ଆମ ପାଇଁ ବଡ଼ ଆମ ନୟାଗଡ଼ – ଡ଼ଃ ଅରୁଣ କୁୁମାର ସାହୁ

ଓଡିଶା ତାଜା ନ୍ୟୁଜ୍ /ରିପୋର୍ଟ,ଅଭିମନ୍ୟୁ ମହାରଣା (୨୪ ଜୁଲାଇ ଶୁକ୍ରବାର ) ଭୁବନେଶ୍ୱର :- ନୟାଗଡ଼ ବିଧାୟକ ତଥା କୃଷି ଓ କୃଷକ ସଶକ୍ତିକରଣ , ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ଃ ଅରୁଣ କୁୁମାର ସାହୁ କରୋନା ମହାମାରୀ ସମୟରେ ପର୍ଯ୍ୟାୟକ୍ରମେ ପ୍ରତ୍ୟକ ଦିନ ନୟାଗଡ଼ ନିର୍ବାଚନ ମଣ୍ଡଳୀର ସମସ୍ତ ୪୭ ଗୋଟି ଗ୍ରାମ ପଞ୍ଚାୟତ , ନୟାଗଡ଼ ମୁନିସିପାଲିଟ ଏବଂ ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ଶତାଧିକ ଲୋକଙ୍କ ସହିତ #Virtual_Meeting କରୁଛନ୍ତି ।

ଆଜି ନୟାଗଡ଼ ନିର୍ବାଚନ ମଣ୍ଡଳୀର କ୍ରିଦାସପୁର ଗ୍ରାମପଞ୍ଚାୟତର ସମସ୍ତ ଗ୍ରାମର ଶତାଧିକ ଲୋକମାନଙ୍କ ସହ ଆଲୋଚନା କରି ଲୋକଙ୍କ ସମସ୍ୟା ବୁଝିବା ସହିତ ତ୍ୱରିତ ସମାଧାନ ପାଈଁ ପଦକ୍ଷେପ ନେଲେ ଏବଂ ଦଳୀୟ ସଙ୍ଗଠନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ସହ ବିଭିନ୍ନ ଗ୍ରାମର ଉନ୍ନତି ମୂଳକ କାର୍ଯ୍ୟକ୍ରମର ତଦାରଖ କରିଛନ୍ତି । ଆଜି ଏହି #Virtual_Meetimg ରେ ସୁଦୂର ଆମେରିକା , ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ ଆଦି ସ୍ଥାନରେ ରହୁଥିବା ଜେମାଦେଇପୁର ଗ୍ରାମର ଅଧିବାସୀ ମାନେ ମଧ୍ୟ ଯୋଗ ଦେଇଥିଲେ ।

Exit mobile version