ଷଣ୍ଢପୁର ଗ୍ରାମରେ ପଞ୍ଚକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ

୫ ଫେବୃଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ଖୋର୍ଦ୍ଧା-ଜଟଣୀ :- ଗତ ରବିବାର ଦିନ ଜଟଣୀ ପୌର ପରିଷଦ ଅନ୍ତର୍ଗତ ଷଣ୍ଢପୁର ଗ୍ରାମଠାରେ ଅଖିଳ ବିଶ୍ଵ ଗାୟତ୍ରୀ ପରିବାର ଶାନ୍ତିକୁଞ୍ଜ ହରିଦ୍ଵାରଙ୍କ ତତ୍ତ୍ଵାବଧାନରେ ପଞ୍ଚ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଗ୍ରାମବାସୀଙ୍କ ଦ୍ବାରା ଶ୍ରୀ ଶ୍ରୀ ବାବା କୁଣ୍ଡଳେଶ୍ଵର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ମନୁଷ୍ୟ ମଧ୍ୟରେ ଦେବତ୍ଵ ଗୁଣର ଜାଗରଣ ନାରୀ ଶିକ୍ଷା, ନିଶା ନିବାରଣ ଆଦି ସାମାଜିକ ସମସ୍ୟା ଉପରେ ଆଲୋକପାତ କରିଥିଲେ। ବରିଷ୍ଠ ଗାୟତ୍ରୀ ସାଧକ ଇଁ ଶ୍ରୀଯୁକ୍ତ ପ୍ରଭାକର ପଣ୍ଡା ମନ୍ତ୍ର ପାଠ କରିଥିଲେ। ପରି ବ୍ରାଜକ ଶ୍ରୀଯୁକ୍ତ ଜୟନ୍ତ କୁମାର ମିଶ୍ର ଓ ଯୁଗ ସଙ୍ଗୀତ ପରିବେଷଣ କରିଥିଲେ ସାଧକ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ମହାରଣା। ଗ୍ରାମର ଦଶ ଜଣ ଦେବକନ୍ୟା ତଥା ମହିଳା ମାନଙ୍କ ଦ୍ବାରା ଏକ ବିରାଟ କଳସ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଯଜ୍ଞରେ ୩୦୦ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଭାଗନେଇ ଅନ୍ନ ପ୍ରସାଦ ଗ୍ରହଣ କରିଥିଲେ। ଅନ୍ୟ ଗାୟତ୍ରୀ ସାଧକ ମାନଙ୍କ ମଧ୍ୟରେ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଦାଶ, ଶ୍ରୀ ରାଜେନ୍ଦ୍ର ପ୍ରସାଦ ରଥ ଓ ଶ୍ରୀ ହରିହର ନାୟକ ଯୋଗଦାନ କରି ସମସ୍ତଙ୍କୁ ମାର୍ଗ ଦର୍ଶନ କରିଥିଲେ। ଗ୍ରାମର ଛୋଟ ଛୋଟ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସାଧାରଣ ଜ୍ଞାନ ପ୍ରତିଯୋଗିତା କରାଯାଇ ପୁରସ୍କୃତ କରାଯାଇଥିଲା। ଯଜ୍ଞ ପରିଚାଳନା ଦାୟୀତ୍ବରେ ଥିଲେ ଶ୍ରୀ ରବୀନ୍ଦ୍ର ନାଥ ଦାଶ, ଶ୍ରୀମତି ପୁଷ୍ପାଞ୍ଜଳି ସାହୁ ଓ ଶ୍ରୀ ସଚ୍ଚିକାନ୍ତ ରାଉତ। ପରିଶେଷରେ ଗ୍ରାମବାସୀଙ୍କ ପ୍ରତିନିଧି ରୂପେ ଅଧ୍ୟାପକ ଶ୍ରୀ ସୁଶାନ୍ତ କୁମାର ରାଉତ ସମସ୍ତ ଅତିଥି ମାନଙ୍କୁ ସମ୍ମାନୀତ କରିବା ସହିତ ଧନ୍ୟବାଦ୍ ଅର୍ପଣ କରିଥିଲେ।

Exit mobile version