ପରିତ୍ୟକ୍ତ ଅବସ୍ଥାରେ ୬ଦିନ ଶିଶୁ ପୁତ୍ରଙ୍କୁ ଉଦ୍ଧାର କଲେ ସିସିଡି ସ୍ବେଚ୍ଛାସେବୀ ଅନୁଷ୍ଠାନ

୫ ଫେବୃଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ଆର,ଉଦୟଗିରି :- ପରିତ୍ୟକ୍ତ ଅବସ୍ଥାରେ ୬ଦିନ ଶିଶୁ ପୁତ୍ରଙ୍କୁ ଉଦ୍ଧାର କଲେ ସିସିଡି ସ୍ବେଚ୍ଛାସେବୀ ଅନୁଷ୍ଠାନ। ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ଖଜୁରୀପଦା ସ୍ଥିତ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଥିବା ଯାତ୍ରୀ ବିଶ୍ରାମ ଗୃହ ଭିତରେ ପରିତ୍ୟକ୍ତ ଅବସ୍ଥାରେ ୬ଦିନ ଶିଶୁ ପୁତ୍ରଙ୍କୁ ଉଦ୍ଧାର କଲେ ସିସିଡି ସ୍ବେଚ୍ଛାସେବୀ ଅନୁଷ୍ଠାନ। ଶିଶୁ ପୁତ୍ରଟି ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ଦେଖି ସ୍ୱରୁଦୟ ବ୍ୟକ୍ତି ଜଣକ ସିସିଡି ଜିଲ୍ଲା ସଂଯୋଜକ ବିଜୟ ପ୍ରଧାନଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେ। ଖବର ପାଇ ଦୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଶିଶୁ ପୁତ୍ରଙ୍କୁ ଉଦ୍ଧାର କରିଥିଲେ ସିସିଡି କର୍ମଚାରୀ। ସିସିଡି କର୍ମଚାରୀ ଇନ୍ଦୁମତି ଦେବୀ, ସ୍ଵତନ୍ତ୍ର ପୋଷ୍ୟ ସନ୍ତାନ ଅନୁଷ୍ଠାନର ସୋସିଆଲ ୱର୍କର ସୁବାସିତ ସ୍ୱାଲସିଂ, ଆୟା ବିଳାସିନୀ ତାଣ୍ଡି ଘଟଣା ସ୍ଥଳରେ ପହଞ୍ଚି ଶିଶୁ ପୁତ୍ରଙ୍କୁ ଉଦ୍ଧାର କରିଛନ୍ତି।

Exit mobile version