
ଓଡିଶା ତାଜା ନ୍ୟୁଜ୍ ( ୨୫ ଜୁଲାଇ ଶନିବାର ) ବରଗଡ଼ :- ବରଗଡ଼ ଭଟଲି ବିଧାୟକ ତଥା ରାଜ୍ୟ ସରକାରଙ୍କ ଶ୍ରମ ଓ ଗ୍ରାମ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଏହି କରୋନା ଭୟା ଭୟଣା ସମୟରେ ତାଙ୍କ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳ ବୁଲି ଉନ୍ନୟନ କାର୍ଯ୍ୟ ଗୁଡ଼ିକର ତଦାରଖ କରିଥିଲେ ।
ଗତ ୨୨ ତାରିଖ ଜିଲ୍ଲା ର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଯୋଗୁଁ ସୋହେଲା ବ୍ଲକ କରାଲମାଲ ଅଏଲାପାଲି ଗାଁ କୁ ସ° ଯୋଗ କରୁଥିବା ପୋଖରୀ ହିଡ କଲଭର୍ଟ ରାସ୍ତା ଘାଇ ସୃଷ୍ଟି ହୋଇଥିଲା । ଘଟଣାସ୍ଥଳକୁ ମନ୍ତ୍ରୀ ଶ୍ରୀ ସିଂ ତୁରନ୍ତ ଯାଇ ବୁଲି ଦେଖିବା ସହ ସଙ୍ଗରେ ସୋହେଲା ବ୍ଲକ ଉନ୍ନୟନ ଅଧିକାରୀ ବିଶ୍ବରଂଜନ କର, ସହକାରୀ ଯନ୍ତ୍ରୀଙ୍କୁ ଏହାର ଶିଘ୍ର ମରାମତି କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ସେହିପରି ଉକ୍ତ ବ୍ଳକର ବିରାମ ଗ୍ରାମର ବିଧାୟକ ପାଣ୍ଠିରୁ ୧୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ଦିନ ସ୍କୁଲ କୋଠରୀକୁ ବୁଲି ଦେଖିଥିଲେ । ଭଟଲି ବ୍ଳକ ଅନ୍ତର୍ଗତ ଉର୍ଦ୍ଧୁନା ଗାଁ ରେ ବିଧାୟକ ପାଣ୍ଠିରୁ ନିର୍ମିତ ହେଉଥିବା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଶ୍ରେଣୀ କୋଠା ତଦାରଖ କରିଥିଲେ । ତାଙ୍କ ସଙ୍ଗରେ ସମାଜସେବୀ ସତ୍ୟ ନାରାୟଣ ପ୍ରଧାନ, ବନମାଳୀ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ( ରିପୋର୍ଟ – ସତ୍ୟନାରାୟଣ ପ୍ରଧାନ)
