Home ଓଡ଼ିଶା ପାଟଣାଗଡ଼ ବ୍ଳକ କାର୍ଯ୍ୟାଳୟ ପରିସର ରେ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ବିଳନୀ ଅନୁଷ୍ଠିତ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ନିଜ ମାତୃଭାଷା ହିଁ ନିଜ ଜୀବନ କୁ ରୁଦ୍ଧିମନ୍ତ କରିଥାଏ : ବରିଷ୍ଠ ସାହିତ୍ୟିକ ତଥା ସାମ୍ବାଦିକ ଲକ୍ଷ୍ମୀକାନ୍ତ ମିଶ୍ର । ୩ ଫେବୃଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ପାଟଣାଗଡ :- ପାଟଣାଗଡ ବ୍ଲକ ପରିଷରରେ ନୂଆ ଓଡିଶା ବିଶ୍ୱ ଭାଷା ସମ୍ବିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧକ୍ଷ ନୀଳାକାନ୍ତ ବାଗ,ବ୍ଲକ ଉପlଦକ୍ଷl ଲଷ୍ମୀ ମାଝୀ ସମ୍ମାନିତ ଅତିଥି ଭାବରେ ବିଡିଓ ସୁମନ୍ତ ମିଞ୍ଜ,ଏବିଡିଓ ମେନକା ମେହେର ଆକାଉଣ୍ଟାଣ୍ଟ ଅଫିସର, ତ୍ରିଦେବ ସାହୁ, ଜିପିଓ ନିଲକାନ୍ତ କlଲସାଏ ଓ ସାମ୍ବାଦିକ ଲଷ୍ମୀକାନ୍ତ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ l ପ୍ରାରମ୍ଭରେ ଦୀପ ପ୍ରଜ୍ୱଳନ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ପରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ସାମୁହିକ ଭାବେ ଗାନ କରାଯାଇଥିଲା l ମାତୃ ଭାଷା ଓ ଓଡ଼ିଆ ଭାଷା ଓ ନିଜ ମାତୃଭାଷା ହିଁ ନିଜ ଜୀବନ କୁ ରୁଦ୍ଧିମନ୍ତ କରିଥାଏ ବୋଲି ସାହିତ୍ୟକ ତଥା ସାମ୍ବାଦିକ ଲକ୍ଷ୍ମୀ କାନ୍ତ ମିଶ୍ର ତାଙ୍କ ବକ୍ତବ୍ୟ ରେ କରିଥିଲେ ।ସ୍ଵାଭାବ କବି ଗଙ୍ଗାଧର ମେହେର ଙ୍କ ରଚିତ ମାତୃଭୂମି ମାତୃଭାଷା ରେ ଯା ହୃଦୟେ ଜନମି ନାହିଁ ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନୀ ରହିବେ କାହିଁ ବୋଲି କହିବା ସହ ଓଡ଼ିଆ ଭାଷା କୁ ସମସ୍ତେ ଭଲପାଇଁବା ବୋଲି ଅତିଥି ମାନେ କହିଥିଲେ l ପାଟଣାଗଡ ସlତକୁଆଁରୀ ଅନୁଷ୍ଠାନ ତରଫରୁ ସଂକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା ।, ଏହି ଅବସରରେ ପାଟଣାଗଡ ସାହିତ୍ୟକ ତଥା ଲେଖକ ଲଷ୍ମୀକାନ୍ତ ମିଶ୍ର ଓ ଆଶୀଷ କୁମାର ଚନ୍ଦନ ଙ୍କୁ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା l ଏଥିରେ ବ୍ଲକ ସମସ୍ତ ଅଧିକାରୀ କର୍ମଚାରି ଓ ମିଶନ ଶକ୍ତି ର ମହିଲା ମାନେ ଉପସ୍ଥିତ ଥିବା ବେଳେ ପଞ୍ଚାୟତ ଅଧିକାରୀ ଶ୍ରୀ କାଳସାଏ ସ୍ୱାଗତ ଭାଷଣ ଦେଇଥିଲେ lଏଥିରେ ସରପଞ୍ଚ ,ସମିତି ସଭ୍ୟ ,ମାନେ ଯୋଗଦେଇଥିଲେ ।ବଡ଼ ବାବୁ କାର୍ଯ୍ୟକ୍ରମ କୁ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ l ଅନୁରୂପ ଭାବରେ ଏହି କାର୍ଯ୍ୟ କ୍ରମ ହରିଶଙ୍କର ସମ୍ମିଳନୀ କକ୍ଷରେ ଏହି ଉତ୍ସବ ପାଳନ କରାଯାଇଥିବା ବେଳେ ଏଥିରେ ମୂଖ୍ୟ ଅତିଥି ଭାବରେ ଉପାଜିଲ୍ଲା ପାଲ ଡଃ ବିଜୟାନନ୍ଦ ସେଠି ,ସମ୍ମାନିତ ଅତିଥି ଭାବରେ ତହସିଲଦାର ରୁଦ୍ରନାରାୟଣ ନାଏକ ,ଉପନିବନ୍ଧକ ଅଶ୍ଵନୀ ମାଝି ,ଅତିରିକ୍ତ ଜିଲ୍ଲାପାଲ ଆଶିଷ ଏକ୍କା ଉପସ୍ଥିତ ଥିଲେ ।ଏହି ଉତ୍ସବ ରେ ବିଭିନ୍ନ ବିଭାଗ ରେ ଅଧିକାରୀ ମାନେ ଉପସ୍ଥିତ ଥିଲେ । Categories: ଓଡ଼ିଶା, ଦେଶ, ବଲାଙ୍ଗିର Related Content ନିର୍ମାଣାଧୀନ ପାଇଖାନା ଟାଙ୍କିରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର : ବଡ଼ସାହିରେ ଚାଞ୍ଚଲ୍ୟ, ଘଟଣାର ତଦନ୍ତ ଆରମ୍ଭ by Proprietor Abhimanyu Maharana September 18, 2026 ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ by Proprietor Abhimanyu Maharana September 18, 2026 London hosts”Yoga : An Appeal For Peace “Programme" by Proprietor Abhimanyu Maharana September 18, 2026 ଦିଲ୍ଲୀର ବିକାଶପୁରୀଠାରେ ଗଣେଶ ମହୋତ୍ସବ ଆୟୋଜନ by Proprietor Abhimanyu Maharana September 18, 2026 ଦିଲ୍ଲୀର ଲର୍ଡ଼ ଜଗନ୍ନାଥ ସୋସାଇଟି ପକ୍ଷରୁ ଗଣେଶ ପୂଜା ଆୟୋଜନ by Proprietor Abhimanyu Maharana September 18, 2026 ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୁଳଚନ୍ଦ୍ରଙ୍କର ପୂଣ୍ୟ ୧୩୯ତମ ଜନ୍ମ ଦିବସ ପାଳିତ by Proprietor Abhimanyu Maharana September 18, 2026