
୫ ଫେବୃଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ଖୋର୍ଦ୍ଧା-ଜଟଣୀ :- ପୁରୀ ରେଲୱେ ଷ୍ଟେସନରେ ଥିବା “ଗୋଟିଏ ଷ୍ଟେସନ୍- ଗୋଟିଏ ଉତ୍ପାଦ” ଷ୍ଟଲ୍ ରେ ବର୍ତ୍ତମାନ କୃଷି ଏବଂ ଗ୍ରାମୀଣ ବିକାଶ ପାଇଁ ଜାତୀୟ ବ୍ୟାଙ୍କ (ନାବାର୍ଡ)ଦ୍ଵାରା ପ୍ରୋତ୍ସାହିତ ଚାଷୀ ଏଵଂ କାରିଗରଙ୍କର ଉତ୍ପାଦଗୁଡିକ ଉପଲବ୍ଧ ଅଛି। ଉତ୍ପାଦଗୁଡ଼ିକ ହେଉଛି ହସ୍ତତନ୍ତ, ହସ୍ତଶିଳ୍ପ, ପଟ୍ଟଚିତ୍ର, ପିପିଲି ଚାନ୍ଦୁଆ ଏବଂ ବ୍ୟବହାର ଯୋଗ୍ୟ ଦ୍ରବ୍ୟ ଇତ୍ୟାଦି। ଗୋଟିଏ ଷ୍ଟେସନ୍- ଗୋଟିଏ ଉତ୍ପାଦ: ସ୍ଥାନୀୟ କାରିଗର, କୁମ୍ଭକାର, ବୁଣାକାର/ ହ୍ୟାଣ୍ଡଲୁମ୍ ବୁଣାକାର, ଆଦିବାସୀ ମାନଙ୍କର ଜୀବିକା ବୃଦ୍ଧି ତଥା କଲ୍ୟାଣ ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ଦ୍ଵାରା ଘୋଷଣା କରାଯାଇଥିବା ଏକ ଯୋଜନା। ରେଳ ଷ୍ଟେସନ ସେମାନଙ୍କ ଉତ୍ପାଦକୁ ପ୍ରୋତ୍ସାହିତ କରିବା ପାଇଁ ଏକ ମାର୍କେଟିଂ ଚ୍ୟାନେଲ ଭାବରେ କାର୍ଯ୍ୟ କରୁଛି। ଏହି ପଦକ୍ଷେପରେ, ନାବାର୍ଡ ଏହାର କୃଷକ ଉତ୍ପାଦକ ସଂଗଠନ (ଏଫ୍ ପି ଓ)ଅଫ୍ ଫାର୍ମ ପ୍ରଡ୍ୟୁସର ଅର୍ଗାନାଇଜେସନ୍ (ଓ ଏଫ୍ ପି ଓ) ଏବଂ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ଵାରା ତିଆରି ହେଇଥିବା ଉତ୍ପାଦଗୁଡିକ, ଓଏସ୍ଓପି ଷ୍ଟଲ ମାଧ୍ୟମରେ ପୁରୀ ରେଲୱେ ଷ୍ଟେସନରେ ବିକ୍ରୟ କରିବାକୁ ଉତ୍ସାହିତ କରିଛି । ଭୁବନେଶ୍ୱର ଏବଂ ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନରେ ଥିବା ଗୋଟିଏ ଷ୍ଟେସନ୍- ଗୋଟିଏ ଉତ୍ପାଦ” ଷ୍ଟଲ୍ ମଧ୍ୟ ନାବାର୍ଡ ଦ୍ୱାରା ପରିଚାଳିତ ହେଉଛି।

