Home ଓଡ଼ିଶା ଗୋପାଳପୁର : ମୋହନା-ରାୟଗଡ଼ାକୁ ରେଳପଥ ନିର୍ମାଣ ଦାବି by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୭ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ଆର,ଉଦୟଗିରି :- ସଂସଦରେ ବାରମ୍ଵାର ଦାବି ସତ୍ତ୍ଵେ ଅଞ୍ଚଳବାସୀ ନିରାଶ । ଗଞ୍ଜାମ ଜିଲ୍ଲାର ଗୋପାଳପୁର ଠାରୁ ମୋହନା ଦେଇ ରାୟଗଡ଼ାକୁ ରେଳପଥ ସଂଯୋଗୀକରଣ ପାଇଁ କେନ୍ଦ୍ର ସରକାରଙ୍କ ଠାରେ ଦାବି ଉପସ୍ଥାପନା ହୋଇ ଆସୁଥିବା ବେଳେ କାର୍ଯ୍ୟକାରିତା ନ ହେବା ଅଞ୍ଚଳବାସୀଙ୍କ ମନରେ ପ୍ରଶ୍ନବାଚ଼ୀ ସୃଷ୍ଟି କରିଛି। ବିଭିନ୍ନ ସମୟରେ ଏହି ପ୍ରସ୍ତାବକୁ ଆଧାର କରି କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ଭେ କାମ ମଧ୍ୟ ସରିଛି। ରେଳପଥ ନିର୍ମାଣ ପାଇଁ ଅଟକଳ ମୂଲ୍ୟ ନିର୍ଦ୍ଧାରିତ ହୋଇ ନଥିବା ଯୋଗୁଁ କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବକୁ ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାକୁ ନେଇ ମୋହନା ଅଞ୍ଚଳବାସୀଙ୍କ ପକ୍ଷରୁ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସ୍ୱେଚ୍ଛାସେବୀ ସିରିଏଲ ନାୟକଙ୍କ ଆବାହକତ୍ତ୍ଵରେ ଏକ ବୈଠକ ଆୟୋଜନ କରାଯାଇ ଗୋପାଳପୁର ଠାରୁ ଭାୟା ମୋହନା ଦେଇ ରାୟଗଡ଼ାକୁ ନୂତନ ରେଳପଥ ସଂଯୋଗୀକରଣ ନିମନ୍ତେ ଏକ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇଥିଲା। କମିଟି ସଦସ୍ୟମାନଙ୍କ ନିଷ୍ପତି ପ୍ରକାର ମୋହନା ତହସିଲଦାର ହରିଶ୍ଚନ୍ଦ୍ର ପ୍ରଧାନଙ୍କ ଜରିଆରେ ପ୍ରଧାନମନ୍ତ୍ରୀ, ରେଳମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ଯକ୍ଷଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ୨୦୨୪-୨୫ ଆର୍ଥୀକ ବର୍ଷରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ନିବେଦନ କରାଯାଇଛି।