ଚାନ୍ଦିପୁଟ କଲେଜ ରେ ବିଶ୍ବ ଓଡିଆ ଭାଷା ସମ୍ମିଳନୀ

୭ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ଆର,ଉଦୟଗିରି :- ଗଜପତି ଜିଲ୍ଲା ଚାନ୍ଦିପୁଟ ଇନ୍ଦିରା ସ୍ମୃତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଓ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଅଧ୍ୟକ୍ଷ ଡ଼. ରାଧା ରମଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ସମ୍ମିଳନୀରେ ସମାଜସେବୀ ତରଣିସେନ ଦାସ ମୂଖ୍ୟ ଅଟିଥି, ଅବସରପ୍ରାପ୍ତ ଶିକ୍ଷକ ବୃନ୍ଦାବନ ଗୌଡ, ମୂଖ୍ୟବକ୍ତା ଭାବେ ଯୋଗଦେଇଥିବl ବେଳେ ଅତିଥି ରୂପେ ଅଧ୍ୟାପିକା ଡ. ବୁନି କୁମାରି ପାଣିଗ୍ରାହି, ଡ. ପ୍ରଦୀପ୍ତ କୁମାର ଷଡଙ୍ଗୀ, ପ୍ରଦୀପ କୁମାର ପାଣିଗ୍ରାହୀ, ଡ. ରଞ୍ଜନ କୁମାର ପଣ୍ଡା, ଅନିଲ କୁମାର ପଟ୍ଟନାୟକ ଓ ତରୁଣ କୁମାର ବଡମୁଣ୍ଡି ଯୋଗଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ଜଗନ୍ନାଥ ସଂସ୍କୃତି, ଓଡିଆ ଭାଷା ଓ ସାହିତ୍ୟ ଉପରେ ଆଲୋଚନା କରାଗଲା l ଏହି କାର୍ଯ୍ୟକ୍ରମ ରେ ନୋଡାଲ ଅଧିକାରୀ ଡ. ରାମାନୁଜ ଆଚାର୍ଯ୍ୟ ପରିଚlଳନl କରିଛନ୍ତି l ଶେଷରେ ଅନିଲ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l

 

Exit mobile version