Home ଓଡ଼ିଶା ରାଜ୍ୟ ସ୍ତରରେ ଗଜପତିର ନାଟକକୁ ପ୍ରଥମ ସ୍ଥାନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୭ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ଆର,ଉଦୟଗିରି :- ଭୁବନେଶ୍ୱର ସ୍ଥିତ ନୀଳାଚଳ ପଲିଟେକନିକ ଠାରେ ରାଜ୍ୟ ଜୁନିଅର ରେଡକ୍ରସର ଅଧିକାରୀ ଶ୍ରୀଯୁକ୍ତ ଲକ୍ଷ୍ମଣ ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତ୍ବତ୍ତାବଧାନ କ୍ରମେ ତା 30.01.24 ଠାରୁ 03.02.24ରିଖ ପର୍ଯ୍ୟନ୍ତ ପଞ୍ଚ ଦିବସ ବ୍ୟାପି ରାଜ୍ୟ ସ୍ତରୀୟ ଜୁନିଅର ରେଡକ୍ରସର ଶିକ୍ଷା ଏବଂ ପ୍ରଶିକ୍ଷଣ ତାଲିମ ଶିବିର ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଶିବିରରେ ରାଜ୍ୟର 26ଟି ଜିଲ୍ଲାରୁ ମୋଟ 301ଜଣ ଜୁନିଅର ଏବଂ 58ଜଣ କାଉଁସିଲର ତାଲିମ ଗ୍ରହଣ କରିଥିଲେ l ଏହି ଶିବିରରେ ପ୍ରାଥମିକ ଚିକିତ୍ସା, ତମାଖୁ ବର୍ଜନ, ଔଷଧୀୟ ବୃକ୍ଷ ରୋପଣ, ସଡ଼କ ସୁରକ୍ଷା, ଅଗ୍ନି ନିର୍ବାପଣ ଆଦି ବିଭିନ୍ନ ବିଷୟରେ ପ୍ରଶିକ୍ଷଣମାନ ଅତି ନିଖୁଣ ଭାବେ ଅଭିଜ୍ଞ ଗବେଷକ ମାନଙ୍କ ଦ୍ୱାରା ଦିଆଯlଇଥିଲା l ଛାତ୍ର ଛାତ୍ରୀ ମାନଙ୍କର ଅନ୍ତର୍ନିହିତ ଗୁଣାବଳୀର ବିକାଶ ନିମିତ୍ତ ନୃତ୍ୟ, ସଂଗୀତ, ନାଟକ, ସାଧାରଣ ଜ୍ଞାନ, ଚିତ୍ର ଆଦି ବିଭିନ୍ନ ବିଷୟରେ ବିଷୟରେ ପ୍ରତିଯୋଗିତାମାନ କରାଯାଇ ପୁରସ୍କୃତ କରାଯାଇଥିଲା l ଉକ୍ତ ଶିବିରରେ ଦଳଗତ ନାଟକ ପ୍ରତିଯୋଗିତାରେ ଗଜପତି ଜିଲ୍ଲାର K. M. ଭାଲିଆ ସାହି ଉଚ୍ଚ ବିଦ୍ୟାଳୟର ଜୁନିଅର ମାନେ ଅଂଶ ଗ୍ରହଣ କରି ପ୍ରଥମ ସ୍ଥାନ ଅଧିକାର କରିଵା ପରେ ଜିଲ୍ଲାର ଗର୍ବ ଏବଂ ଗୌରବକୁ ବଢାଇବା ସହିତ ପ୍ରଶଂସାର ପାତ୍ର ସାଜିଛନ୍ତି l ଏଥିସହିତ ଏମାନେ ରାଜ୍ୟ ସ୍ତରରେ ଅଂଶ ଗ୍ରହଣ କରିବାକୁ ମନୋନୀତ ହୋଇଛନ୍ତି l ପ୍ରକାଶ ଥାଉକି ସରକାରୀ ଉଚ୍ଚ ବିଦ୍ୟାଳୟ ରାୟଗଡା ଠାରେ ଅନୁଷ୍ଠିତ ହୋଇଥିବା ଜିଲ୍ଲାସ୍ତରୀୟ ଜୁନିଅର ରେଡକ୍ରସ ଶିବିରରେ ସଫଳତା ଲାଭ କରିବା ପରେ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ପ୍ରଦୋଷ କୁମାର ନାୟକଙ୍କ ଅନୁମୋଦନ କ୍ରମେ ତଥା ଜିଲ୍ଲା କ୍ରୀଡା ନିରୀକ୍ଷକ ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ପାତ୍ରଙ୍କ ତତ୍ତ୍ୱlବଧାନ କ୍ରମେ କରଡ଼ାସିଂ ଉଚ୍ଚ ବିଦ୍ୟାଳୟରୁ 6 ଜଣ, K. M. ଭାଲିଆ ସାହି ଉଚ୍ଚ ବିଦ୍ୟାଳୟରୁ 4ଜଣ ଏବଂ ଯାଜପୁର ଉଚ୍ଚ ବିଦ୍ୟାଳୟରୁ 1 ଜଣ ମୋଟ 11 ଜଣ ଛାତ୍ର ଛାତ୍ରୀ ତତ୍ ସହିତ ଯାଜପୁର ଉଚ୍ଚ ବିଦ୍ୟାଳୟରୁ ଯମୁନା ରଇତ ଏବଂ K. M. ଭାଲିଆସାହି ଉଚ୍ଚ ବିଦ୍ୟାଳୟରୁ ପ୍ରହ୍ଲାଦ ଶିଅଳ କାଉଁସିଲର ଯୋଗଦେବା ସହ ସରକାରୀ ଉଚ୍ଚ ବିଦ୍ୟାଳୟ ଜିରାଙ୍ଗରୁ JRCO ଭାବେ ଶ୍ରୀଯୁକ୍ତ ସଞ୍ଜୀବ କୁମାର ଦାସ ରାଜ୍ୟ ସ୍ତରକୁ ମନୋନୀତ ହୋଇ ସମସ୍ତ କlର୍ଯ୍ୟ ବହନ କରିଥିଲେ l ଏହି ସଫଳତା ପାଇଁ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ପ୍ରଦୋଷ କୁମାର ନାୟକ, ଜିଲ୍ଲା କ୍ରୀଡା ନିରୀକ୍ଷକ ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ପାତ୍ର ଏବଂ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରା, ସମସ୍ତ ପ୍ରତିଯୋଗୀ,କାଉଁସେଲର ଏବଂ JRCOଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରିଵା ସହିତ ସେମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି l Categories: ଓଡ଼ିଶା, ଗଜପତି, ଦେଶ, ହୋମ୍ Related Content ମହାମହିମ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି by Proprietor Abhimanyu Maharana July 31, 2026 ଡେଲ୍ ଟେକ୍ନୋଲୋଜିସ୍ ପକ୍ଷରୁ ଭାରତରେ ପ୍ରିମିୟମ କଞ୍ଜ୍ୟୁମର ପୋର୍ଟଫୋଲିଓ ସମ୍ପ୍ରସାରଣ by Proprietor Abhimanyu Maharana July 31, 2026 ନୂଆ ୟେଜ୍ଦି ରେଞ୍ଜ ସହିତ ୨୦୨୬ ପାର୍ବଣ ଋତୁର ଆରମ୍ଭ କରିଛି ଜାୱା ୟେଜ୍ଦି ମୋଟରସାଇକେଲ୍ସ by Proprietor Abhimanyu Maharana July 31, 2026 ବରିଷ୍ଠ ନାଗରିକ ସଂଘ ର ନୂତନ କର୍ମକର୍ତ୍ତା ନିର୍ବାଚନ by Proprietor Abhimanyu Maharana July 31, 2026 ବାଲିଗୁଡ଼ାରେ ଦୁଇ ଡକାୟତ ଗିରଫ୍ by Proprietor Abhimanyu Maharana July 31, 2026 ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ମାସିକ ସମୀକ୍ଷା ବୈଠକ by Proprietor Abhimanyu Maharana July 31, 2026