ଭାପୁର ବ୍ଲକର ଦୁଇ ଜଣ ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ 

୩ ଫେବୃଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ଭାପୁର :-> ନୟାଗଡ ଜିଲ୍ଲା ଭାପୁର ବ୍ଲକର ଦୁଇ ଜଣ ଶିକ୍ଷକଙ୍କୁ ଗତ ବୁଧବାର ଦିନ କଳିଙ୍ଗ ଷ୍ଟାଡିୟମ ପରିସରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରଯାଇଛି। ଭାପୁର ବ୍ଲକ ଶାଳପଡା ପଞ୍ଚାୟତ ଅନ୍ତର୍ଗତ କବିରାଜ ବୈଦ୍ୟନାଥ ଚିନ୍ତାମଣି ସରକାରୀ ଉଚ୍ଚ ବିଦ୍ୟାଳୟ, ନୂଆଗାଁ, ବାରବାଟୀର ଗଣିତ ବିଭାଗର ଶିକ୍ଷକ ମନୋଜ କୁମାର ଶତପଥୀ ଏବଂ ଭାପୁର ସଦର ମହକୁମାସ୍ଥିତ ବାଲୁଙ୍କେଶ୍ୱର ଦେବ ବିଦ୍ୟାପୀଠର ଖେଳଶିକ୍ଷକ ଶ୍ରୀକାନ୍ତ ପଣ୍ଡାଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଛନ୍ତି l

ଏହି ଅବସରରେ ମାନପତ୍ର, ଟ୍ରଫି ସହ ୨୫୦୦ ଟଙ୍କା ପାଇ ମୁଖ୍ୟମନ୍ତ୍ରୀଠାରୁ ସମ୍ବର୍ଦ୍ଧିତ ହୋଇଛନ୍ତି l ଭାପୁରଗ୍ରାମର ନବ କିଶୋର ସାହୁଙ୍କ ବୋହୂ ତଥା ଯାଜପୁର ଜିଲ୍ଲା ମଳିପଡା ଉଚ୍ଚ ବିଦ୍ୟାଳୟର ଇଂରାଜୀ ଶିକ୍ଷୟତ୍ରୀ ଜୟଶ୍ରୀ ସାହୁଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି।

ଏହି ଅବସରରେ ସେ ମାନପତ୍ର, ଟ୍ରଫି ସହ ୨୫୦୦ ଟଙ୍କା ପାଇ ମୁଖ୍ୟମନ୍ତ୍ରୀ ଦ୍ଵାରା ସମ୍ବର୍ଦ୍ଧିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବା ସହ ଭାପୁର ବ୍ଲକ ପାଇଁ ଗର୍ଵ ଓ ଗୌରବ ହାସଲ କରିଥିବା ଯୋଗୁଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଭାପୁର ବ୍ଲକର ବିଭିନ୍ନ ମହଲରୁ ସାଧୁବାଦ ଜଣାଇବା ସହ ଶୁଭେଚ୍ଛା ପ୍ରଦାନ କରିଛନ୍ତି ।

Exit mobile version