Home ଓଡ଼ିଶା ନିର୍ବାଚନ ଆୟୋଗ ଙ୍କ ନିର୍ଦ୍ଦେଶ କୁ ପାଳନ କରିବ କିଏ ? by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ଭୁବନ ରେ ୧୪ ବର୍ଷ ଧରି ରାଜ୍ କରୁଛନ୍ତି ଜନସ୍ବାସ୍ଥ୍ୟ ବିଭାଗ ଯନ୍ତ୍ରୀ ୬ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ଭୁବନ :- ସାଧାରଣ ନିର୍ବାଚନ ପାଇଁ ସମଗ୍ର ଦେଶରେ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆସନ୍ତା ଅପ୍ରେଲ / ମେ ମାସରେ ନିର୍ବାଚନ ହେବାର ସମ୍ଭାବନା ରହିଛି । ଗୋଟିଏ ସ୍ଥାନରେ ୩ ବର୍ଷ କିମ୍ବା ତା ଠାରୁ ଅଧିକ ଦିନ କାର୍ଯ୍ୟ କରୁଥିବା ଅଧିକାରୀ ଙ୍କୁ ତୁରନ୍ତ ଅନ୍ୟତ୍ର ବଦଳି କରିବା ପାଇଁ ନିର୍ବାଚନ ଆୟୋଗ ସମସ୍ତ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ଢେ଼ଙ୍କାନାଳ ଜିଲ୍ଲାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଭୁବନ ଜନସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ରେ ସରକାରଙ୍କ ବଦଳି ନୀତି ବଳି ପଡ଼ିଛି । ଏଠାରେ ନିଯୁକ୍ତି ପ୍ରାପ୍ତ ଯନ୍ତ୍ରୀ ଜଣକ ଦୀର୍ଘ ୧୪ ବର୍ଷରୁ ଉର୍ଦ୍ଧ୍ବ ସମୟ କିଭଳି ଭାବେ ରହିଲେଣି ବୋଲି ବୁଦ୍ଧିଜୀବୀ ମହଲ ବିସ୍ମୟ ପ୍ରକାଶ କରୁଛନ୍ତି । ପ୍ରାପ୍ତ ସୂଚନା ରୁ ପ୍ରକାଶ ଯେ, ସୋନାଲି ନାଏକ ୨୦୦୮-୦୯ ରେ ଭୁବନ ଜନସ୍ୱାସ୍ଥ୍ୟ ବିଭାଗ ରେ କନିଷ୍ଠ ଯନ୍ତ୍ରୀ ଭାବେ ଯୋଗଦେଇଥିଲେ । ୨୦୧୩-୧୪ ରେ କନିଷ୍ଠ ଯନ୍ତ୍ରୀ ରୁ ସହକାରୀ ଯନ୍ତ୍ରୀ ଭାବେ ପଦୋନ୍ନତି ପାଇଥିଲେ । ଆଶ୍ଚଯ୍ୟ ଜନକ ଭାବେ ପଦୋନ୍ନତି ପାଇ ଅନ୍ୟତ୍ର ବଦଳି ନ ହୋଇ ଏଠାରେ ରହି ଅଦ୍ୟାବଧି କାର୍ଯ୍ୟ କରୁଛନ୍ତି । କନିଷ୍ଠ ଯନ୍ତ୍ରୀ ଭାବେ ୪ ବର୍ଷ ଓ ତା ପରେ ସହକାରୀ ଯନ୍ତ୍ରୀ ଭାବେ ୧୦ ବର୍ଷ ଏମିତି ସମୁଦାୟ ୧୪ ବର୍ଷ ହେଲା ଏଠାରେ ରହି ରାଜ୍ କରିବା ସହିତ ମାତ୍ରାଧିକ ଦୁର୍ନୀତି ଅନିୟମିତତା ରେ ଲିପ୍ତ ରହି ଆୟବର୍ହିଭୂତ ସମ୍ପତି ଠୁଳ କରିବାରେ ଲାଗିଛନ୍ତି । କୋଟି କୋଟି ଟଙ୍କା ର ପାଇପ ବିଛା କାର୍ଯ୍ୟ ରେ ଜନୈକ ନିର୍ଦ୍ଦିଷ୍ଟ ଠିକାଦାରଙ୍କୁ ବାରମ୍ବାର ଟେଣ୍ଡର ଦିଆଯାଉଥିବା ବେଳେ ଗ୍ରୀଷ୍ମ ଋତୁରେ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ ମଧ୍ୟ ନିର୍ଦ୍ଦିଷ୍ଟ ଠିକାଦାରଙ୍କୁ ଦିଆଯାଇ ମୋଟା ଅଙ୍କର ପିସି ଆଦାୟ କରୁଥିବା ଅଭିଯୋଗ ହେଉଛି । ପାଇପ ବିଛା କାର୍ଯ୍ୟ ପାଇଁ ସାରା ସହର ରାସ୍ତା କୁ ଖୋଳି ତାଡି ନଷ୍ଟ କରିଦେଉଛନ୍ତି । ଏନ୍ ଏ ସି ତରଫରୁ ନିର୍ମାଣ କରାଯାଇଥିବା ଫେବର ରାସ୍ତାକୁ ମଧ୍ୟ ଖୋଳି ନଷ୍ଟ କରିଦେଇଛନ୍ତି । ପାଇପ କାର୍ଯ୍ୟ ପାଇଁ ଯେଉଁ ରାସ୍ତା ଖୋଳା ଯାଉଛି ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତାହାକୁ ମରାମତି କରା ନଯାଇ ସେମିତି ଛାଡ଼ି ଦିଆ ଯାଉଛି । ରାସ୍ତା ଖରାପ ହେବା ସହ ସୋନ୍ଦର୍ଯ୍ୟ ହାନି ହେଉଛି । ସର୍ବନିମ୍ନ ୩ ଫୁଟ ଖୋଳିବାର ନିୟମ ଥିଲା ବେଳେ ମାତ୍ର ୧ ଫୁଟ ରୁ ଦେଢ଼ ଫୁଟ ଖୋଳା ଯାଉଛି।ଫଳରେ ଭାରିଯାନ ଯିବା ଯୋଗୁ ପାଇପ ଫାଟି ରାସ୍ତାରେ ପାଣିର ସୁଅ ଛୁଟୁଛି । କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ସତ୍ତ୍ବେ ପାନୀୟ ଜଳ ଯୋଗାଣ ସମସ୍ୟା ର ସମାଧାନ ହୋଇ ପାରୁନି । ନିୟମିତ ଭାବେ ପାନୀୟ ଜଳ ଯୋଗାଇ ଦିଆଯାଉନାହିଁ । ଅନେକ ସ୍ଥାନରେ ଲୋ ପ୍ରେସର ଯୋଗୁ ଲୋକେ ପାଣି ପାଇପାରୁନାହାନ୍ତି । ବିପିଏଲ କନେକ୍ସନ ରେ ବ୍ୟାପକ ଦୁର୍ନୀତି ହୋଇଥିବା ଜଣାପଡିଛି। ପୂର୍ବରୁ ଅଧିକାଂଶ ବିପିଏଲ / ଏ ପିଏଲ ଲୋକ ବିଭାଗୀୟ କର୍ମଚାରୀଙ୍କୁ ହାତ ଗୁଞ୍ଜା ଦେଇ ଘରକୁ ପାଣି ପାଇପ କନେକ୍ସନ ନେଇଥିବା ବେଳେ ବିପିଏଲ ତାଲିକା ଦେଖି ସମସ୍ତଙ୍କୁ ରେଗୁଲାର କରି ଏ ବାବଦ ରେ ଲକ୍ଷାଧିକ ଟଙ୍କା ଆତ୍ମସାତ କରାଯାଇଛି । ଯନ୍ତ୍ରୀ ଶ୍ରୀମତୀ ସୋନାଲି ନାଏକ ଆଦୌ ଅଫିସ୍ ଆସୁନଥିବାରୁ ସାଧାରଣ ଲୋକ ନିଜର ସମସ୍ୟା ଜଣାଇ ପାରୁନାହାନ୍ତି । ଯଦି କୌଣସି ଲୋକ ତାଙ୍କ କ୍ୱାଟର ଯାଇ ଯନ୍ତ୍ରୀଙ୍କୁ ଖୋଜିଲା ତାହେଲେ ସମସ୍ୟା ଶୁଣିବା ତ ଦୂରର କଥା, ଯନ୍ତ୍ରୀଙ୍କ ରୁକ୍ଷ ବ୍ୟବହାର ସାଙ୍ଗକୁ ଦୂର ଦୂର ମାର ମାର ରେ ଅତିଷ୍ଟ ହୋଇ ଫେରୁଛନ୍ତି । ଯନ୍ତ୍ରୀଙ୍କୁ କୌଣସି ବିଭାଗୀୟ ପାଣି ପାଇପ କାର୍ଯ୍ୟରେ ଆଦୌ ଦେଖିବାକୁ ମିଳେନାହିଁ । ସର୍ବଦା ନିଜର ଅଧସ୍ତନ କର୍ମଚାରୀଙ୍କୁ ପଠାଇ ଦେଇ ନିଜେ ଆରାମ କରନ୍ତି ।