ଗୋତରା ପଂଚାୟତରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ : ପଂଚାୟତସ୍ତରୀୟ ସଚେତନତା ଶିବିର

ମୁଖ୍ୟମନ୍ତ୍ରୀ ଙ୍କ ବିକାଶମୂଳକ ଯୋଜନା ଦ୍ଵାରା ବିଦ୍ୟାଳୟ ଗୁଡ଼ିକର ରୂପାନ୍ତରୀକରଣ କରାଯିବା ସହିତ ଗମନାଗମନ, ପାନୀୟଜଳ, ଧାର୍ମିକ ସ୍ଥଳୀ ରୂ ପାନ୍ତରୀକରଣ, ବ୍ୟାଙ୍କି ଙ୍ଗ ଭିତିଭୂମିର ବିକାଶ ଆଦି ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସଫଳ ଓ ରୂପାୟନ ହୋଇପାରିଛି .

 ୨ ଫେବୃଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ମାହାଙ୍ଗା ବ୍ଲକ :-> ଗୋତରା ଗ୍ରାମ ପଂଚାୟତରେ #ଆମ ଓଡ଼ିଶା’ ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ପଂଚାୟତ ସ୍ତରୀୟ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ମରେ ସମିତିସଭ୍ୟ ତଥା ପଂଚାୟତ ସଭାପତି ପ୍ରଦୀପ୍ତ ବିଶ୍ଵାଳଙ୍କ  ସଭ ସଭାପତିତ୍ୱରେ ମୁଖ୍ୟଅତିଥ୍ ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା ଯୋଗଦାନ କରି ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ସାଢେଚାରି କୋଟି ଓଡ଼ିଆଙ୍କ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୁଗାନ୍ତକାରୀ ବିକାଶମୂଳକ ପଦକ୍ଷେପ,

ମୁଖ୍ୟମନ୍ତ୍ରୀ ଙ୍କ ବିକାଶମୂଳକ ଯୋଜନା ଦ୍ଵାରା ବିଦ୍ୟାଳୟ ଗୁଡ଼ିକର ରୂପାନ୍ତରୀକରଣ କରାଯିବା ସହିତ ଗମନାଗମନ, ପାନୀୟଜଳ, ଧାର୍ମିକ ସ୍ଥଳୀ ରୂ ପାନ୍ତରୀକରଣ, ବ୍ୟାଙ୍କି ଙ୍ଗ ଭିତିଭୂମିର ବିକାଶ ଆଦି ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସଫଳ ଓ ରୂପାୟନ ହୋଇପାରିଛି, ଆମେ ପଂଚାୟତରେ ଆହୁରି ଅଧିକରୁ ଅଧୁକ ବିକାଶମୂଳକ କାର୍ଯ୍ୟ କରିବା ପାଇଁ ହାତରେ ହାତ ମିଶାଇ ଏକଜୁଟ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବାର ଆବଶ୍ୟକ‌ତା ରହିଛି ବୋଲି ବିଧାୟକ ପ୍ରତାପ ଜେନା ପ୍ରକାଶ କରିଥିଲେ ।

 

ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହି ତକର କାର୍ଯ୍ୟ ରାଜ୍ୟବାସୀଙ୍କ ପାଇଁ ସରକାର କରିଥିବା ସମସ୍ତ ପ୍ରକାର ଉନ୍ନ ୟନମୂଳକ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇଥିଲେ । ପଂଚାୟତର ବିକାଶ ପାଇଁ ପଂଚାୟତବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଡ଼ିଓ ଅମୀୟ କୁମାର ପଣ୍ଡା, ବ୍ଲକ ଅଧକ୍ଷା ଦୀପା ମଲିକ, ଉପାଧକ୍ଷ ସତ୍ୟନାରାୟଣ ମହାନ୍ତି, ବ୍ଲକ

ଏହି ବିଜେଡି ସଭାପତି ରାଜକିଶୋର ଜେନା, ଜିଲ୍ଲା ପରିଷଦ ପୂର୍ଣଚନ୍ଦ୍ର ସ୍ଵାଇଁ, ସାମ୍ବାଦିକ ଶଶୀଭୁଷଣ ଷଡ଼ଙ୍ଗୀ, ପୂର୍ବତନ ସରପଂଚ କମଳାକାନ୍ତ ପ୍ରଧାନ, ଯୁବନେତା ପ୍ରହଲ୍ଲାଦ ପ୍ରଧାନ, ପଂଚାୟତ ପର୍ଯ୍ୟବେକ୍ଷକ କମଳାକାନ୍ତ ଦାସ, ଶାରଦା ପ୍ରସାଦ ସାହୁ, ଶଶାଙ୍କ ଶେଖର ବେହେରା, ପ୍ରେମାନନ୍ଦ ଷଡ଼ଙ୍ଗୀ, ଛାତ୍ର ସଭାପତି ଆଲୋକ ରଞ୍ଜନ ନାୟକ, ପ୍ରକାଶ ବେହେରା, ତ୍ରିଲୋଚନ ସାହୁ, ବିନୋଦ ଷଡ଼ଙ୍ଗୀ,

କ୍ଷୀରୋଦ ବେହେରା, ବିପ୍ରଚରଣ ରାଉତ, ମହେନ୍ଦ୍ର ପତି, ଗୌରାଙ୍ଗ ମହାନ୍ତି, ଶଶୀ ସାହୁ, ବିମଳ ମଲିକ, ନିରୋଦ ପଣ୍ଡାଙ୍କ ସମେତ ବହୁ ବିଜୁ ଜନତା ଦଳ ନେତୃବୃନ୍ଦ, ୱାର୍ଡମେମ୍ବର, ଗ୍ରାମବାସୀ, ଏସଏଚଜି ମହିଳା ମାନେ ଯୋଗଦାନ କରିଥିଲେ । ଅପରପକ୍ଷରେ ଗୋତରା ପଂଚାୟତ ସମ୍ମୁଖରେ ଏକ କୃଷି ପରାମର୍ଶ କେନ୍ଦ୍ର ନୂତନ ଗୃହର ଉଦଘାଟନ କରାଯାଇଥିଲା ।

Exit mobile version