ପ୍ରେମିକ ଦୁଆରେ ପ୍ରେମିକା , ଥାନାରେ ମାମଲା

୩ ଫେବୃଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ଦଶପଲ୍ଲା :- ଦଶପଲ୍ଲା ବ୍ଲକ ବାଣୀଗୋଛା ଥାନା ଗୁଲୁରୁକୁମ୍ପା ର ପ୍ରମିଳ ମାଝୀ ନାମକ ଯୁବକ ତାମିଲନାଡୁ କାମକରି ଯାଇଥିବା ବେଳେ ସେଠାରେ ସୂତାକଳରେ କାମ କରୁଥିବା ରଣପୁର ସାନଗଡ ଗ୍ରାମର ଜଣେ ଯୁବତୀକୁ ଭଲ ପାଇ ବସିଥିଲେ । ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବଢି ଚାଲିଥିବା ବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ବିବାହ ହୋଇ ଥିଲା । ବିବାହ ବନ୍ଧର୍କ ପରେ ପ୍ରେମିକା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିବା ବେଳେ ଉଭୟ ତାମିଲନାଡୁରେ ଭଲରେ ଚଳୁଥିଲେ ।

ଏହାର ଏକ ବର୍ଷ ପରେ ଉଭୟ ତାମିଲନାଡୁରୁ ଭୁବନେଶ୍ଵର ଚାଲି ଆସିଥିବା ବେଳେ ଭୁବନେଶ୍ଵର ଥିବା ଯୁବତୀଙ୍କ ମ ନିକଟରେ ଉଭୟ ପ୍ରେମିକାକୁ ଓ ପୁଅକୁ ଛାଡି ପ୍ରେମିକ ନିଜ ଗ୍ରାମ କୁଳୁରୁକୁମା ଚାଲି ଆସିଥିଲେ । ଏହାପରେ ପ୍ରମିଳ ନଥୁଲେ ।ଦୁଇ ଫେରିବା ଏବଂ ମୋବାଇଲ ବନ୍ଦ କରି ଭୁବନେଶ୍ୱର ଫେରି ବର୍ଷ ଧରି ପ୍ରମିକ ନ ଧାର ରଖିବାରୁ ଏବେ ପ୍ରେମିକା ନିଜ ମା ସହ ପ୍ରମିଳଙ୍କ ଘରେ ପହଞ୍ଚି ଥିବା ବେଳେ ପ୍ରମିଳ ଙ୍କ ପିତାମାତା ସେମାନଙ୍କୁ ମାରିବା ପାଇଁ ଗୋଡ଼ାଇଥିଲେ।

ଫଳରେ ଗ୍ରାମବାସୀଙ୍କ ହକ୍ଷେପ ପରେ ଉଭୟ ପ୍ରେମିକା ଓ ତାର ମା ପାଇଯାଇଥିଲେ । ଅନ୍ୟ ପାର୍ଶ୍ବରେ ପ୍ରମିଳ ଭୁବନେଶ୍ୱରରୁ ଆସି ଅନ୍ୟ ଜଣେ ଝିଅ କୁ ଭଲ ପାଇ ବିବାହ କରିଥିବା ସମ୍ପର୍କରେ ପ୍ରେମିକା ଜାଣିବାକୁ ପାଇଥିବା ବେଳେ ଏ ସମ୍ପର୍କ ରେ ବାଣୀଗୋଛା ଥାନାରେ ଅଭିଯୋଗ କରିଥିବା ଥାନାଧିକାରୀ ଲକ୍ଷଣ ଦଣ୍ଡସେନା ସୂଚନା ଦେଇଛନ୍ତି । ମାତ୍ର ପ୍ରେମିକାର ଆଗମନ ଖବର ପାଇ ପ୍ରେମିକ ପ୍ରମିଳ ନିଜ ଘର ଛାଡ଼ି କେଉଁ ଆଡେ ଚାଲି ଯାଇଥିବା ଜଣାପଡିଛି । ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ପ୍ରେମିକା ଓ ତାର ୪ ବର୍ଷ ର ପୁଅକୁ ନ୍ୟାୟ ମିଳିବ ନା ନାହିଁ ତାହା ଦେଖିବାକୁ ବାକି ରହିଲା ।

Exit mobile version