ପ୍ରତ୍ୟେକ ସରକାରୀ ସଭା ସମିତି,ଆଲୋଚନା ରେ ଯନ୍ତ୍ରୀ ଙ୍କ ବଦଳରେ ତାଙ୍କ ପ୍ରତିନିଧି ଯୋଗ ଦିଅନ୍ତି । ସେ ମହାଶୟା ଜଣକ ଆଦୌ ତାଙ୍କ ସରକାରୀ ବାସ ଭବନ ରୁ ପଦାକୁ ବାହାରୁ ନଥିବା ବେଳେ ଟୁର ଡାଇରୀ ମେଣ୍ଟନ କରି ସରକାରୀ ପଇସା ଲୁଟ କରୁଛନ୍ତି । ଆଦୌ କୌଣସି ଅଭିଜ୍ଞତା ନଥିବା , ସମ୍ପୂର୍ଣ୍ଣ ଅନଭିଜ୍ଞ ହୋଇ କେବଳ କୋଟା ରେ ଚାକିରି ପାଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଙ୍କୁ ଖୁସି କରାଇ ଦୀର୍ଘ ୧୪ ବର୍ଷ ହେଲା ଏଠାରେ ରହି ରାଜ୍ କରୁଛନ୍ତି ବୋଲି ଖୋଦ୍ ବିଭାଗୀୟ କର୍ମଚାରୀ ମାନେ ପ୍ରକାଶ କରୁଛନ୍ତି। ମହିଳା ଯନ୍ତ୍ରୀ ଙ୍କ ଦୁର୍ନୀତି ର ତଦନ୍ତ ଓ ତାଙ୍କ ବଦଳି ପାଇଁ ଜିଲ୍ଲାପାଳ ଙ୍କ ଠାରୁ ଆରମ୍ଭ କରି ସଚିବ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ ସତ୍ବେ ଏନ୍ ଏ ସି କାଉନସିଲ ମିଟିଂ ରେ ରିଜୋଲ୍ୟୁସନ୍ ହେବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନଯିବା ପଛରେ କେଉଁ ଅଦୃଶ୍ୟ ଶକ୍ତି କାର୍ଯ୍ୟ କରୁଛି ତାହା ବୁଝା ପଡୁନି । ଦୁର୍ନୀତିଗ୍ରସ୍ତ ଯନ୍ତ୍ରୀ ଙ୍କ କଳା କାରନାମା ଓ ଆୟ ବହିର୍ଭୁତ ସମ୍ପତ୍ତିର ଭିଜିଲାନ୍ସ ତଦନ୍ତ କରାଯିବା ସହ ଅନ୍ୟତ୍ର ବଦଳି କରାଯିବାକୁ କାଉନସିଲର ଗିରିଧାରୀ ସାହୁ ,ସୁଶାନ୍ତ ନାୟକ,ନରେନ୍ଦ୍ର ବେହେରା,ପପୁ କୁମାର ସାହୁ ଦାବି କରିଛନ୍ତି । ଢେ଼ଙ୍କାନାଳ ଜିଲ୍ଲାପାଳ ଅବିଳମ୍ବେ ସଂପୃକ୍ତ ଦୁର୍ନୀତିଗ୍ରସ୍ତ ଯନ୍ତ୍ରୀ ଙ୍କୁ ଅନ୍ୟତ୍ର ବଦଳି କରିବା ସହ ଭିଜିଲାନ୍ସ ତଦନ୍ତ ପାଇଁ ସୁପାରିଶ କରିବାକୁ ଦାବି କରିଛନ୍ତି। Categories: ଓଡ଼ିଶା, ଢେଙ୍କାନାଳ, ଦେଶ, ହୋମ୍ Related Content ସାଧାରଣ ଚିକିତ୍ସାଳୟ ରେ ଅସାଧାରଣ ଅବ୍ୟବସ୍ଥା - ରୋଗୀ ସେବା ବ୍ୟାହତ by Proprietor Abhimanyu Maharana September 16, 2026 ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026