Home ଓଡ଼ିଶା ରାଇଜିଙ୍ଗ ଷ୍ଟାର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ତୁର୍ଲା ଚାମ୍ପିୟନ ଦାନାମାଲ ରନର୍ସ ଅପ୍ ୫ ଫେବୃଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ଖପ୍ରାଖୋଲ :- ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଭାନପୁର ପଞ୍ଚାୟତ ଅନ୍ତର୍ଗତ ଝାଙ୍କରପାଲି ଠାରେ ଚାଲିଥିବା ନବମ ରାଇଜିଙ୍ଗ ଷ୍ଟାର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଫାଇନାଲ ଖେଳ ତୁର୍ଲା ଓ ଦାନାମାଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ତୁର୍ଲା ଦଳ ପ୍ରଥମେ ବ୍ୟାଟିଙ୍ଗ କରି ୮ ଓଭର ରେ ୬ ୱିକେଟ୍ ହରାଇ ୯୧ ରନ୍ ସଂଗ୍ରହ କରିଥିଲା। ଏହାର ଜବାବ ରେ ଦାନାମାଲ ଦଳ ୮ ଓଭର ରେ ୬ ୱିକେଟ ହରାଇ ମାତ୍ର ୬୯ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା । ଯାହା ଫଳରେ ତୁର୍ଲା ଦଳ ଚାମ୍ପିୟନ ହୋଇଥିଲା । ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ରାଇଜିଙ୍ଗ ଷ୍ଟାର କ୍ରିକେଟ୍ କ୍ଲବ ସଭାପତି ରଜନୀ କାନ୍ତ ପୁଟେଲ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଭାନପୁର ସରପଞ୍ଚ ରୀନା ଜାଲ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କାର୍ତ୍ତିକ ସେଟ୍, ରୂପା ପୁଟେଲ, ଜପକ୍ରିଷ୍ଣ ଭୋଇ, ଲିଙ୍ଗରାଜ ପୁଟେଲ ଯୋଗ ଦେଇଥିଲେ। ଚାମ୍ପିୟନ ଦଳକୁ ଟ୍ରଫି ସହ ୧୦୦୦୦ ଟଙ୍କା ଏବଂ ରନର୍ସ ଅପ ଦଳ କୁ ଟ୍ରଫି ସହ ୬୦୦୦ ଟଙ୍କା ଅତିଥି ମାନେ ପ୍ରଦାନ କରିଥିଲେ। ଅମ୍ପାୟାର ରୁପେ ଅମିତ୍ ପଣ୍ଡା ଓ ବିଷ୍ଣୁ ପ୍ରାସାଦ ମହାଲିଙ୍ଗ ଖେଳକୁ ପରିଚାଳନା କରିଥିବା ବେଳେ ସ୍କୋରର ରୁପେ ରିଙ୍କୁ ପୁଟେଲ ଦାୟିତ୍ଵ ତୁଲାଇ ଥିଲେ। କୁଶ ରଞ୍ଜନ ଭୋଇ ଓ ରଞ୍ଜିତ ମେହେର ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଓଁକାର ଭୋଇ, ମାନସ ପୁଟେଲ , ଆଶିଷ ସାହୁ, ସୁବାଷ ବାଗ, ମିତ୍ରଭାନୁ ସାହୁ, ମନବୋଧ ବାଗ, ସରୋଜ ବରିହା ପ୍ରମୁଖ କ୍ଳବ୍ ସଦସ୍ୟ ଉପସ୍ଥିତ ଥିଲେ। ଟୁର୍ଣ୍ଣାମେଣ୍ଟ ଟି ତିନି ଦିନ ଧରି ଚାଲିଥିବା ବେଳେ ୧୬ ଟି ଦଳ ଭାଗ ନେଇଥିଲେ । Categories: ଓଡ଼ିଶା, ଦେଶ, ବଲାଙ୍ଗିର, ହୋମ୍ Related Content ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ରକ୍ତଦାନ ଶିବିର by Proprietor Abhimanyu Maharana August 23, 2026 ବିଦ୍ୟାଳୟ ନିରାପତ୍ତା ସପ୍ତାହ ପାଳିତ by Proprietor Abhimanyu Maharana August 23, 2026 ବ୍ରାଉନ୍ ସୁଗାର ସହ ଗଞ୍ଜେଇ, ନଗଦ ଟଙ୍କା ଓ ମୋବାଇଲ ଜବତ : କିଙ୍ଗ୍ ପିନ୍ ଗିରଫ by Proprietor Abhimanyu Maharana August 23, 2026 ବୋଲବମ୍ ସେବସଂଘ,ନୟାଗଡ ଆନୁକୁଲ୍ୟରେ ଭଜନ ସମାରୋହ ଅନୁଷ୍ଠିତ by Proprietor Abhimanyu Maharana August 23, 2026 ବଣ୍ଡା ଘାଟିର ସୀତାକୁଣ୍ଡର ରୂପରେଖ ବଦଳିବ : ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ମାଲକାନଗିରି ଜିଲ୍ଲାପାଳ by Proprietor Abhimanyu Maharana August 23, 2026 ୨୦ ଜଣ ବଣ୍ଡା ମହିଳାଙ୍କୁ ନେଇ ମାଳି ଓ ଗହଣା ତିଆରି ଶିଳ୍ପୀ ତାଲିମ କାର୍ଯ୍ୟକ୍ରମ ଶୁଭାରମ୍ଭ by Proprietor Abhimanyu Maharana August 23, 2026