Home ଓଡ଼ିଶା ଓଡ଼ିଶା ପ୍ରବେଶ କରିବ କଂଗ୍ରେସର ଭାରତ ଯୋଡ଼ ନ୍ୟାୟଯାତ୍ରା by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୬ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ସୁନ୍ଦରଗଡ଼ :-> ଝାଡ଼ଖଣ୍ଡର ବାସଜୋଲ ପରେ ସୁନ୍ଦରଗଡ଼ ବୀରମିତ୍ରପୁରରେ ଏହି ଅଭିଯାନ ପହଞ୍ଚିବ। ବୀରମିତ୍ରପୁରର ବିଜାବାହାଲରେ ଅଭିଯାତ୍ରୀ କରିବେ ରାତ୍ରୀଯାପନ। ଆସନ୍ତାକାଲି ସକାଳେ ରାଉରକେଲା ଉଦିତ ନଗରରୁ ଆରମ୍ଭ ହେବ ପଦଯାତ୍ରା । ସକାଳ ୧୦ଟାରେ ପାନପୋଷରେ ସାଧାରଣ ସଭା ହେବ। ଅପରାହ୍ଣ ୨ଟାରେ ରାଜଗାଙ୍ଗପୁର ରାଣୀବନ୍ଧରେ ସାଧାରଣ ସଭା ହେବା ପରେ କୁତ୍ରା ଓ ବରଗାଁ ଯିବ। ଅପରାହ୍ଣ ସାଢେ ୪ଟାରେ ବସଷ୍ଟାଣ୍ଡ ଛକରୁ ପଦଯାତ୍ରା ଆରମ୍ଭ ହୋଇ ଷ୍ଟେଟବ୍ଯାଙ୍କ ଛକ ଯିବ। ସେଠାରେ ସାଧାରଣ ସଭା କାର୍ଯ୍ଯକ୍ରମ ରହିଛି। ଆସନ୍ତା ୮ ତାରିଖରେ ଝାରସୁଗୁଡାରେ ସାଧାରଣ ସଭା କାର୍ଯ୍ୟକ୍ରମ ରହିଛି। ଗତ ଜାନୁଆରୀ ୧୪ ତାରିଖରେ ମଣିପୁରର ଥୋବୁଲ ଜିଲ୍ଲା ଖୋନଗଜୋମରୁ ଆରମ୍ଭ ହୋଇଥିବା ଯାତ୍ରା ମାର୍ଚ୍ଚ ୨୦ରେ ମୁମ୍ବାଇରେ ଶେଷ ହେବ । ଯାତ୍ରା ଚାଲିବ ୬୬ ଦିନ । ୧୫ ରାଜ୍ୟର ୧୧୦ ଜିଲ୍ଲା, ୧୦୦ ଲୋକସଭା ଓ ୩୩୭ ବିଧାନ ସଭା କ୍ଷେତ୍ର ଦେଇ ପ୍ରାୟ ୬ ହଜାର ୭୦୦ କିଲୋମିଟର ଅତିକ୍ରମ କରିବ । Categories: ଓଡ଼ିଶା, ସୁନ୍ଦରଗଡ଼, ହୋମ୍ Related Content ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ସ୍ନାତକ ସମାରୋହରେ ଯୋଗଦେଲେ ରାଜ୍ୟପାଳ by Proprietor Abhimanyu Maharana September 8, 2026 ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ–୨୦୨୭ : ଯୁବପିଢ଼ିଙ୍କ ପାଇଁ ଜାତୀୟ ସ୍ତରରେ ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ by Proprietor Abhimanyu Maharana September 8, 2026 ଜାତୀୟ ଅନସୁଚୀତ ଜନଜାତି ଆୟୋଗ ଙ୍କ ପୁରୀ ଜିଲ୍ଲା ଗସ୍ତ by Proprietor Abhimanyu Maharana September 8, 2026 ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ by Proprietor Abhimanyu Maharana September 8, 2026 ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ୨୦୨୬ରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତା; ରାଉରକେଲା ଓ କଳିଙ୍ଗନଗରକୁ ଜାତୀୟ ସ୍ତରରେ ପ୍ରଥମ ସ୍ଥାନ by Proprietor Abhimanyu Maharana September 8, 2026 Strengthening Odisha’s Power Transmission Infrastructure: A New Era of Confidence in Power System of Odisha by Proprietor Abhimanyu Maharana September 8, 2026