ପ୍ରଣାମ ମା’ ରମାଦେବୀ

୪ ଫେବୃଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :-> ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୯୦ତମ ପୁଣ୍ୟତିଥି ଅବସରରେ ଜଟଣୀର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ କର୍ମ ମନ୍ଦିର ଆନୁକୁଲ୍ୟରେ ଏକ ସ୍ମୃତି ଚାରଣ ସଭା ସ୍ଥାନୀୟ ସ୍ବସ୍ତି ଜ୍ୟୋତି ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। କର୍ମ ମନ୍ଦିର ଅଧ୍ୟକ୍ଷା ସବିତା ରାୟଙ୍କ ସଞ୍ଚାଳନାରେ ଆୟୋଜିତ ଏହି ସଭାରେ ମୂଖ୍ୟ ଅତିଥି ଭାବେ ଉତ୍କଳ ବିଶ୍ଵ ବିଦ୍ୟାଳୟର କୁଳପତି ପ୍ରଫେସର ଡ଼ଃ ସବିତା ଆଚାର୍ଯ୍ୟ.ମୂଖ୍ୟ ବକ୍ତା ପ୍ରଫେସର୍ ଡ଼ଃ ସୁଚେତା ପ୍ରୀୟ ବାଦିନି,

 

ମା ରମାଦେବୀ ଚେୟାର ପ୍ରଫେସର୍, “ରମାଦେବୀ ବିଶ୍ଵ ବିଦ୍ୟାଳୟ”. ସମ୍ମାନୀତ ଅତିଥି ସୁଶ୍ରୀ କବିତା ପରିଡ଼ା “ସଂଚାଳିକା କସ୍ତୁରବା ଗ୍ରାମସେବା କେନ୍ଦ୍ର ବେରବୋଇ ଡେଲାଙ୍ଗ”, ସମ୍ମାନୀତ ଅତିଥି ଚନ୍ଦନା ଦାସ, “ସମାଜସେଵୀ ରାଷ୍ଟ୍ରୀୟ ଯୁଗ୍ମ ସମ୍ପାଦିକା ଭାରତୀୟ ସ୍ତ୍ରୀ ଶକ୍ତି,ସାଧାରଣ ସମ୍ପାଦିକା, ସ୍ୱର”ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅତିଥି ମାନେ ମା’ ରମାଦେବୀଙ୍କ ଆତ୍ମ ଜୀବନୀ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋକପାତ କରି ତାଙ୍କର ସାମାଜିକ କାର୍ଯ୍ୟ କଳାପ ତଥା ସ୍ଵାଧିନତା ସଂଗ୍ରାମରେ ତାଙ୍କର ବଳିଷ୍ଠ ଯୋଗଦାନକୁ ଗଭୀର ଭାବରେ ଆଲୋଚନା କରିବା ସହ ଭୂରୀ ଭୁରୀ ପ୍ରଶଂସା କରିଥିଲେ।

ପରେ ପରେ ମଞ୍ଚାସିନ ଅତିଥି ମାନଙ୍କୁ ପୁଷ୍ପଲତା ଦାସ, ଯୋସ୍ନାମୟି ଶତପଥୀ ଶିକ୍ଷୟିତ୍ରୀ, ସରୋଜିନୀ ପରିଡ଼ା ରାଜସ୍ବ ନିରୀକ୍ଷକ, ନିବେଦିତା ବାରାଳ ମେଧାବୀ’ ସ୍ବସ୍ତିଜ୍ୟୋତି ବିଦ୍ୟାଳୟ, ପ୍ରିୟ ଦର୍ଶିନି ସାହୁ ସରସ୍ଵତୀ ଶିଶୁ ମନ୍ଦିର, ମାରୱାଡ଼ି ମହିଳା ସମିତି, ସ୍ବସ୍ତିଜ୍ୟୋତି ବିଦ୍ୟାଳୟ ପ୍ରତିଷ୍ଠାତା ଗଙ୍ଗାଧର ବରାଳ,

ଶିକ୍ଷୟିତ୍ରୀ ପ୍ରୀତି ମଞ୍ଜରୀ ମହାପାତ୍ର ଓ ଅଭିଶ୍ରୀ ମହାନ୍ତି ପ୍ରମୁଖ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ବିଜେପି ରାଜ୍ୟ ପ୍ରବକ୍ତା ସୁଦୀପ୍ତ ରାୟଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମନୋଜ୍ ମିଶ୍ର, ପ୍ରଶାନ୍ତ ପ୍ରଧାନ, ତିରୁପତି ଶତପଥୀ, ପ୍ରଦୀପ ଜେନା, ଆର୍ ପି ନାୟକ, ରିନା ପଟ୍ଟନାୟକ ପ୍ରମୁଖ ପରିଚାଳନା ଓ ସମ୍ପାଦନା କରିଥିଲେ।

Exit mobile version