ପାଟଣାଗଡ଼ ବ୍ଳକ ଅଫିସ ସଭାଗୃହ ରେ ବିପର୍ଯ୍ୟୟର ଭୟାବହତା ଓ ତା’ର ମୁକାବିଲା‌ ପାଇଁ ସାମୁହିକ ପ୍ରୟାସ ଆବଶ୍ୟକ

୭ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ପାଟଣାଗଡ଼ :- ପାଟଣାଗଡ଼ ପଞ୍ଚାୟତ‌ ସମିତି ସଭାଗୃହ ଠାରେ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତି ସମ୍ବନ୍ଧରେ ଏକ ପ୍ରସ୍ତୁତି ବୈଠକ ବିଡିଓ ସୁମନ୍ତ ମିଞ୍ଜ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଉକ୍ତ କର୍ମଶାଳାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ , ସହକାରୀ ନିର୍ବାହୀ ଯନ୍ତ୍ରୀ , ଅଗ୍ନିଶମ ବିଭାଗ ଅଧିକାରୀ, କୃଷି ବିଭାଗ ,ଉଦ୍ୟାନ ବିଭାଗ , ସ୍ବାସ୍ଥ୍ୟ ବିଭାଗ , ମତ୍ସ୍ଯ ବିଭାଗ ,ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନଙ୍କ ସହ ସରପଞ୍ଚ ,ସମିତି ସଭ୍ୟ ମାନେ ଯୋଗ ଦେଇଥିଲେ ।ସର୍ବ ପ୍ରଥମେ ଅଂଶୁଘାତ , ବାତ୍ୟା ବନ୍ୟା ,ନିଆଁ ଭଳି ଆଞ୍ଚଳିକ ତା ଉପରେ ଗୁରୁତ୍ୱାରୋପ କରି ଏଥିପାଇଁ ଯୋଜନାବଦ୍ଧ ଭାବେ ପ୍ରୟାସ କରିବାକୁ ଆଲୋଚନା କରାଯାଇଥିଲା । କ୍ଷୟକ୍ଷତି ସମୟରେ କିମ୍ବା ଗଛପଡ଼ି ରାସ୍ତା ଅବରୋଧ ସମୟରେ ତୁରନ୍ତ ଟ୍ରୋଲ ଫ୍ରି ୧୧୨ନମ୍ବର ଯୋଗାଯୋଗ କରିବାକୁ ପରାମର୍ଶ ଦେଇଥିଲେ।ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମିଞ୍ଜ, ପ୍ରାକୃତିକ ବିପର୍ଯ୍ୟୟ ସମ୍ବନ୍ଧରେ ସୂଚନାର ଯଥାଶୀଘ୍ର ପ୍ରସାରଣ, ବିପର୍ଯ୍ୟୟ ସମୟରେ କ୍ଷୀପ୍ର ପଦକ୍ଷେପ ତଥା ପରବର୍ତ୍ତୀ ସମୟରେ ବିପର୍ଯ୍ୟୟ ଗ୍ରସ୍ଥ ଲୋକଙ୍କସହାୟତା ଓ ଆଶୁ କ୍ଷତିପୂରଣ ଉପରେ ସମସ୍ତ ସ୍ତରରେ ପ୍ରୟାସ କରିବାକୁ ପ୍ରବର୍ତ୍ତାଇଥିଲେ। ବିପର୍ଯ୍ୟୟ ମୁକାବିଲାର ରୂପରେଖ ଓ ସରକାର ଙ୍କ ଦ୍ବାରା ପ୍ରସ୍ତୁତ ଯୋଜନା ତଥା ଏ ଦିଗରେ ସମିତି, ଗ୍ରାମ ପଞ୍ଚାୟତ କର୍ମଚାରୀ, ଲୋକ ପ୍ରତିନିଧିଙ୍କ ଭୁମିକା ସମ୍ବନ୍ଧରେ ଆଲୋଚନା କରିଥିବା ସହ ସଦୁପଯୋଗ ପୂର୍ବକ ପାଣିପାଗର ଧ୍ୟାନ ରଖିବା ତଥା ସମସ୍ତ ବିଭାଗ ମିଳିତ ଉଦ୍ୟମ କରିବା କୁ ଆହ୍ବାନ କରିଥିଲେ। ଏଥିରେ ବଡ଼ ବାବୁ ସରୋଜ ବାବୁ ,ଏ ବିଡିଓ ମେନକା ମେହେର ,ଜିପିଇଓ ନିଳକଣ୍ଠକାଲ ସାଏ , ତହସିଲଦାର ରୁଦ୍ରନାରାୟଣ ନାଏକ , ଗୋଷ୍ଠି ଶିକ୍ଷା ଅଧିକାରୀ ଶଙ୍କରପ୍ରସାଦ ମାଝୀ , ମୁଣ୍ଡୋମହୁଲ ସରପଞ୍ଚ ସୁଦର୍ଶନ ମହାନନ୍ଦ ,ବାଲିପଟା ସରପଞ୍ଚ ପ୍ରଶାନ୍ତ ପୁରୋହିତ ଡାଙ୍ଗବାହଲ ରୀନା ସାହୁ , ବିକାଶ ସେଚ୍ଛାସେବୀ ଅନୁଷ୍ଠାନ ର ଜିଲ୍ଲା ସଂଯୋଜକ ବନମାଳୀ କୁମ୍ଭାର , ସମେତ ଅଗ୍ନିଶମ ବିଭାଗ ପଣ୍ଡିତ ସାହୁ ,ଅନୁପ ଖମାରୀ ,ସୁରେଶ ଧରୁଆ ,ଅଶୋକ ଗିତା , ଆଇସିଡିଏସ ସୁପରଭାଇଜର ଅହଲ୍ୟା ସୁନା ,ଡବ୍ଳଇଓ ଙ୍କ ସହ ସମସ୍ତ ବିଭାଗ ର ଅଧିକାରୀ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Exit mobile version