ମାହାଙ୍ଗା ରେ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ 

୩ ଫେବୃଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ମାହାଙ୍ଗା :-> କଟକ ଜିଲ୍ଲା ମାହାଙ୍ଗା ବ୍ଲକ ପକ୍ଷରୁ ପ୍ରଥମ ଓଡ଼ିଆ ବିଶ୍ଵ ଭାଷା ସମ୍ମିଳନୀ ପ୍ରତିଭା ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ପ୍ରତିଭା ଭବନ ପରିସରରେ ଥିବା, ଗଣକବି ବୈଷ୍ଣବ ପାଣି,ପଲ୍ଲିକବି ନନ୍ଦକିଶୋର ବଳ, ଆଦିନାଟ୍ୟକାର ଜଗମୋହନ ଲାଲ, ପ୍ୟାରିମୋହନ ଆଚାର୍ଯ୍ୟ , କର୍ମବୀର ଗୌରଶଙ୍କର ରାୟ,

ମଧୁସୁଦନ ଦାସ ଙ୍କ ସମେତ ୧୨ଜଣ ରୁଉର୍ଦ୍ଧ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା। ବିଡ଼ିଓ ଅମିୟ କୁମାର ପଣ୍ଡା ଙ୍କ ସଭାପତିତ୍ବ ରେ ଆୟୋଜିତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରତାପ ଜେନା ଯୋଗ ଦେଇ ଥିବା ବେଳେ ବ୍ଲକ ଅଧ୍ୟକ୍ଷା, ଉପାଧକ୍ଷ ସମେତ ବହୁ ସାହିତ୍ୟିକ ,

ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ। ଓଡିଆ ଭାଷା ସୁରକ୍ଷା ପ୍ରଚାର ପ୍ରସାର ସହ ଓଡ଼ିଆ ଭାଷା ସମୃଦ୍ଧ ଉପରେ ଗୁରୁତ୍ବ ଦେଇଥିଲେ। ଏହି ଅବସରରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ର ସାହିତ୍ୟକ, ଲେଖକ, କବି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଭଳି କାର୍ଯ୍ୟକ୍ରମ ପାଇଁ ବୁଦ୍ଧିଜବୀ ମହଲ ରେ ଖୁସି ପ୍ରକାଶ ପାଇବା ସହ ରାଜ୍ୟସରକାର ଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Exit mobile version