୬ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ବେଗୁନିଆ :- ବେଗୁନିଆ ବ୍ଲକ ଅନ୍ତର୍ଗତ ଗୌଡିଆପଡ଼ା ଇନ୍ଦିପୁରୁ ଗ୍ରାମ ସ୍ଥିତ ଖେଳପଡିଆ ରେ ମା ଜାଗୁଳାଇ ଫୁଟବଲ ଟୁର୍ଣ୍ଣାମେଣ୍ଟ ଦ୍ୱିତୀୟ କ୍ୱାଟର ଫାଇନାଲ ମଙ୍ଗଳବାର ଦିନ ହୋଇଯାଇଛି। ସିକୋ ସରପଞ୍ଚ ଙ୍କ ପ୍ରତିନିଧି ତୀର୍ଥ ବାସୀ ରାଏ, ଦାଶରଥି ନରେନ୍ଦ୍ର, ସୁକାନ୍ତ ପ୍ରଧାନ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ମ୍ୟାଚ ଚାନ୍ଦ କ୍ଲବ କଟକ ଓ ଲକ୍ଷ୍ମୀଧର ୟୁଥ କ୍ଲବ କୁହୁଡି ମଧ୍ୟରେ ହୋଇଥିଲା। ଖେଳର ପ୍ରଥମାର୍ଦ୍ଧରେ ଚାନ୍ଦ କ୍ଲବ ଗୋଟିଏ ଗୋଲ ଦେଇଥିବା ବେଳେ ଦ୍ୱିତୀୟାର୍ଦ୍ଧରେ ଲକ୍ଷ୍ମୀଧର ୟୁଥ କ୍ଲବ କୁହୁଡି ଗୋଟିଏ ଗୋଲ ଦେଇଥିଲା। 
ନିର୍ଦ୍ଧାରିତ ସମୟ ମଧ୍ୟରେ କୌଣସି ଟିମ ଗୋଲ ଦେଇପାରିନଥିଲେ ଟାଇ ବ୍ରେକର ୫-୩ ଗୋଲରେ ଲକ୍ଷ୍ମୀଧର ଯୁଥ କ୍ଲବ କୁହୁଡି ସେମିଫାଇନାଲରେ ପ୍ରବେଶ କରିଛି।ଲକ୍ଷ୍ମୀଧର ଚୌଧୁରୀ, କୃଷ୍ଣଚନ୍ଦ୍ର ବେହେରା, ସୁକାନ୍ତ ପ୍ରଧାନ, ବଳଭଦ୍ର ପାଟ୍ଟଶାଣୀ ଖେଳ ପରିଚାଳନା କରିଥିଲେ। କୁହୁଡି ର ଗୋଲ କିପର ମୁନା ମୁଦୁଲି ଭଲ ଖେଳ ପ୍ରଦର୍ଶନ କରିଥିବାରୁ ମ୍ୟାନ ଅଫ୍ ମ୍ୟାଚ ଘୋଷଣା କରାଯାଇଥିଲା। ତୃତୀୟ କ୍ଵାଟର ଫାଇନାଲ ରଘୁନାଥ କ୍ଲବ ଟାଙ୍ଗୀ ୟୁଥ କ୍ଲବ ଭୁବନେଶ୍ବର ମଧ୍ୟରେ ହେବ ବୋଲି ଆୟୋଜକ ଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

