୨ ଫେବୃଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) କଟକ :-> ଆସନ୍ତା ୨୦ ତାରିଖରେ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା । ଏହି ଅବସରରେ ଶୁକ୍ରବାର ଦିନ କଟକ ସଦର ଥାନା ନିକଟସ୍ଥ , ଭାଣପୁର ହାଇସ୍କୁଲର ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ନବମ ଶ୍ରେଣୀର ଛାତ୍ରଛାତ୍ରୀ ,ବିଦ୍ୟାଳୟ ପରିଚାଳନା କମିଟି,ଭାଣପୁର ଗ୍ରାମ୍ୟ କମିଟିର କର୍ମକର୍ତ୍ତାଙ୍କ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯିବା ସହିତ, ଛାତ୍ରଛାତ୍ରୀ ମାନେ ମାଟ୍ରିକ୍ ପରୀକ୍ଷାରେ କୃତ କାର୍ଯ୍ୟ ହୋଇ ସ୍କୁଲ ଏବଂ ଗ୍ରାମର ସୁନାମ ବଜାୟ ରଖନ୍ତୁ ବୋଲି ଆଶୀର୍ବାଦ ଦେଇଥିଲେ ।
ଏହି ଉପଲକ୍ଷେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପରମାନନ୍ଦ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସ୍ଥାନୀୟ କର୍ପୋରେଟର ଜନାର୍ଦ୍ଦନ ପରିଡ଼ା , ଏସ ଏମ ସି ର ସଭାପତି ଶରତ ଚନ୍ଦ୍ର ଜେନା, ମହେଶ୍ୱର ଭଟ୍ଟ , ଝରଣା ରାଉତ ,ପ୍ରତିଭା ଜେନା, ପରମାନନ୍ଦ ଭଟ୍ଟ , ଶିକ୍ଷକ ତୁଷାର କାନ୍ତ ପଣ୍ଡା , ଶିକ୍ଷକ ଆନନ୍ଦ ଚନ୍ଦ୍ର ପାଲ , ପ୍ରଧାନ ଶିକ୍ଷୟତ୍ରୀ ବୈଜୟନ୍ତୀ ଜେନା,