ଗଠିତ କ୍ରିୟାନୁଷ୍ଠାନ କମିଟିରେ ସ୍ୱେଚ୍ଛାସେବୀ ସିରିଏଲ୍ ନାୟକ,ଓକିଲ ସଂଘ, ସମିତି ସଭ୍ୟ ବାଳକୃଷ୍ଣ ମଳିକ,ସାମ୍ବାଦିକ ମନ୍ମଥ ମିଶ୍ର,ହାଡ଼ିବନ୍ଧୁ ନାୟକ, ରବିରତନ ପ୍ରମୁଖ ରହିଥିବା ବେଳେ ଶିକ୍ଷାବିତ୍ ରମେଶ ଚନ୍ଦ୍ର ମହାପାତ୍ର, ସରପଞ୍ଚ ସୁନିତା ମଲ୍ଲିକ, ମୋହନା ପ୍ରେସ୍ କ୍ଲବ୍ ସଭାପତି ପଞ୍ଚାନନ ଦାଶ,ଯୁବକ ସଂଘ ସମ୍ପାଦକ ଜିତେନ୍ଦ୍ର ବେହେରା ଓକିଲ ସଂଘ ସଭାପତି ରବିନ୍ଦ୍ର ନାୟକ, ପ୍ରଫୁଲ୍ଲ ଲିମା, ରଶ୍ମି ରତନ,ଓକିଲ ସୀମାଞ୍ଚଳ କାର୍ଯୀ,ରସାନନ୍ଦ ପାଣି, ସାଗର ବଳିଆର ସିଂ, ଜିଲ୍ଲା ପରିଷଦ ସଭ୍ୟ ଚନ୍ଦ୍ର କୁମାର ମଲ୍ଲିକ, ଯୁନେସ ଶବର, ରସାନନ୍ଦ ପାଣି ଙ୍କ ସମେତ ବହୁ ଅଞ୍ଚଳବାସୀ ପ୍ରମୂଖଙ୍କ ସହ ଅନେକ ବୁଦ୍ଧିଜୀବି ଉପସ୍ଥିତ ରହି ନିଜର ମତବ୍ୟକ୍ତ ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ, ବର୍ତ୍ତମାନର ବିଜେଡ଼ି ସାଂସଦ ଚନ୍ଦ୍ରଶେଖର ସାହୁ ୨୦୦୪ -୦୫ ମସିହାରେ କେନ୍ଦ୍ରରେ କଂଗ୍ରେସ ନେତୃତ୍ଵାଧୀନ ସରକାରରେ କେନ୍ଦ୍ରମନ୍ତ୍ରୀ ଥିବାବେଳେ ସଂସଦରେ ୨ଥର ଏହି ଦାବୀକୁ ଉପସ୍ଥାପନା କରିଥିଲେ।ଯାହା ଫଳରେ ସର୍ଭେ କାର୍ଯ୍ୟ କରାଯାଇ ଯୋଜନା କମିଶନ ନିକଟକୁ ତଥ୍ୟ ମଧ୍ୟ ପଠା ଯାଇଥିଲା।ଏହି ରେଳପଥ ନିର୍ମାଣ ହେଲେ ଲୋକଙ୍କ ଆର୍ଥୀକ ବିକାଶର ଅଭିବୃଦ୍ଧି ଘଟିବା ସହ ଗମନାଗମନର ସୁବିଧା ଓ ସମୟ ଅପଚ଼ୟକୁ ରୋକାଯାଇ ପାରିବ ବୋଲି ଯୋଜନା କମିଶନ ହୃଦୟଙ୍ଗମ କରି ସମ୍ମତି ପ୍ରଦାନ କରିଥିଲେ।କିନ୍ତୁ ପରବର୍ତ୍ତୀ ସମୟରେ ବ୍ରହ୍ମପୁର ସାଂସଦ ନିର୍ବାଚିତ ହେବାପରେ କେହି ବି ଏହି ପ୍ରକଳ୍ପକୁ ଗୁରୁତ୍ୱ ଦେଇ ନ ଥିଲେ କି ଅଗ୍ରଗତି ସମ୍ପର୍କରେ ସଂସଦରେ ପ୍ରଶ୍ନ ମଧ୍ୟ କରିନଥିଲେ। ମୋହନା ଅଞ୍ଚଳବାସୀଙ୍କ ଦୀର୍ଘ ବର୍ଷର ଦାବିକୁ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତର ସହ ନେଇ ୨୦୨୪-୨୫ ଆର୍ଥୀକ ବର୍ଷରେ ବ୍ୟୟ ବରାଦ କରି ରେଳପଥ ନିର୍ମାଣ କରିବେ ବୋଲି ଅଞ୍ଚଳବାସୀ ଆଶାବାଦୀ ଅଛନ୍ତି। Categories: ଓଡ଼ିଶା, ଗଜପତି, ଦେଶ, ହୋମ୍ Related Content ସାଧାରଣ ଚିକିତ୍ସାଳୟ ରେ ଅସାଧାରଣ ଅବ୍ୟବସ୍ଥା - ରୋଗୀ ସେବା ବ୍ୟାହତ by Proprietor Abhimanyu Maharana September 16, 2026 ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026