ବିଶ୍ବ ଆର୍ଦ୍ରଭୂମି ସଚେତନତା ଦିବସ ଓ ସମ୍ବର୍ଦ୍ଧନା

୨ ଫେବୃଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ବାଲୁଗାଁ :- ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ତଥା ଚିଲିକାର ସମାଜସେବା ଅନୁଷ୍ଠାନ”ଶାରିଆ ଭଗବାନ ମହତ୍ଵ ଟ୍ରଷ୍ଟ ଚନ୍ଦ୍ରl ପୁଟ ଆନୁକୂଲ୍ୟରେ ଵଡକୂଳ ନିକଟ “ଆର୍ଦ୍ରଭୂମି ଗବେଷଣା ଓ ପ୍ରଶିକ୍ଷଣ କେନ୍ଦ୍ର” ରେ ଆଜି “ବିଶ୍ଵ ଆର୍ଦ୍ରଭୂମି ସଚେତନତା ଦିବସ ୨୦୨୪ ” ପାଳିତ ହୋଇଯାଇଛି। ପରିବେଶବିତ୍ ଧନେଶ୍ଵର ବିଧାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବନଖଣ୍ଡ ବନ୍ୟପ୍ରାଣୀ ଡ଼ି ,ଏ ,ଫ ,ଅମ୍ଳାନ ନାୟକ, ମୁଖ୍ୟ ବକ୍ତା ଭାବେ ଘୁମୁସର ମଣ୍ଡଳର ଜିଲ୍ଲା ଅଧିକାରୀ ବିନୋଦ ଆଚାର୍ଯ୍ୟ, ବନ୍ୟପ୍ରାଣୀ ବିଭାଗ ର ଏସ ସି ଏଫ ରଶ୍ମି ଚୈ।ଧୁରୀ, ଆମନ୍ତ୍ରିତ ଅତିଥି ଭାବେ ” ସାରିଆ ଭଗବାନ ମହତ୍ଵ ମେମୋରିଆଲ ଟ୍ରଷ୍ଟର ସ°ପାଦକ କୁନା ମହତ୍ତ୍ଵ ଯୋଗ ଦେଇ ନିଜର ବକ୍ତବ୍ୟରେ ଚିଲିକା ପରିବେଶ ସୁରକ୍ଷା ସହିତ ଦିବସ ପାଳନର ତାତ୍ପର୍ଯ୍ୟ ବିଷୟରେ ସମସ୍ତଙ୍କୁ ବୁଝାଇଥିଲେ। ଏହି ଅବସରରେ ନୃତ୍ୟ ଗୀତ ଓ ନାଟକ ପରିବେଷଣ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଥିଲା।

ଏହି ଅବସରରେ ଆୟୋଜକ ଅନୁଷ୍ଠାନଙ୍କ ପକ୍ଷରୁ ମଞ୍ଚାସୀନ ଅତିଥି ମାନଙ୍କ ସହିତ ଉଦ୍ଭିଦ ବିଜ୍ଞାନ ବିଭାଗର ଅଧ୍ୟାପକ ଡଃ ପ୍ରଦୀପ୍ତ କୁମାର ରଥ, ସମାଜସେବୀ ବସନ୍ତ କୁମାର ହରିଚନ୍ଦନ, ପରିବେଶ ପ୍ରେମୀ ଅଶୋକ କୁମାର ପଣ୍ଡା, ସାମ୍ବାଦିକ ସୁଧୀର କୁମାର ବେହେରା, ସାମ୍ବାଦିକ ସ°ଗ୍ରାମ କୁମାର ରଣା, ମୃତ୍ୟୁ°ଜୟ ରଥ ସ୍ତମ୍ଭକାର ତଥା ସମାଜସେବୀ ପ୍ରଦୋଷ କୁମାର ଦାସଙ୍କ ସମେତ ପରିବେଶ ସୁରକ୍ଷା ପାଇଁ ଅବଦାନ ରଖିଥିବା ଙ୍କୁ ଉତ୍ତରୀୟ ମାନପତ୍ର ସହ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସୂଦୂର ତାମିଲନାଡୁ ଓ ରାଜସ୍ଥାନରୁ ସିଡିଏକୁ ଆସି ଚିଲିକା ଜୈବ ବିବିଧତା ଉପରେ ପ୍ରଶିକ୍ଷଣ ନେବାକୁ ଆସିଥିବା ବନ୍ୟପ୍ରାଣୀ ବିଭାଗ ର ବିଭାଗୀୟ ଅଧିକାରୀ ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏଥିରେ ସିଡିଏ ର ସମସ୍ତ କର୍ମକର୍ତ୍ତା ଙ୍କ ସହିତ ଚିଲିକା ହ୍ରଦ ଓ ଏହାର ଜଳ ଓ ମତ୍ସ୍ୟ ସଂପଦ ସହ ଜୀବନ ଜୀବିକା ରେ ସ°ଶ୍ଳିଷ୍ଟ ବିଭିନ୍ନ ବର୍ଗର ବହୁ ବ୍ୟକ୍ତି ବିଶେଷ ସମେତ କାଳିଜାଇ ବୋଟ ଆସୋସିଏସନ୍ ର କର୍ମକର୍ତ୍ତା ମାନେ ଏଥିରେ ଉପସ୍

 

Exit mobile version