୬ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) କଟକ :- ରାଜ୍ୟ ଅବକାରୀ ବିଭାଗ ଫ୍ଲାଇଙ୍ଗ ସ୍ୱ୍।ର୍ଡ଼ ପକ୍ଷରୁ ମଙ୍ଗଳବାର ଦିନ ଦୁଇଟି ସ୍ଥାନରେ ଚଢ଼ାଉ କରାଯାଇ ୧୬ ଲକ୍ଷ୍ୟ ୧୦ ହଜାର ଟଙ୍କା ମୂଲ୍ୟର ୧୬୧ କେଜି ଚୋରା ଗଞ୍ଜେଇ ଜବତ କରାଯାଇଛି । ଏହି ଘଟଣାରେ ସଂପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଚୋରା ଗଞ୍ଜେଇ କାରବାରରେ ବ୍ୟବହୃତ ଦୁଇଟି ମାରୁତି ଡିଜେଆର କାରକୁ ଜବତ କରାଯାଇଛି । ଚୋରାରେ ଗଞ୍ଜେଇ ଚାଲାଣ ହେଉଥିବା 
ଖବର ପାଇ ଅବକାରୀ ବିଭାଗର କମିଶନର ନରସିଂହ ଭୋଳଙ୍କ ନିର୍ଦ୍ଦେଶ କ୍ରମେ ସୁପରିଟେଣ୍ଡେଣ୍ଟ ସିଦ୍ଧେଶ୍ୱର ବ୍ରେସରା ଏବଂ ତାଙ୍କର ଅଫିସର ମାନେ କଟକ ବାଲେଶ୍ଵର ଜାତୀୟ ରାଜପଥର ମଙ୍ଗୁଳି ଛକ ଏବଂ ବାଙ୍କୀ ବାରଙ୍ଗ ରାସ୍ତା ର ତ୍ରିଶୁଳିଆ ଛକଠାରେ ଅପେକ୍ଷା କରିଥିଲେ । ଖବର ପାଇଥିବା କାର ଦୁଇଟି ପହଂଚିବା ମିତ୍ରେ ଗାଡ଼ି କୁ ଅଟକାଇ ଯାଞ୍ଚ କରିବାରୁ ଗଡିରେ ଗଞ୍ଜେଇ ଥିବା ଦେଖିବାକୁ ପାଇ ଗାଡ଼ିରେ ଥିବା ବ୍ୟକ୍ତିଙ୍କୁ ଧରିବାରେ ସକ୍ଷମ ହୋଇଥିଲେ । ମଙ୍ଗୁଳି ଛକରେ ଧରାପଡିଥିବା ଗଞ୍ଜେଇ ଗାଡ଼ିଟି ଅନୁଗୁଳରୁ କଲିକତା ଅଭିମୁଖେ ଗଞ୍ଜେଇ ନେଇ ଯାଉଥିଲା । ଏହି ଗାଡ଼ିରେ ବିହାର ଅଞ୍ଚଳର ଜଣେ ଚୋରା ଗଞ୍ଜେଇ ବେପାରୀକୁ ଅବକାରୀ ପୋଲିସ ଗିରଫ କରିଥିଲା ବେଳେ, ତ୍ରିଶୁଳିଆ ଛକରୁ ଧରାପଡିଥିବା କାରଟି ଭୁବନେଶ୍ୱରରୁ କଲିକତା ଅଭିମୁଖେ ଗଞ୍ଜେଇ ନେଇ ଯାଉଥିବା ଦୁଇ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି ।

