଇଛି ।

Exit mobile version