ଏକାମ୍ର ରେ ୧୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ

୬ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ଭୁବନେଶ୍ୱର :-> ଏକାମ୍ର ନିର୍ବାଚନ ମଣ୍ଡଳୀର ଲିଙ୍ଗିପୂର ଗ୍ରାମପଞ୍ଚାୟତରେ ପ୍ରାୟ ୧୫ କୋଟି ଟଙ୍କାର ବିଭିନ୍ନ ରାସ୍ତାକୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଶିଳାନ୍ୟାସ କରିଛନ୍ତି। ସେଥି ମଧ୍ୟରୁ ସହର ଉପକଣ୍ଠରେ ଗଢ଼ି ଉଠୁଥିବା ନୂତନ କଲୋନୀ ଗୁଡ଼ିକ ପାଇଁ ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ସହାୟତା ଅନୁଦାନରେ ବରୋଦା ହସ୍ପିଟାଲ ଠାରୁ ସ୍ବସ୍ତି ସୁଦ୍ଧା ଆପାର୍ଟମେଣ୍ଟ ପର୍ଯ୍ୟନ୍ତ ରାସ୍ତା, ନଥପୁର ଗ୍ରାମ,ଅହଲ୍ୟା ନଗର, ସିଦ୍ଧି ମଣ୍ଡପ, ଇନ୍ଦିରା କଲୋନୀ,

ଶିବମନ୍ଦିର ପ୍ରଭୁତି ରାସ୍ତା ସେହିପରି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଗଙ୍ଗୋତ୍ରୀ ନଗର ଲେନ ୧,୨,୩, ବିଜୟ ବିହାର ଲେନ ୧,୨,୩ , ବଳରାମ ବିହାର, ଦିବ୍ୟନଗର, ଏବଂ ଆନନ୍ଦ ବିହାର ଆଦି ରାସ୍ତା ଓ ଡ୍ରେନ କୁ ମନ୍ତ୍ରୀ ଶ୍ରୀ ପଣ୍ଡା ଶିଳାନ୍ୟାସ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ କୋଠା ପଡ଼ି ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର,ଜିଲ୍ଲାପରିଷଦ ସଭ୍ୟ ସୁବାସ ସୁନ୍ଦରାୟ, , ସରପଞ୍ଚ କ୍ଷିରୋଦ ପ୍ରଧାନ,

ସମିତି ସଭ୍ୟ ପ୍ରକାଶ ସାହୁ,ବିନୋଦ ରାଉତରାୟ,ମନୋରଞ୍ଜନ ମହାନ୍ତି,ପୂର୍ବତନ ସରପଞ୍ଚ ରିନାମଣି ବେହେରା,ଅଜିତ୍ ରାୟ,,ସବିତା ବେହେରା, ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ପ୍ରକାଶ ସ୍ବାଇଁ, ସଞ୍ଜୟ ସାମନ୍ତରାୟ, ଅଶୋକ ସାହୁ, ରାଜେନ୍ଦ୍ର ସାହୁ, ମାଗୁଣି ଦାସ,ବାସୁଦେବ ଦାସ, ଶ୍ରିଧାର୍ଥା ଶଙ୍କର ସ୍ବାଇଁ,ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବାସ ବେହେରା,ପ୍ରମୁଖ ଉପସ୍ଥିତ ଥିଲେ।

Exit mobile version